କିପରି କଟିବ ଆଜି ଆପଣଙ୍କ ଦିନ, ଜାଣନ୍ତୁ ଆପଣଙ୍କ ରାଶିଫଳ କ’ଣ ରହିଛି


ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ଭାଗ୍ୟୋଦୟ ହେବ। କର୍ମରେ ସଫଳତା ଓ ପ୍ରମୋଶନ ମିଳିପାରେ। ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଉଚ୍ଚ ପଦବୀ, ରାଜକୀୟ ସମ୍ମାନ ଓ କୌଣସି ସଙ୍ଗଠନର ଦାୟିତ୍ୱ ନେଇପାରନ୍ତି। ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଯଶସ୍ୱୀ ହେବେ। ମହିଳାମାନେ ସ୍ୱାଭିମାନୀ ହେବେ। ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୩, ଆରାଧନା- ମା’ ଚଣ୍ଡୀ ।

ବୃଷ: ଅଷ୍ଟମ ଚନ୍ଦ୍ର ହେତୁ କଥାବାର୍ତ୍ତା, ଚାଲିଚଳନ ଓ ବ୍ୟବହାର ବିବାଦୀୟ ହେବ। ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଏବଂ କର୍ମରେ ବାଧାବିଘ୍ନ ଦେଖାଦେବ। ଶତ୍ରୁବୃଦ୍ଧି, ଦୁର୍ଘଟଣା ଓ ମନରେ ବିରକ୍ତିଭାବ ପ୍ରକାଶ ପାଇବ। ଯେଉଁମାନଙ୍କର ମୃଗଶିରା ବୃଷ ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅବହେଳା କରିବେ। ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ। ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା-ମା’ କମଳା।

ମିଥୁନ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ। କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହାୟତା ଲାଭ କରିବେ। ପରିବାରରେ ସୁଖଶାନ୍ତି ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ପରିବାରର ସେବା କରିବେ। ଶୁଭରଙ୍ଗ-ଚକୋଲେଟ୍‌, ଶୁଭସଂଖ୍ୟା-୮, ଆରାଧନା-ମା’ ଷୋଡ଼ଶୀ।

କର୍କଟ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। ମନରେ ଉତ୍ସାହ, ଉଦ୍ଦୀପନା, ପ୍ରସନ୍ନତା ଓ ନିଜର ବକ୍ତବ୍ୟରେ ସମସ୍ତଙ୍କୁ ବଶୀଭୂତ କରିବେ। କର୍ମରେ ସଫଳତା ଓ ସମସ୍ତ କର୍ମକୁ ସୁଚାରୁରୂପେ ତୁଲାଇବେ। ଶରୀର ରୋଗମୁକ୍ତ ହେବ ଓ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ। ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ଉପକୃତ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସୁନାମ ଅର୍ଜନ କରିବେ । ମହିଳାମାନେ ପରିବାର ସଦସ୍ୟଙ୍କ ମନ ଜିଣିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧, ଆରାଧନା-ମା’ ଭୁବନେଶ୍ୱରୀ।

ସିଂହ : ପଞ୍ଚମ ଚନ୍ଦ୍ର ହେତୁ ବିଦ୍ୟା, ସନ୍ତାନ, ପିତାମାତା, ଯଶ, ସମ୍ମାନ ଓ କର୍ମ ଏହି ପାଞ୍ଚଟି କର୍ମରେ ସଫଳତା ମିଳିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା, ପ୍ରଶଂସା ଓ ସହକର୍ମୀଙ୍କ ସହାୟତା ପାଇବେ। ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ପିତାମାତାଙ୍କ କୃପାଲାଭ କରିବେ । ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ ସେମାନେ ଉପକୃତ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଧ୍ୟାନ ଦେବେ । ମହିଳାମାନେ ସୁଖୀ ହେବେ। ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୧୧, ଆରାଧନା-ମା’ ମାତଙ୍ଗୀ।

କନ୍ୟା: ଚତୁର୍ଥ ଚନ୍ଦ୍ର ହେତୁ ମନରେ କଳହ କରିବାର ମନୋବୃତ୍ତି ଜାଗ୍ରତ ହେବ। ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଓ ପରିବହନରେ କ୍ଷତି ହେବ। କର୍ମରେ ବିଫଳତା ଓ କୌଣସି କର୍ମରେ ମନ ଲାଗିବ ନାହିଁ। ମୂଲ୍ୟବାନ ପଦାର୍ଥ ନଷ୍ଟ, ସ୍ୱଜନରେ ବିବାଦ, ମନରେ ଅସ୍ଥିରତା ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି। ଯେଉଁମାନଙ୍କର ଚିତ୍ରା କନ୍ୟା ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ବୁଲାବୁଲିରେ ମନ ଦେବେ । ମହିଳାମାନେ ଅସ୍ଥିରମନା ହେବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୬, ଆରାଧନା-ମା’ ଭୈରବୀ।

