ପାକିସ୍ତାନୀ କ୍ରିକେଟର ‘ଫକର ଜମାନ’ଙ୍କ ସହ ସଂପର୍କକୁ ନେଇ ମୁହଁ ଖୋଲିଲେ ଜରୀନ

Share It

ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ‘ଜରୀନ ଖାନ’ ଏବଂ ପାକିସ୍ତାନୀ କ୍ରିକେଟର ‘ଫକର ଜମାନ’ଙ୍କ ସଂପର୍କକୁ ନେଇ ସୋସିଆଲ ମିଡିଆରେ ଖୁବ ଜୋରସେ ଚର୍ଚ୍ଚା ଚାଲିଛି । ସଲମାନ ଖାନଙ୍କ ସହିତ “ବୀର”ଫିଲ୍ମ ଦ୍ୱାରା ବଲିଉଡରେ ଡେଭିୟୁ କରିଥିବା ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ଚାଲିଥିବା ଏହି ପ୍ରଚାର ଏକ ଗୁଜବ କହିବା ସହ ଖୁବ ନିନ୍ଦା ମଧ୍ୟ କହିଛନ୍ତି ।
ସୋସିଆଲ ମିଡିଆରେ ଲୋକଙ୍କ ମଧ୍ୟରେ ଯେପରି ସାନିଆ ମିର୍ଜା ଏବଂ ସୋଏବ ମଲ୍ଲିକଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିଲା ଠିକ ସେହିଭଳି ଏମାନ ସଂପର୍କକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋରସେ ଚାଲିଛି ।

ପାକିସ୍ତାନର ଏହି ୨୮ ବର୍ଷିୟ ଖେଳାଳୀ ଫକର ଜମାନ ୨୩ ଟି ଦିନିକିଆ ଖେଳିଥିବାବେଳେ ୨୨ ଟି ଟି-୨୦ ମଧ୍ୟ ଖେଳିସାରିଛନ୍ତି । ଫକର ଦିନିକିଆରେ ସବୁଠାରୁ ଦ୍ରୁତତମ ୧୦୦୦ ରନ ସଂଗ୍ରହ କରିଥିବାବେଳେ ଡବଲ ସେନଚୁରୀ ମାରିଥିବା ଏକ ମାତ୍ର ପାକିସ୍ତାନୀ ଖେଳାଳୀ ଅଟନ୍ତି ।
ପ୍ରକାଶ ଥାଉକି, ପାକିସ୍ତାନର ଏହି ବିସ୍ପୋଟକ ବ୍ୟାଟ୍ସମ୍ୟାନ ଜଣକ ଏସିଆ କପରେ ସେତେଟା ବି କିଛି ଖାସ ପ୍ରଦର୍ଶନ କରିପାରିନଥିଲେ । ସେ ୫ଟି ମ୍ୟାଚ ଖେଳୀ ମାତ୍ର ୩୨ ରନ ହିଁ ସଂଗ୍ରହ କରିପାରିଥିଲେ


Share It

Comments are closed.