ଭାଇରସର ଅନୁସଂନ୍ଧାନ ପାଇଁ ଚୀନ ଗସ୍ତ କରିଛି ଡବ୍ଲୁଏଚଓ ଟିମ

Share It

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଏକ ଅଗ୍ରୀମ ଦଳ କରୋନା ଭାଇରସର ଉତ୍ପତ୍ତି ବିଷୟରେ ଅନୁସନ୍ଧାନ କରିବା ପାଇଁ ଚୀନ୍ ଯାଇଛନ୍ତି। ମୁଖପାତ୍ର ମାର୍ଗେଟ୍ ହ୍ୟାରିସ୍ କହିଛନ୍ତି ଯେ ଏଥିପାଇଁ ଦୁଇ WHO ବିଶେଷଜ୍ଞ ଚାଇନାର ବୈଜ୍ଞାନିକମାନଙ୍କ ସହ ମିଶି ଅନୁସନ୍ଧାନର ପରିସର ଏବଂ ମାର୍ଗ ନିର୍ଣ୍ଣୟ କରିବେ। ସେ କହିଛନ୍ତି, WHOର ସ୍ବତନ୍ତ୍ର ପ୍ୟାନେଲରେ କୌଣସି ଭୂମିକା ରହିବ ନାହିଁ |

ମିଳିତ ଜାତିସଂଘ ଏକ ବିବୃତ୍ତିରେ କହିଛି ଯେ ଜଣେ ପଶୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଏକ ଏପିଡେମିଓଲୋଜିଷ୍ଟ ସେମାନଙ୍କ ଯାତ୍ରା ସମୟରେ ଭବିଷ୍ୟତ ଅଭିଯାନ ପାଇଁ କାର୍ଯ୍ୟ କରିବେ ଯାହାର ଉଦେଶ୍ୟ ରହିବ ଏହା ଅନୁସଂନ୍ଧାନ କରିବା ଯେ ଏହି ଭାଇରସ କିପରି ପଶୁଙ୍କଠାରୁ ମଣିଷକୁ ବ୍ୟାପିଲା |

ଏହି ଅଭିଯାନ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ କାରଣ ଏହାକୁ ଅଧିକ ଅର୍ଥ ପ୍ରଦାନ କରୁଥିବା ଆମେରିକା ମହାମାରୀ ସହ ମୁକାବିଲା କରିବାରେ ବିଫଳ ହେବା ଏବଂ ଚାଇନାକୁ ପ୍ରଶୟ ଦେବା ଅଭିଯୋଗ କରି ଏହାର ପାଣ୍ଠି କାଟିବାକୁ ଧମକ ଦେଇଛି। ମେ ମାସରେ ୧୨୦ ରୁ ଅଧିକ ଦେଶ ବିଶ୍ୱ ସ୍ୱାସ୍ଥ୍ୟ ସାଧାରଣ ସଭାରେ ଏହି ଭାଇରସର ଉତ୍ପତ୍ତି ଜାଣିବା ବିଷୟରେ ତଦନ୍ତ କରିବାକୁ ଦାବି କରିଥିଲେ ।


Share It

Comments are closed.