କିଏ ଲେଖିଥିଲେ ଭାରତୀୟ ସମ୍ବିଧାନ, ଜାଣନ୍ତୁ ସେହି ନେପଥ୍ୟ ନାୟକଙ୍କ ସମ୍ପର୍କରେ କିଛି ଅଜଣା କଥା


ଜାନୁଆରୀ ୨୬କୁ ସାରା ଦେଶରେ ଗଣତନ୍ତ୍ର ଦିବସରୁପେ ପାଳନ କରାଯାଇଆସୁଥିବାବେଳେ ୧୯୫୦ ମସିହା ସେହି ସମାନ ଦିନରେ ବିଦ୍ଧିବଦ୍ଧଭାବେ ଭାରତୀୟ ସମ୍ବିଧାନକୁ ଡ଼ଃ. ବି ଆର ଆମ୍ବେଦକରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିଲା । ଯେତେବେଳେ ଭାରତୀୟ ସମ୍ବିଧାନିକ ନିୟମ ପ୍ରିଣ୍ଟ ପାଇଁ ପ୍ରସ୍ତୁତ ହୋଇଯାଇଥିଲା ସେତେବେଳର ତତ୍କାଳୀନ ପ୍ରଧାନମନ୍ତ୍ରୀ, ଜବାହାରଲାଲ ନେହେରୁ ପ୍ରେମ୍ ବିହାରୀ ନାରାୟଣଙ୍କୁ ଇଟାଲିକ୍ ଷ୍ଟାଇଲରେ ଏହାକୁ ହାତରେ ଲେଖିବା ପାଇଁ କହିଥିଲେ । ଭାରତୀୟ ସମ୍ବିଧାନର ପ୍ରଥମ ଡ୍ରାଫ୍ଟ, ଯାହାକି ୨୬ ନଭେମ୍ବର ୧୯୪୯ରେ ସମାପ୍ତ ହୋଇଥିଲା । ସେତେବେଳେ ନନ୍ଦଲାଲ ବୋଷ୍ ଏବଂ ତାଙ୍କର ଛାତ୍ରମାନେ ଏହାର ପ୍ରତ୍ୟେକ ପୃଷ୍ଟାର ବର୍ଡ଼ର ଡ଼ିଜାଇନ୍ ବିଭିନ୍ନ କାରୁକାର୍ଯ୍ୟ ସହ କରିଥିଲେ ଏବଂ ଏହା ହେଉଛି ପ୍ରେମ୍ ବିହାରୀ ନାରାୟଣ ରେଜେଦା (ସକସେନା)ଙ୍କ ଏକ ଅଦ୍ୟମ ପ୍ରଚେଷ୍ଟା, ଯାହାକି ଭାରତୀୟ ସମ୍ବିଧାନକୁ ଲିଖିତ ଆକାରରେ ଆହୁରୀ ଜୀବନ୍ତ କରିପାରିଥିଲା ।

