ସାଟେଲାଇଟରେ କାହିଁକି ଚଢ଼ାଯାଇଥାଏ ସୁନାର ଆସ୍ତରଣ? ଏହା ପଛରେ ରହିଛି ଅନେକ ବିସ୍ମୟକର କାରଣ
ସାଟେଲାଇଟ ବିଷୟରେ ତ ଆପଣ ଜାଣିଥିବେ ଯାହାକୁ ଭାରତରେ କୃତ୍ରିମ ଉପଗ୍ରହ ବୋଲି କୁହାଯାଇଥାଏ । ପ୍ରଥମ କୃତ୍ରିମ ଉପଗ୍ରହ ସ୍ପୁତନିକ-୧, ସୋଭିଏତ ସଂଘ ଦ୍ୱାରା ୪ ଅକ୍ଟୋବର ୧୯୫୭ରେ ପୃଥିବୀର କକ୍ଷକୁ ପଠାଯାଇଥିଲା । ସେବେଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଅନେକ କୃତ୍ରିମ ଉପଗ୍ରହ ମହାକାଶକୁ ପଠାଇଦିଆ ସରିଛି । କଣ ଆପଣଙ୍କୁ ଜଣା ଯେ ସାଟେଲାଇଟରେ ସୁନାର ଆସ୍ତରଣ ଚଢ଼ାଯାଇଥାଏ? ଆଜ୍ଞା ହଁ,ଏହା ଆପଣଙ୍କୁ ଆଶ୍ଚର୍ଯ୍ୟତ ଲାଗୁଥିବ, କିନ୍ତୁ ଏହା ପଛରେ ଏକ ବହୁତ ଖାସ କାରଣ ରହିଛି ।
(ପ୍ରଥମ କୃତ୍ରିମ ସାଟେଲାଇଟ –ସ୍ପୁତନିକ-୧)
ଆପଣଙ୍କୁ ବୋଧହୂଏ ଜଣା ନଥିବ କିନ୍ତୁ ମହାକାଶକୁ ପଠାଯାଉଥିବା କୌଣସି ମଧ୍ୟ ସାଟେଲାଇଟକୁ ସୁନାର ଆସ୍ତରଣରେ ଆଚ୍ଛାଦନ କରାଯାଇଥାଏ । ଏହାକୁ ମଲ୍ଟି ଲେୟର ଇନସ୍ୟୁଲେସନ କୁହାଯାଇଥାଏ । ଏହା ବେଶ ହାଲୁକା କିନ୍ତୁ ବହୂତ ବଜବୁତ ହୋଇଥାଏ । ଅସଲରେ ପତଳା ପତଳା ପୃଷ୍ଠକୁ ଏକତ୍ର କରି ଏକ ମୋଟା ପରସ୍ତ ପ୍ରସ୍ତୁତ କରାଯାଇଥାଏ, ଯାହାକୁ ସାଧାରଣ ଭାଷାରେ ‘ସୁନା ପ୍ଲେଟିଙ୍ଗ’ କୁହାଯାଇଥାଏ ଯେବେକି ବୈଜ୍ଞାନିକ ଭାଷାରେ ମଲ୍ଟି ଲେୟର ଇଂସୁଲେସନ କୁହାଯାଇଥାଏ ।
ସୁନା ପରସ୍ତର ବ୍ୟବହାର ସେହି ସାଟେଲାଇଟରେ କରିବା ଜରୁରୀ ହୋଇଥାଏ ଯାହାକୁ ମହାକାଶରେ ବହୂତ ଦୂର ପର୍ଯ୍ୟନ୍ତ ପଠାଯାଇଥାଏ । ଅସଲରେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ସୁନା ସାଟେଲାଇଟର ପରିବର୍ତନଶୀଳତା, ଚାଳକତା ଏବଂ ଜଙ୍ଗ ପ୍ରତିରୋଧକୁ ରୋକିଥାଏ । ଏହା ବ୍ୟତୀତ ଏଥିରେ ଲାଗିଥିବା ଅନ୍ୟ ଧାତୁଗୁଡ଼ିକର ଆସ୍ତରଣ କ୍ଷତିକାରକ ଇମ୍ଫ୍ରାରେଡ ରାଡିଏସନ ଏବଂ ଥର୍ମାଲ ରାଡିଏସନକୁ ଅଟକାଇବାରେ ସାହାଯ୍ୟ କରିଥାଏ ।
ବୈଜ୍ଞାନିକଙ୍କ ମତରେ ଯଦି ସୁନା କିମ୍ବା ଅନ୍ୟ ଧାତୁଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଆସ୍ତରଣରେ ସାଟେଲାଇଟକୁ ଆଚ୍ଛାଦନ ନ କରାଯାଏ ତେବେ , ମହାକାଶର ଭୟଙ୍କର ରାଡିଏସନ ସାଟେଲାଇଟକୁ କ୍ଷଣିକ ମଧ୍ୟରେ ନଷ୍ଟ କରିଦେବେ । ଏବେ ଯେହେତୁ ସାଟେଲାଇଟରେ ଅନେକ ପ୍ରକାରର କୋମଳ ଉପକରଣ ମଧ୍ୟ ଲଗାଯାଉଛି, ଏମିତିରେ ଏହି ଆସ୍ତରଣ ସାଟେଲାଇଟ ସହ ଧକ୍କା ହେଉଥିବା ଯେକୌଣସି ବସ୍ତୁରୁ ମଧ୍ୟ ରକ୍ଷା କରିଥାଏ ।
ଆପଣଙ୍କୁ ଜାଣି ବିସ୍ମିତ ଲାଗିବ ଯେ ମହାକାଶ ଯାତ୍ରୀଙ୍କ ସୁଟରେ ମଧ୍ୟ ସୁନା ଏବଂ ଅନ୍ୟ ଧାତୁରେ ପ୍ରସ୍ତୁତ ଆସ୍ତରଣର ବ୍ୟବହାର ହୋଇଥାଏ । ଅପୋଲୋ ଲ୍ୟୁନାର ମଡ୍ୟୁଲରେ ମଧ୍ୟ ନାସା ସାଟେଲାଇଟ ନିର୍ମାଣରେ ସୁନାର ବ୍ୟବହାର କରିଥିଲା । ଏହାବ୍ୟତୀତ ଚନ୍ଦ୍ରୟାନର ଏକ ଅଂଶରେ ମଧ୍ୟ ସୁନାର ଏଭଳି ଆସ୍ତରଣ ଚଢ଼ାଯାଇଥିଲା ।
Comments are closed.