ମହିଳା ଟି ୨୦ ବିଶ୍ୱକପ୍ ଫେବୃଆରୀ ୨୧ରେ


ଆଇସିସି ମହିଳା ଟି ୨୦ ବିଶ୍ୱକପ୍ ୨୧ ଫେବୃଆରୀରେ ଅଷ୍ଟ୍ରେଲିଆଠାରେ ଆରମ୍ଭ ହେବାକୁ ଯାଉଛି । ୮ ମାର୍ଚ୍ଚ ୨୦୨୦ରେ ଏହାର ଫାଇନାଲ୍ ମୁକାବିଲା ହେବ । ୨୦୦୯ରେ ହୋଇଥିବା ପ୍ରଥମ ବିଶ୍ୱକପ୍‌ରେ ଇଂଲଣ୍ଡ ପ୍ରଥମ ବିଶ୍ୱବିଜେତା ହୋଇଥିଲା । ଏହାପରେ ୨୦୧୦, ୨୦୧୨ ଓ ୨୦୧୪ ବିଶ୍ୱକପ୍‌ରେ ତିନି ଥର ଲଗାତାର ଭାବେ ଅଷ୍ଟ୍ରେଲିଆ ମହିଳାମାନେ ବିଶ୍ୱକପ୍ ହାସିଲ୍ କରିଥିଲେ । ଏହାପରେ ୨୦୧୬ରେ ୱେଷ୍ଟେଣ୍ଡିଜ୍ ଏହି ଟାଇଟଲ୍ ଜିତିବା ପରେ ପୁଣି ୨୦୧୮ରେ ଅଷ୍ଟ୍ରେଲିଆ ଏହି ବିଜୟ ଅଭିଯାନ ଜାରି ରଖିଥିଲା । ପୂର୍ବରୁ କେବେ ବିଶ୍ୱକପ୍ ଜିତି ନଥିବା ଭାରତ ଏହି ବର୍ଷ ବିଶ୍ୱକପ୍ ଟାଇଟେଲ୍ ହାସଲ କରିବା ନିମନ୍ତେ ଜୋରଦାର ପ୍ରୟାସ କରିବ ।
ଟୁର୍ଣ୍ଣାମେଣ୍ଟର ମୁଖ୍ୟ ମୁକାବିଲା ଆରମ୍ଭ ହେବା ପୂର୍ବରୁ ୧୫ରୁ ୨୦ ଫେବୃଆରୀ ମଧ୍ୟରରେ ୧୦ଟି ଅଭ୍ୟାସ ମ୍ୟାଚ୍ ଖେଳାଯିବ । ପ୍ରତ୍ୟେକ ଦଳକୁ ଦୁଇଟି ଲେଖାଏଁ ଅଭ୍ୟାସ ମ୍ୟାଚ୍ ଖେଳାଯିବାକୁ ସୁଯୋଗ ମିଳିବ । ବିଶ୍ୱକପ୍‌ର ଆରମ୍ଭ ମ୍ୟାଚ୍ ଫେବୃଆରୀ ୨୧ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ । ବିଶ୍ୱକପ୍ ପାଇଁ ଗୃପ ଏରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ବାଂଲାଦେଶ ରହିଥିବାବେଳେ ଦ୍ୱିତୀୟ ଗୃପ୍‌ରେ ରହିଛନ୍ତି ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ୍‌, ଆୟର୍ଲ୍ୟାଣ୍ଡ ଓ ୱେଷ୍ଟେଣ୍ଡିଜ୍ । ଭାରତୀୟ କ୍ରିକେଟ୍ ଦଳରେ ବିଶ୍ୱକପ୍ ପାଇଁ ସାମିଲ ଅଛନ୍ତି ତାନିଆ ଭାଟିଆ (ୱିକେଟ୍ କିପର୍‌), ହରମିନ ଦେୱଲ, ରାଜେଶ୍ୱରୀ ଗାୟକୱାଡ଼, ରିୟା ଘୋଷ, ହରମନପ୍ରୀତ (ଅଧିନାୟିକା), ବେଦା କୃଷ୍ଣମୂାର୍ତ୍ତୀ, ସ୍ମୃତି ମନ୍ଧାନା, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡୀ, ଜେମିମା ରଡ୍ରିଗ୍ୟୁସ୍‌, ଦିପ୍ତି ଶର୍ମା, ପୂଜା ବସ୍ତ୍ରକାର, ଶେଫାଳୀ ବର୍ମା, ପୁନମ ଜାଦବ, ରାଧା ଜାଦବ ପ୍ରମୁଖ ।


Share It

Comments are closed.