କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଅଲୋଡା ହୋଇଗଲେ ଆନ୍ନା


ଆସନ୍ତା କାଲି ରବିବାର ଦିନ ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଋପେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବିଶିଷ୍ଟ ହସ୍ତିଙ୍କୁ ଆମନ୍ତ୍ରିତ କରାଯାଇଥିବାବେଳେ କିନ୍ତୁ ଅନ୍ୟପଟେ ବିଶିଷ୍ଟ ସମାଜସେବୀ ଆନ୍ନା ହାଜାରେଙ୍କୁ ଏଥି ପାଇଁ ଆମନ୍ତ୍ରଣ କରାଯାଇ ନାହିଁ ।
ପ୍ରକାଶ ଥାଉକି, ନିଜର ପ୍ରଥମ କାର୍ଯ୍ୟକାଳ ସମୟରେ ଅରବିନ୍ଦ, ଆନ୍ନାଙ୍କୁ ଶପଥ ଗ୍ରହଣ ସମାରୋହରେ ଆମନ୍ତ୍ରିତ କରିଥିଲେ । ସେ ସମୟରେ ଆନ୍ନା ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇନଥିଲେ । କେବଳ ଏତିକି ନୁହେଁ କେଜ୍ରିୱାଲ ଫୋନ ଯୋଗେ ମଧ୍ୟ ଆନ୍ନାଙ୍କୁ ଆମନ୍ତ୍ରିତ କରିଥିଲେ କିନ୍ତୁ ସେ ଏହାର ଉତ୍ତର ଦେଇନଥିଲେ ।
ଆସନ୍ତା ୧୬ ତାରିଖରେ ହେବାକୁ ଥିବା କେଜ୍ରିୱାଲଙ୍କ ଶପଥ ଗ୍ରହଣ ସମାରୋହ ସଂପର୍କରେ ଆନ୍ନାଙ୍କୁ ପଚାରାଯିବାରୁ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଆମନ୍ତ୍ରଣ କରିନାହାନ୍ତି ବୋଲି ସେ କହିଛନ୍ତି । ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ ଦେବା ମାମଲାରେ ବିଳମ୍ବ ହେବାରୁ ସେ ଆନ୍ନା ଗତ ୨୦ ଡିସେମ୍ବରରୁ ମଉନବ୍ରତ ରଖିଛନ୍ତି । ଦୋଷୀଙ୍କୁ ଫାଶୀ ଦେବା ପରେ ସେ ମଉନବ୍ରତ ଭାଙ୍ଗିବେ ବୋଲି ଜାଣିବାକୁ ମିଳିଛି ।


Share It

Comments are closed.