ଏହି ପାଂଚୋଟି ସ୍ଥାନରେ ଜୋତା ପିନ୍ଧିବାକୁ କାହିଁକି କରାଯାଏ ବାରଣ, ଜାଣନ୍ତୁ


ଜାଣିଶୁଣି କିମ୍ବା ଅଜାଣତରେ, ଆମେ ପ୍ରାୟତଃ ଏପରି ଭୁଲ୍ କରିଥାଉ ଯାହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ । କୁହାଯାଏ ଯଦି ଘରେ ବାସ୍ତୁ ଦୋଷ ରହିଥାଏ, ତେବେ ଆପଣ ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ଏବଂ ପାରିବାରିକ କଳହର ସମ୍ମୁଖୀନ ହୋଇପାରନ୍ତି । ଅନେକ ଥର – ଅଜାଣତରେ ଆମେ ଏପରି ଜାଗାରେ ଜୋତା କିମ୍ବା ଚପଲ ପିନ୍ଧି ଚାଲିଯାଇଥାଉ, ଯାହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ଶାସ୍ତ୍ରରେ, ଏପରି ୫ଟି ସ୍ଥାନ ବିଷୟରେ କୁହାଯାଇଛି ଯେଉଁଠାରେ ଜୋତା ଏବଂ ଚପଲ ପିନ୍ଧିଯିବା ଦ୍ୱାରା ଅଶୁଭ ହୋଇଥାଏ । ଅନେକ ସମୟରେ ଏହି ଭୁଲ ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା କେଉଁ ଜାଗାକୁ ଭୁଲରେ ସୁଦ୍ଧା ଜୋତା କିମ୍ବା ଚପଲ ପିନ୍ଧିଯିବା ଉଚିତ୍ ନୁହେଁ ।

୧. ଭଣ୍ଡାର ଘର- ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଭଣ୍ଡାର ଘରେ ଜୋତା ଏବଂ ଚପଲ ପିନ୍ଧିବା ଉଚିତ୍ ନୁହେଁ । ଏହାକୁ ଧ୍ୟାନରେ ରଖିଲେ ଘରେ ଖାଦ୍ୟର ଅଭାବ କେବେ ହେବ ନାହିଁ ।

୨. ଆଲମାରି ନିକଟରେ- ଆଲମାରି ପାଖକୁ ଯିବା ସମୟରେ ଜୋତା ଏବଂ ଚପଲ କାଢିକି ଯିବା ଉଚିତ୍ । ଆଲମାରି ପାଖକୁ ଜୋତା ପିନ୍ଧି ଗଲେ ଦେବୀ ଲକ୍ଷ୍ମୀ ଅସନ୍ତୋଷ ପ୍ରକାଶ କରନ୍ତି । ଯେଉଁ କାରଣରୁ ଆର୍ଥିକ ସଙ୍କଟ ଦେଖାଦେଇଥାଏ ।

୩. ପବିତ୍ର ନଦୀ- ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପବିତ୍ର ନଦୀ ନିକଟରେ ଜୋତା ଏବଂ ଚପଲ ପିନ୍ଧିବା ଉଚିତ୍ ନୁହେଁ । ନଦୀରେ ଗାଧୋଇବା ପୂର୍ବରୁ ଜୋତା କିମ୍ବା ଚମଡ଼ାରେ ତିଆରି ଜିନିଷ କାଢିବା ଉଚିତ୍ । ଏହା କରିବା ଦ୍ୱାରା ଘରେ ସୁଖ ଏବଂ ଶାନ୍ତି ରହିଥାଏ।

୪. ରୋଷେଇ ଘର – ରୋଷେଇ ଘରକୁ କେବେବି ଜୋତା ପିନ୍ଧି ପ୍ରବେଶ କରିବା ଉଚିତ୍ ନୁହେଁ । କାରଣ ଏହା କରିବା ଦ୍ୱାରା ଦେବୀ ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇଥାନ୍ତି ଏବଂ ବ୍ୟକ୍ତିଙ୍କୁ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

୫. ମନ୍ଦିର- ହିନ୍ଦୁ ଧର୍ମରେ ମନ୍ଦିର ଭଗବାନଙ୍କର ଘର ବୋଲି ବିବେଚନା କରାଯାଏ । ତେଣୁ ଜୋତା ପିନ୍ଧି ମନ୍ଦିରକୁ ଯିବା ଉଚିତ୍ ନୁହେଁ ।ଏହା ମହାପାପ ହୋଇଥାଏ ଏବଂ ବ୍ୟକ୍ତିକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।


Share It

Comments are closed.