ରିପୋର୍ଟରେ ବଡ଼ ଖୁଲାସା: ଦୁନିଆରେ କରୋନା ଆରମ୍ଭ ହେବା ପୂର୍ବରୁ ପ୍ରଥମେ ୱୁହାନ ଲ୍ୟାବର ଅନୁସନ୍ଧାନକାରୀ ହୋଇଥିଲେ ଭାଇରସର ଶିକାର
କରୋନା ମହାମାରୀ ଗତ ଦେଢ଼ ବର୍ଷ ଧରି ବିଶ୍ୱବ୍ୟାପୀ ବିନାଶ ଘଟାଇଛି। ଏହି ଭୂତାଣୁ ଲକ୍ଷ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଗ୍ରାସ କରିଛି | ଏହି ବିପଜ୍ଜନକ ଭାଇରସ ପ୍ରବର୍ତ୍ତନକୁ ନେଇ ଏବେ ବି ବିବାଦ ଲାଗି ରହିଛି। ଏହି କରୋନା ଭାଇରସ ପାଇଁ ବିଶ୍ୱ ଚୀନ୍କୁ ଦାୟୀ କରୁଥିବାବେଳେ ଚୀନ୍ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଏହି ସମୟରେ, ଏକ ରିପୋର୍ଟରୁ ଜଣାପଡିଛି ଯେ ଉହାନର ଯେଉଁ ଲ୍ୟାବରେ କରୋନା ଭାଇରସ ଚିହ୍ନଟ ହୋଇଥିବା କୁହାଯାଉଛି ସେହି ସମୟରେ ଉକ୍ତ ଲ୍ୟାବର ତିନିଜଣ କର୍ମଚାରୀଙ୍କୁ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିଲା, ଯେତେବେଳେକି ବିଶ୍ୱ କରୋନା ବିଷୟରେ ଜାଣି ନଥିଲା।
ଆମେରିକାର ଖବରକାଗଜ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟରୁ ଜଣାପଡିଛି ଯେ କରୋନା ଭାଇରସ ବିଶ୍ୱରେ ବ୍ୟାପିବା ପୂର୍ବରୁ ଚୀନ୍ର ୱୁହାନ ଲ୍ୟାବର ଅନୁସନ୍ଧାନକାରୀମାନେ ଏଥିରେ ସଂକ୍ରମିତ ହୋଇଥିଲେ। ଏହି ରିପୋର୍ଟ ଅନୁଯାୟୀ, ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜିର ତିନିଜଣ ଅନୁସନ୍ଧାନକାରୀ ନଭେମ୍ବର ୨୦୧୯ ରେ ଅସୁସ୍ଥ ହୋଇପଡିଥିଲେ ଏବଂ ଡାକ୍ତରଖାନାରେ ଚିକିତ୍ସା ପାଇଁ ମଧ୍ୟ ସହାୟତା ଲୋଡିଥିଲେ। ଏହି ଗବେଷକମାନଙ୍କର କରୋନା ସଂକ୍ରମଣର ଲକ୍ଷଣ ଥିଲା | ପ୍ରକାଶଥାଉ ଯେ ଟ ନଭେମ୍ବର ୨୦୧୯ ପରେ, ଡିସେମ୍ବର-ଜାନୁୟାରୀ ମଧ୍ୟରେ, କରୋନା ଭାଇରସ ମହାମାରୀ ବିଷୟରେ ବିଶ୍ୱ ଜାଣିବାକୁ ପାଇଲା |
ଏହାସହ ଆମେରିକା ହାତରେ ଲାଗିଥିବା ଏହି ଗୁଇନ୍ଦା ରିପୋର୍ଟରେ ଉହାନ ଲ୍ୟାବରେ କାମ କରୁଥିବା ସମସ୍ତ ବୈଜ୍ଞାନିକ ଓ କର୍ମଚାରୀଙ୍କ ତାଲିକା ମଧ୍ୟ ରହିଛି । ଏହି ରିପୋର୍ଟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବୈଠକର ଗୋଟିଏ ଦିନ ପୂର୍ବରୁ ଆସିଛି । ଯେଉଁ ବୈଠକରେ କରୋନା ଉତ୍ପତ୍ତିକୁ ନେଇ ତଦନ୍ତ ବାବଦରେ ବିସ୍ତୃତ ଆଲୋଚନା ହେବ ।
ଆମେରିକା ସିକ୍ୟୋରିଟି କାଉନସିଲ୍ର ମୁଖପାତ୍ର ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏହି ଖବରକୁ ନେଇ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି । କିନ୍ତୁ କହିଛନ୍ତି ଯେ, ବାଇଡେନ୍ ସରକାର କରୋନା ଭାଇରସରର ଉତ୍ପତ୍ତିର ତଦନ୍ତ ପାଇଁ ଉତ୍ସାହିତ ଅଛନ୍ତି । ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଟିମ୍ କରୋନା ତଥ୍ୟ ହାସଲ ପାଇଁ ଉହାନ ଯାଇଥିଲା ।
ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଥିଲା ଯେ, ଉହାନ ଲ୍ୟାବରୁ କରୋନା ଉତ୍ପତ୍ତି ନେଇ ପର୍ଯ୍ୟାପ୍ତ ତଥ୍ୟ ନାହିଁ । ଆମେରିକାର ପୂର୍ବତନ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସକୁ ଚୀନ ଭାଇରସ କହିବା ସହ ଏହା ଚୀନରୁ ଆସିଥିବା ଦାବି କରିଥିଲେ । ତେବେ ଚୀନ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଟିମ୍କୁ ଅନେକ ସମୟରେ ସହାୟତା କରୁନଥିବା ଅଭିଯୋଗ ଆସିଥିଲା ।
Comments are closed.