ତୁଳା : ଘାତଚନ୍ଦ୍ର ହେତୁ ବିନା କାରଣରେ ବିବାଦରେ ପଡ଼ିବେ ଓ ଶାରୀରିକ ପୀଡ଼ା ଭୋଗିବେ । ଭାଇଭଉଣୀଙ୍କ ସହିତ ବିବାଦ ବଢ଼ିବ ଓ ପରିବାରରେ ଅଶାନ୍ତିର ବାତାବରଣ ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ । କର୍ମରେ ଅନାଗ୍ରହ ଭାବ ଓ ବିଘ୍ନ ଦେଖାଦେବ। ଯେଉଁମାନଙ୍କର ଚିତ୍ରା ତୁଳା ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରୁ ବିଚ୍ୟୁତ ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୪, ଆରାଧନା-ମା’ ସମଲେଶ୍ୱରୀ ।

ବିଛା : ଘାତବାର ଓ ଦ୍ୱିତୀୟ ଚନ୍ଦ୍ର ହେତୁ ସମସ୍ତ କର୍ମରେ ସଫଳତା ମିଳିଲେ ମଧ୍ୟ ଆତ୍ମସନ୍ତୋଷ ମିଳିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ। କର୍ମରେ ସଫଳତା ଓ କର୍ମସ୍ଥାନରେ ସମସ୍ତ ସୁବିଧାସୁଯୋଗ ହାସଲ କରିବେ । ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ଉପକୃତ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ ମିତବ୍ୟୟୀ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ହନୁମାନ।

ଧନୁ: ଘାତବାର ଓ ଶ୍ରୀଚନ୍ଦ୍ର ହେତୁ ଘାତବାରର ପ୍ରଭାବ କମ୍‌ ରହିବ । ଧନ, ମାନ, ସମ୍ମାନ ଓ ସୁଖାଦ୍ୟ ଏବଂ ସୁବସନ ପ୍ରାପ୍ତି ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା, ଯଶ, ସମ୍ମାନ ଓ ସମସ୍ତଙ୍କର ଶ୍ରଦ୍ଧାଲାଭ କରିବେ। ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ ସେମାନେ ଉପକୃତ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଆମୋଦପ୍ରମୋଦରେ ମନ ଦେବେ। ମହିଳାମାନେ ସୌଭାଗ୍ୟବତୀ ହେବେ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୫, ଆରାଧନା-ମା’ ଧୂମାବତୀ।

ମକର: ବହୁତ ଭାବିଚିନ୍ତି ଖର୍ଚ୍ଚ କରିବେ । ଅପବ୍ୟୟ, ଅପବାଦ ଓ ଅପଯଶରୁ ମୁକ୍ତି ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ବହୁତ କମ୍‌ ରହିବ। କର୍ମରେ ସଫଳତା ଓ ଅଟକିଥିବା କାମ ସୁରୁଖୁରୁରେ ସମ୍ପାଦନ କରିବେ। ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଶ୍ରବଣା ମକର ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ। ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୧, ଆରାଧନା-ମା’ ବିମଳା ।

କୁମ୍ଭ: ଘାତଚନ୍ଦ୍ର ହେତୁ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ଆୟ ଶୂନ୍ୟ ଓ କର୍ମ ପ୍ରତି ବିପଦ ମାଡ଼ିଆସିବ। ମୂଲ୍ୟବାନ ପଦାର୍ଥ ହଜିଯାଇପାରେ କିମ୍ବା ଧନ ଚୋରିଯାଇପାରେ। ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଓ ସଞ୍ଚିତ ଅର୍ଥ ଖର୍ଚ୍ଚ ହୋଇଯିବ। ଯେଉଁମାନଙ୍କର ଧନିଷ୍ଠା କୁମ୍ଭ ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅନାଗ୍ରହୀ ହେବେ । ମହିଳାମାନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗିବେ। ଶୁଭରଙ୍ଗ-ଧୂସର, ଶୁଭସଂଖ୍ୟା-୩, ଆରାଧନା-ମା’ କାତ୍ୟାୟନୀ ।

ମୀନ: ଘାତବାର ଓ ଦଶମ ଚନ୍ଦ୍ର ହେତୁ ସମସ୍ତ କର୍ମରେ ସଫଳତା ମିଳିଲେ ମଧ୍ୟ ମନ ଆହୁରି ଅଧିକ ଚାହିଁବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ନୂତନ କର୍ମାରମ୍ଭର ଯୋଜନା କରିବେ। କର୍ମରେ ତତ୍ପରତା, ନିପୁଣତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ। ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନ କରିବେ । ମହିଳାମାନଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ପ୍ରଭୁ ଗଜାନନ।


Share It

Comments are closed.