ହୃଦ ରୋଗରୁ ରକ୍ଷା ପାଇବା ପାଇଁ ଖାଆନ୍ତୁ ଏହି ୭ଟି ଜିନିଷ
ହୃତପିଣ୍ଡକୁ ସୁସ୍ଥ ରଖିବା ପାଇଁ ଷ୍ଟ୍ରେସ୍ ଫ୍ରି ଲାଇଫ୍ ସହିତ ଖାଦ୍ୟର ମଧ୍ୟ ବିଶେଷ ଯତ୍ନ ନେବା ଆବଶ୍ୟକ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟରେ ଲାଲ୍ ଜିନିଷ ଅନ୍ତର୍ଭୁକ୍ତ କରିବା ଦ୍ୱାରା ହୃତପିଣ୍ଡ ମଜବୁତ ହୋଇଥାଏ । ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ତେଣୁ ଏହି ଅବସରରେ ଚାଲନ୍ତୁ ଜାଣିବା ଏପରି କିଛି ଟିପ୍ସ ଯାହା ଦ୍ୱାରା ଆପଣ ନିଜ ହୃତପିଣ୍ଡର ଯତ୍ନ ନେଇପାରିବେ-
ସେଓ : ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରତିଦିନ ଗୋଟିଏ ଆପଲ ଖାଇବା ଦ୍ୱାରା ବିଭିନ୍ନ ରୋଗ ଦୂରେଇ ଯାଇଥାଏ । ଆପଲ୍ ବ୍ୟାଡ୍ କୋଲେଷ୍ଟ୍ରଲକୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଥାଏ । ଏଥି ସହିତ, ମେନୋପୋଜରେ ପହଞ୍ଚିଥିବା ୩୪,୦୦୦ ମହିଳାଙ୍କ ଉପରେ ୧୮ ବର୍ଷ ଧରି ହୋଇଥିବା ଏକ ଅଧ୍ୟୟନରେ ଜଣାପଡିଛି ଯେ ଆପଲ୍ ଖାଇବା ଦ୍ୱାରା ହୃଦ୍ ରୋଗରେ ମୃତ୍ୟୁ ହେବାର ଆଶଙ୍କା କମ୍ ରହିଥାଏ ।
ଡାଳିମ୍ବ :ଡାଳିମ୍ବରେ ଟେନିନ୍ ଏବଂ ଆନଥୋସିୟାନିନ୍ ପରି ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଡାଳିମ୍ବ ରସ ପ୍ରଦାହକୁ ମୁକାବିଲା କରିବାରେ ସାହାଯ୍ୟ କରିଥାଏ ଏବଂ ବ୍ୟାଡ୍ କୋଲେଷ୍ଟ୍ରଲକୁ କମାଇଥାଏ । ଏହା ଧମନୀରେ ପ୍ଲେକ୍ ଜମା ସୃଷ୍ଟି କରେ ନାହିଁ, ଯାହା ରକ୍ତଚାପ ହ୍ରାସ କରିବାରେ ମଧ୍ୟ ଲାଭଦାୟକ ହୋଇଥାଏ । ହୃଦୟ ରୋଗୀମାନେ ପ୍ରତିଦିନ ଡାଳିମ୍ବ ଖାଇବା ଆବଶ୍ୟକ ।
ଷ୍ଟ୍ରବେରି :ଷ୍ଟ୍ରବେରି ଆନଥୋସିୟାନିନ୍ ଭଳି ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ହୋଇଥାଏ । ଏହା ହୃତପିଣ୍ଡକୁ ସୁସ୍ଥ ରଖିଥାଏ । ଷ୍ଟ୍ରବେରିରେ ଥିବା ପ୍ରଚୁର ପରିମାଣର ପୋଟାସିୟମ୍ ଏବଂ ଫାଇବର ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରିଥାଏ ।
ବିଟ୍ :ବିଟରେ ଭିଟାମିନ୍ ବି, ଆଇରନ୍, ମାଙ୍ଗାନିଜ୍, କପର, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ନାଇଟ୍ରେଟ୍ ମଧ୍ୟ ଭରପୂର ରହିଥାଏ, ଯାହା ଶରୀର ନାଇଟ୍ରିକ୍ ଏସିଡ୍ ରେ ପରିଣତ ହୁଏ । ରକ୍ତ ପ୍ରବାହରେ ଉନ୍ନତି ଆଣିବା ଏବଂ ରକ୍ତଚାପ କମ୍ କରିବାରେ ଏହା ସହାୟକ ହୋଇଥାଏ ।
ଟମାଟର :ଟମାଟୋରେ ଲାଇକୋପିନ୍ ନାମକ ଏକ ଉପାଦାନ ପ୍ରଚୁର ପରିମାଣରେ ମିଳିଥାଏ । ହୃତପିଣ୍ଡକୁ ସୁସ୍ଥ ରଖିବା ଏବଂ ହୃଦରୋଗରୁ ରକ୍ଷା କରିବାରେ ଲାଇକୋପିନ୍ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
Comments are closed.