ବଜାରକୁ ଆସିଲା ଉଡ଼ନ୍ତା କାର୍‌ , ବୁକିଂ ଆରମ୍ଭ ; ଏତିକି ରହିଛି ଦାମ୍‌


ପେଟ୍ରୋଲ , ଡିଜେଲ , ସିଏନଜି ଓ ଇଲେକ୍ଟ୍ରିକ୍‌ ପରେ ଫ୍ଲାଇଂ କାର୍‌ ମାର୍କେଟ୍‌କୁ ଆସିବାରେ ଲାଗିଛି। ଏପର୍ଯ୍ୟନ୍ତ ଆପଣ ଏପରି କାର୍‌ର କାହାଣୀ ଶୁଣି ଥିବେ ବା କୌଣସି ଫିଲ୍ମ କି କାର୍ଟୁନ୍‌ରେ ଦେଖି ଥିବେ। କିନ୍ତୁ ଏବେ ଏହା ବାସ୍ତବ ପାଲଟିଛି। ଆପଣ ନିଜ ପାଇଁ ଉଡ଼ନ୍ତା କାର୍‌ କିଣି ପାରିବେ। ଉଡ଼ନ୍ତା କାର୍‌ର ଅର୍ଥ ଏହା ଏମିତି ଗାଡ଼ି , ଯାହାକୁ ଆପଣ ରୋଡ୍‌ରେ ଚଲାଇ ପାରିବେ ଏବଂ ଆକାଶରେ ବି ଉଡ଼ାଇ ପାରିବେ।

ଆମେରିକୀୟ ବଜାରରେ Switchblade ପ୍ରଥମ ଫ୍ଲାଇଂ କାର୍‌ , ଯାହାକୁ ଆପଣ ଏବେ କିଣି ପାରିବେ। ବର୍ତ୍ତମାନ ସୁଦ୍ଧା ଏହି କାରକୁ ପାଖାପାଖି ୨ହଜାର ଲୋକେ ବୁକ୍‌ କରି ସାରିଛନ୍ତି। ଉକ୍ତ କାରକୁ ତିଆରି କରିବାରେ Samson Sky କୁ ୧୪ ବର୍ଷର ସମୟ ଲାଗିଛି। ଏତେ ବର୍ଷ ଯାଏ ଡିଜାଇନ୍‌ , ଆର୍‌ ଆଣ୍ଡ ଡି ଓ ଫଣ୍ଡ ରେଜିଂ ଉପରେ କାମ କରିବା ପରେ Samson Skyର ପ୍ରଥମ ଫ୍ଲାଇଂ କାର ହାଇ ସ୍ପିଡ୍‌ ଟାକ୍ସି ଟେଷ୍ଟିଂକୁ ପୂରା କରିଛି। ଏହି କାରକୁ ୮୭ ଏମ୍‌ପିଏଚ୍‌ର ଗତିରେ ଉଡ଼ାଣ ସହ ହିଁ ବ୍ରେକ୍‌ ଟେଷ୍ଟିଂ ମଧ୍ୟ ହୋଇଛି ।

ଆପଣ ଏହାକୁ ଏକ କାର୍‌  ଓ ଏକ ପ୍ଲେନ୍‌ ଉଭୟ ବି କହିପାରିବେ । ଆମେରିକୀୟ ବଜାରରେ ଏହି ଗାଡ଼ିକୁ ୩ ଚକିଆ ମୋଟରସାଇକେଲ ଲିଷ୍ଟରେ ରଖାଯାଇଛି । ଏହି କାର୍‌ରେ ଆପଣଙ୍କୁ ଜଣେ ପାଇଲଟ ଓ ଜଣେ ପାସେଞ୍ଜରର ସ୍ଥାନ ମିଳିବ । ଆପଣ ଏହାକୁ ରୋଡ୍‌ରେ ଚଲାଇ ପାରିବେ । ଏହାସହ ଆକାଶରେ ବି ଉଡ଼ାଇ ପାରିବେ ।

ଏହି ଉଡ଼ନ୍ତା କାରର ଦାମ୍‌ – ଏହି କାର କିଣିବାକୁ ହେଲେ ଆପଣଙ୍କୁ ୧.୭  ଲକ୍ଷ ଡ଼ଲାର ( ପାଖାପାଖି ୧.୩୫ କୋଟି ଟଙ୍କା ) ଖର୍ଚ୍ଚ କରିବାକୁ ହେବ । ହେଲେ ଇଏ ଏହାର ଆନୁମାନିକ ଦାମ୍‌ ।


Share It

Comments are closed.