ଯେତେବେଳେ ନେହେରୁ ପ୍ରେମ୍ ବିହାରୀଙ୍କୁ ଭାରତୀୟ ସମ୍ବିଧାନକୁ ଲେଖିବା ପାଇଁ କହିଥିଲେ ଏବଂ ଏଥି ନିମନ୍ତେ କେତେ ପାରିଶ୍ରମିକବୋଲି ପଚାରିଥିଲେ, ସେ ତାହାର ଉତ୍ତରରେ କହିଥିଲେଯେ, ମୋତେ ଗୋଟେ ପଇସାବି ଆବଶ୍ୟକ ନାହିଁ, ଠାକୁରଙ୍କ ଦୟାରୁ ମୋ ପାଖରେ ସବୁକିଛି ଅଛି । ତଥାପିବି ନେହେରୁଙ୍କ ଅନୁରୋଧ ରକ୍ଷାକରି ସେ ଏହାକୁ ହାତରେ ଲେଖିଥିଲେ । କିନ୍ତୁ ଭାରତୀୟ ସମ୍ବିଧାନକୁ ଲେଖିବା ପାଇଁ ସେ ଗୋଟେ ସର୍ତ୍ତ ରଖିଥିଲେ । ସର୍ତ୍ତଟି ଏପରି ଥିଲାକି ପ୍ରତ୍ୟେକ ପୃଷ୍ଟାର ଶେଷରେ ସେ ତାଙ୍କର ନିଜ ନାଁ ସହିତ ଶେଷ ପୃଷ୍ଟାରେ ନିଜ ନାଁ ସହିତ ତାଙ୍କ ଜେଜେ ବାପାଙ୍କ ନାଁ ବି ଲେଖିବେ । ଏହାପରେ ଭାରତ ସରକାରଙ୍କ ପକ୍ଷରୁ ପ୍ରେମ୍ ବିହାରୀଙ୍କୁ ସମ୍ବିଧାନ ହଲ୍ ମଧ୍ୟରେ ଗୋଟିଏ ରୁମ୍ ଦିଆଯାଇଥିଲା, ଯାହାକି ପରବର୍ତ୍ତି ସମୟରେ ସମ୍ବିଧାନ କ୍ଲବ୍ ନାମରେ ପରିଚିତ ହେଲା । ସମ୍ବିଧାନିକ ଡ୍ରାଫ୍ଟରେ ସମୂଦାୟ ୩୯୫ଟି ଆଟିକିଲ ରହିଥିବାବେଳେ ୮ଟି ସିଡ଼୍ୟୁଲ୍ ଏବଂ ଗୋଟିଏ ପ୍ରିଏମ୍ବୁଲ ରହିଛି । ଭାରତୀୟ ସମ୍ବିଧାନକୁ ହାତରେ ଲେଖିବା ପାଇଁ ପ୍ରେମ୍ ବିହାରୀଙ୍କୁ ଛଅ ମାସ ଲାଗିଥିଲା । ଆହୁରୀ ଏକ ରୋଚକ ଘଟଣାକ୍ରମେ ପ୍ରେମ୍ ଫାଉଣ୍ଡେସନ୍ ପକ୍ଷରୁ ଜଣାଯାଏଯେ, ଏହି ସମ୍ପୁର୍ଣ୍ଣ ଲେଖିବା ପ୍ରକ୍ରିୟାରେ ୪୩୨ଟି ପେନ୍ ହୋଲ୍ଡର ନିବସ ସହିତ ୩୦୩ ନମ୍ବର ନିବ୍ ବ୍ୟବହାର କରାଯାଇଥିଲା । ଅରିଜିନାଲ ଭାରତୀୟ ସମ୍ବିଧାନ ୧୬ଞ୍ଚ୨୨ ଆକାରର ପାର୍ଚମେଣ୍ଟ ସିଟ୍‌ରେ ଲେଖାଯାଇଥିଲା, ଯାହାର ଜୀବନକାଳ ୧୦୦୦ ବର୍ଷ ହୋଇଥିବାବେଳେ ଏଥିରେ ମୋଟ୍ ୨୫୧ଟି ପୃଷ୍ଟା ରହିଛି ଏବଂ ଏହାର ଓଜନ ୩.୭୫ କେ.ଜି ଅଟେ ।


ପ୍ରେମ ବିହାରୀ ୧୭ ଡ଼ିସେମ୍ବର, ୧୯୦୧ରେ ଏକ ସୁଲିପିକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟବେଳୁ ତାଙ୍କ ପିତା ମାତାଙ୍କୁ ହରାଇଥିବାବେଳେ ତାଙ୍କର ଜେଜେ ବାପା, ମାଷ୍ଟର ରାମପ୍ରସାଦଜି ସକସେନା ଏବଂ ଦାଦା, ମହାଶୟ ଚତୁର ବିହାରୀ ନାରାୟଣ ସକସେନାଙ୍କ ଦ୍ୱାରା ଲାଳନ ପାଳନ ହୋଇଥିଲେ । ପ୍ରେମ୍ ବିହାରୀଙ୍କ ଜେଜେ ବାପାଙ୍କର ପର୍ସିଆନ୍ ଏବଂ ଇଁରାଜିରେ ଅଗାଧ ଜ୍ଞାନଥିବାବେଳେ ସେ ବ୍ରିଟିଶ ଅଧିକାରୀଙ୍କ ସହିତ ପର୍ସିଆନ୍ ଭାଷାରେ ମଧ୍ୟ କଥା ହେଉଥିଲେ ।


Share It

Comments are closed.