ଟେଷ୍ଟରେ କୋହଲିଙ୍କ ସନ୍ୟାସକୁ ନେଇ ଗମ୍ଭୀରଙ୍କ ଭାବବିହ୍ୱଳ ବାର୍ତ୍ତା

Share It

ଭୁବନେଶ୍ୱର : ଟେଷ୍ଟ କ୍ରିକେଟରୁ କୋହଲିଙ୍କ ସନ୍ୟାସ ଖବରକୁ ନେଇ ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏକ ଭାବବିହ୍ୱଳ ବାର୍ତ୍ତା ଦେଇଛନ୍ତି ସେ କହିଛନ୍ତି ଯେ, ‘ସିଂହର ଆବେଗ ଥିବା ବ୍ୟକ୍ତି ! ଚିକ୍ସ ତୁମେ ବହୁତ ମନେ ପଡିବ’ । ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବାର ଘୋଷଣା ଇନଷ୍ଟାଗ୍ରାମରେ କରିଛନ୍ତି ।

ସେ ୧୨୩ଟି ଟେଷ୍ଟ ମ୍ୟାଚରେ ୪୬.୮୫ ଆଭରେଜରେ ୯,୨୩୦ ରନ ସଂଗ୍ରହ କରିଛନ୍ତି , ଯେଉଁଥିରେ ୩୦ଟି ଶତକ ରହିଛି । ୬୮ଟି ଟେଷ୍ଟରୁ ୪୦ଟିରେ ବିଜୟ ଲାଭ କରି କୋହିଲ ଟେଷ୍ଟରେ ଭାରତ ପାଇଁ ସବୁଠାରୁ ସଫଳ ଅଧିନାୟକ ସାବ୍ୟସ୍ତ ମଧ୍ୟ ହୋଇଛନ୍ତି ।


Share It

Comments are closed.