ଗଣତନ୍ତ୍ର ଦିବସରେ କାହିଁକି ହୋଇଥାଏ ପରେଡ୍‌, ଜାଣନ୍ତୁ


ଗଣତନ୍ତ୍ର ଦିବସରେ ପ୍ରତିବର୍ଷ ରାଜଧାନୀ ଦିଲ୍ଲୀର ରାଜପଥଠାରେ ପରେଡ୍ ହୋଇଥାଏ । ଗଣତନ୍ତ୍ର ଦିବସର ଭବ୍ୟ ପରେଡ୍‌ରେ ଭାରତୀୟ ସେନାର ବିଭିନ୍ନ ରେଜିମେଂଟ୍‌, ବାୟୁସେନା, ନୌସେନା ଆଦି ଅଂଶଗ୍ରହଣ କରିଥାନ୍ତି । ଏଥିସହିତ ପରେଡରେ ବିଭିନ୍ନ ରାଜ୍ୟର ଝାଙ୍କି ବା ପ୍ରଜ୍ଞାପନ ମେଢ ମଧ୍ୟ ପ୍ରଦର୍ଶିତ ହୋଇଥାଏ । ଚଳିତ ବର୍ଷ ଯେଉଁ ୧୫ଟି ବିଭାଗ ଗଣତନ୍ତ୍ର ଦିବସ ପରେଡ୍‌ରେ ନିଜର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରିବେ ସେଥିରେ କୃଷି ବିଭାଗର ଦୁଇଟି ସାମିଲ ରହିଛି । ଏଥିସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସମାଜ କଲ୍ୟାଣ, ସହରାଂଚଳ ପ୍ରଶାସନ, ଶକ୍ତି ବିଭାଗ, ଆଦିମ ଜନଜାତି ତଥା ଅନୁସୂଚିତ ଜନଜାତୀ, ମହିଳା ଓ ଶିଶୁ ବିକାଶ, ପଂଚାୟତ ଓ ଗ୍ରାମୀଣ ବିକାଶ, ଲୋକ ନିର୍ମାଣ, ଜଙ୍ଗଲ, ଜଳ ସଂଶାଧନ, ଗ୍ରାମୋଦ୍ୟୋଗ, ସଂସ୍କୃତି ଓ ପର୍ଯ୍ୟଟନ, କୌଶଳ ବିକାଶ, ପ୍ରାଦ୍ୟୋଗିକ ଶିକ୍ଷା ଓ ନିଯୁକ୍ତି, ବିଜ୍ଞାନ ଓ ପ୍ରାଦ୍ୟୋଗିକ ବିଭାଗର ଗୋଟିଏ ଲେଖାଏଁ ପ୍ରଜ୍ଞାପନ ମେଢ ପରେଡ୍‌ରେ ସାମିଲ ହେବ ।
. ଗଣତନ୍ତ୍ର ଦିବସର ଭବ୍ୟ ପରେଡ୍ ଦେଶର ଏକତା, ଅଖଣ୍ଡତା, ସାଂସ୍କୃତିକ ବିବଧତା ଓ ସୈନ୍ୟ ଶକ୍ତିର ପ୍ରଦର୍ଶନ କରିବା ପାଇଁ ଆୟୋଜିତ ହୋଇଥାଏ । ଏହି ଭବ୍ୟ ପରେଡ୍ ନୂଆଦିଲ୍ଲୀସ୍ଥିତ ରାଜପଥଠାରେ ଆୟୋଜିତ ହୋଇଥାଏ ।
. ଆପଣ ଜାଣିଛନ୍ତି କି ୧୯୫୦ରୁ ୧୯୫୪ ପର୍ଯ୍ୟନ୍ତ ପରେଡ୍‌ର ଆୟୋଜନ ସ୍ଥଳ ରାଜପଥଠାରେ ନଥିଲା । ଏହି ବର୍ଷଗୁଡିକରେ ୨୬ ଜାନୁଆରୀର ପରେଡ୍ କ୍ରମଶଃ ଇରୱିନ୍ ଷ୍ଟାଡିୟମ (ଏବେ ନ୍ୟାସ୍‌ନାଲ ଷ୍ଟାଡିୟମ), କିଙ୍ଗସୱେ, ଲାଲ୍ କିଲ୍ଲା ଓ ରାମଲୀଳା ମଇଦାନଠାରେ ଆୟୋଜିତ ହୋଇଥିଲା ।
. ପରେଡ୍‌ର ଆରମ୍ଭ ରାଷ୍ଟ୍ରପତିଙ୍କ ଆଗମନ ସହ ହୋଇଥାଏ । ସର୍ବପ୍ରଥମେ ରାଷ୍ଟ୍ରପତିଙ୍କ ଅଶ୍ୱାରୋହୀ ଅଙ୍ଗରକ୍ଷକଙ୍କ ଦ୍ୱାରା ତ୍ରିରଙ୍ଗାକୁ ସଲାମି ଦିଆଯାଇଥାଏ । ସେହି ସମୟରେ ରାଷ୍ଟ୍ରୀୟ ସଙ୍ଗୀତ ବଜାଯାଇଥାଏ ଓ ୨୧ ତୋପର ସଲାମି ଦିଆଯାଇଥାଏ । ତେବେ ବାସ୍ତବରେ ୨୧ଟି ତୋପରୁ ଫାୟାରିଙ୍ଗ କରାଯାଇନଥାଏ ବରଂ ଭାରତୀୟ ସେନାର ୭ଟି ତୋପ (ଯାହାକୁ ୨୫ ପୌଣ୍ଡର୍ସ କୁହାଯାଇଥାଏ) ଦ୍ୱାରା ତିନି ତିନି ରାଉଣ୍ଡର ଫାୟାରିଙ୍ଗ କରାଯାଇଥାଏ ।
. ୨୬ ଜାନୁଆରୀ ୧୯୫୫ରେ ରାଜପଥରେ ଆୟୋଜିତ ପ୍ରଥମ ଗଣତନ୍ତ୍ର ଦିବସ ସମାରୋହରେ ପାକିସ୍ତାନର ଗଭର୍ଣ୍ଣନର ଜେନେରାଲ ମଲିକ୍ ଗୁଲାମ ମହମ୍ମଦ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।
. ପ୍ରତିବର୍ଷ ଗଣତନ୍ତ୍ର ଦିବସ ପରେଡ୍‌ରେ ‘ଆବାଇଡ ୱିଥ ମି’ ସଙ୍ଗୀତ ନିଶ୍ଚିତ ରୂପେ ବଜା ଯାଇଥାଏ; କାରଣ ଏହା ମହାତ୍ମା ଗାନ୍ଧୀଙ୍କ ପସନ୍ଦର ଗୀତ ଥିଲା । ତେବେ ବର୍ତମାନ ଏହି ଗୀତକୁ ହଟାଯାଇ ସେହି ସ୍ଥାନରେ ଭାରତୀୟ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ୍‌କୁ ବଜାଯାଉଛି ।


Share It

Comments are closed.