ସାଓମି ପକ୍ଷରୁ ଏହାର ନୂତନ ଉତ୍ପାଦ ଗୁଡ଼ିକର ଶୁଭାରମ୍ଭ


ଭୁବନେଶ୍ୱର – ଭାରତର ଅଗ୍ରଣୀ ସ୍ମାର୍ଟଫୋନ୍ ବ୍ରାଣ୍ଡ ବା ସ୍ମାର୍ଟ ଟିଭି ବ୍ରାଣ୍ଡ ସାଓମି ପକ୍ଷରୁ ସ୍ମାର୍ଟର ଲିଭିଂ ୨୦୨୦ରେ ୪କେ ଏମ୍ଆଇ ଟିଭି, ଏମ୍ଆଇ ସ୍ମାର୍ଟ ୱାଟର ପ୍ୟୁରିଫାୟର ଓ ଏମ୍ଆଇ ସ୍ମାର୍ଟ ବ୍ୟାଣ୍ଡ ୪ର ଶୁଭାରମ୍ଭ କରାଯାଇଛି । ଏହା ସହିତ କମ୍ପାନୀ ସ୍ମାର୍ଟ ୱାଟର ପ୍ୟୁରିଫାୟର୍ କାଟାଗୋରୀରେ ପ୍ରବେଶ କରିଛି । ଏମ୍ଆଇ ଟିଭି ୪ଏକ୍ସ (୬୫) ହେଉଛି ଏମ୍ଆଇ ଟିଭି ୪ଏକ୍ସ ସିରିଜ୍ର ଏକ ପ୍ରମୁଖ ଉତ୍ପାଦ, ଯେଉଁଥିରେ ରହିଛି ଏକ ବିଶାଳ ୧୬୩.୯ ସେମି ଏଚ୍ଡିଆର୍ ଏଲ୍ଇଡି ଡିସ୍ପ୍ଲେ ସହିତ ସାଓମିର ଇନ୍-ହାଉସ୍ ଭିପିଇ (ଭିଭିଡ଼ ପିକ୍ଚର୍ ଇଞ୍ଜିନ୍) ଏବଂ ଆହୁରି ଅନେକ ବୈଶିଷ୍ଟ୍ୟ । ଏମ୍ଆଇ ଟିଭି ୪ଏକ୍ସ ସିରିଜ୍ ସମସ୍ତଙ୍କ ପାଇଁ ୪କେ ଆଣିବାକୁ ଲକ୍ଷ୍ୟ ରଖିଛି, ଯେଉଁଥିରେ ରହିଛି ଏମ୍ଆଇ ଟିଭି ୪ଏକ୍ସ (୬୫) ସହିତ ଏମ୍ଆଇ ଟିଭି ୪ଏକ୍ସ (୫୦) ଓ ଏମ୍ଆଇ ଟିଭି ୪ଏକ୍ସ (୪୩) । ଏହି ନୂତନ ଏମ୍ଆଇ ଟିଭିଗୁଡ଼ିକ ପୁନଃ ଡିଜାଇନ୍ ହୋଇଥିବା ଭର୍ସନର ପ୍ୟାଚ୍ୱାଲ୍ ସହିତ ଆସୁଛି, ଯାହା ଆଣ୍ଡ୍ରଏଡ଼ ୯ ପାଇ ଉପରେ ଆଧାରିତ । ଏହା ସହିତ ବକ୍ସ ବାହାରେ ନେଟ୍ଫ୍ଲିକ୍ସ ଓ ଆମାଜନ୍ ପ୍ରାଇମ୍ ରହିଛି । ଏହି ସିରିଜ୍ ଗୁଗୁଲ୍ ଡାଟା ସେଭର୍ ମୋଡ଼ ଆଣୁଥିବା ବିଶ୍ୱର ପ୍ରଥମ ସିରିଜ୍ ଅଟେ । ଏହାର ବୃଦ୍ଧି ପାଉଥିବା ଇକୋସିଷ୍ଟମ୍ ସୃଙ୍ଖଳର ଏକ ଅଂଶ ଭାବରେ ସାଓମି ଏହାର କାଟାଗୋରୀର ପ୍ରଥମ ବା ଭାରତର ଏକମାତ୍ର ଉତ୍ପାଦ ଏମ୍ଆଇ ସ୍ମାର୍ଟ ୱାଟର ପ୍ୟୁରିଫାୟର୍ (ଆର୍ଓ + ୟୁଭି)ର ଘୋଷଣା କରିଛି, ଯାହା ୱାଟର୍ ପ୍ୟୁରିଫାୟର ବର୍ଗକୁ ଏହାର ପ୍ରବେଶକୁ ଦର୍ଶାଉଛି । ଏହା ବ୍ୟତୀତ ସମ୍ପୂର୍ଣ୍ଣ ଟଚସ୍କ୍ରିନର ରଙ୍ଗୀନ ଏମୋଲଡ ଡିସପ୍ଲେ ତଥା ୫ଏଟିଏମ ୱାଟର ରେଜିଷ୍ଟାନ୍ସ ଭଳି ବୈଶିଷ୍ଟ୍ୟରେ ସମୃଦ୍ଧ ସ୍ମାର୍ଟ ବ୍ୟାଣ୍ଡ ୪ ଏବଂ ଏମଆଇ ମୋସନ ଆକ୍ଟିଭେଟେଡ ନାଇଟ ଲାଇଟ ୨ ନେଇ ଆସିଛି ।ଏହି ଶୁଭାରମ୍ଭ ଅବସରରେ ଶ୍ରୀଯୁକ୍ତ ରଘୁ ରେଡ୍ଡି, ମୁଖ୍ୟ – କାଟାଗୋରୀ ଓ ଅନ୍ଲାଇନ୍ ବିକ୍ରି, ସାଓମିି ଇଣ୍ଡିଆ ପ୍ରକାଶ କରିଛନ୍ତି, “ସାଓମିରେ ଆମେ ଗୋଟିଏ ଆଧୁନିକ ପ୍ରଯୁକ୍ତି କମ୍ପାନୀ ଏବଂ ବିଶ୍ୱର ସବୁଠାରୁ ବଡ଼ ହାର୍ଡଓୟାର୍ ଇନ୍କ୍ୟୁବେଟର୍ ହେବା ନିମନ୍ତେ ଆଶା ରଖିଛୁ । ଏହା ଆମକୁ ନୂତନ ଯୁଗର ଉତ୍ପାଦ ସୃଷ୍ଟି କରିବା ସହାୟକ ହେବ, ଯାହା ଦୈନଦିନ ଜୀବନରେ ସଚେତନତା, ସଂଯୋଗତା ଓ ସୁବିଧା ଆଣିବ । ସାଓମି ଇଣ୍ଡିଆ ନିୟମିତ ଭାବେ ତ୍ରୈମାସିକମାନଙ୍କରେ ୧ ନମ୍ବର ୱିଅରେବୁଲ୍ ଓ ସ୍ମାର୍ଟ ଟିଭି ବ୍ରାଣ୍ଡ ରହିଆସିଛି ଏବଂ ଆମେ ଆଶା କରୁଛୁ ଯେ, ଶୁଭାରମ୍ଭ ହୋଇଥିବା ଉତ୍ପାଦର ପରବର୍ତ୍ତୀ ଶ୍ରେଣୀ ଆମର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବାରେ ସହାୟକ ହେବ ।


Share It

Comments are closed.