ୱାଶିଂଟନ ସୁନ୍ଦର ଆଉଟ, ଶାହାବାଜ ଅହମଦ ଇନ


ଇଂଲଣ୍ଡରେ କାଉଂଟି ମ୍ୟାଚ ଖେଲିବା ସମୟରେ ଆହତ ହୋଇଥିବାରୁ ଭାରତୀୟ ସ୍କ୍ୱାଡରୁ ୱାଶିଂଟନ ସୁନ୍ଦର ବାଦ ପଡିଛନ୍ତି । ତାଙ୍କ ପରିବର୍ତ୍ତେ ଜିମ୍ବାୱେ ବିପକ୍ଷ ଦିନିକିଆ ମ୍ୟାଚରେ ପ୍ରଥମ ଥର ପାଇଁ ଅଲରାଉଣ୍ଡର ଶାହାବାଜ ଅହମ୍ମଦଙ୍କୁ ସୁଯୋଗ ମିଳିଛି । ତାଙ୍କର ଟିମରେ ଖେଳିବାକୁ ନେଇ ବିସିସିଆଇ ପକ୍ଷରୁ ଟ୍ୱିଟ ମାଧ୍ୟମରେ ଜଣାଯାଇଛି । ସେ ଆରବିସି ପକ୍ଷରୁ ଆଇପିଏଲ ଖେଳିଛନ୍ତି । ଏହି ମ୍ୟାଚର ଅନ୍ୟାନ୍ୟ ସଦସ୍ୟମାନଙ୍କ ମଧ୍ୟରେ କେ ଏଲ ରାହୁଲ, ଶିଖିର ଧୱନ, ଋତୁରାଜ ଗାଏକ୍ୱାଡ, ଶୁଭମ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଇଶାନ କିଶାନ, ସଞ୍ଜୁ ସାମସନ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଅ କ୍ଷର ପଟେଲ,ଆୱେଶ ଖାନ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ, ଦାପକ ଚହର ଏବଂ ଶହବାଜ ଅହମ୍ମଦ ଅଛନ୍ତି ।


Share It

Comments are closed.