ସଲମାନଙ୍କ ଆଗାମୀ ଫିଲ୍ମ ‘ଭାରତ’ରେ ନଜର ଆସିବେ ଏହି ଅଭିନେତ୍ରୀ, ଜାଣନ୍ତୁ କିଏ
[vc_row][vc_column][vc_column_text]ବଲିଉଡର ଭାଇଜାନ ସଲମାନ ଖାନଙ୍କ ରେସ ୩ ଫିଲ୍ମର ଟ୍ରେଲର ଆସିବା ପରେ ବର୍ତ୍ତମାନ ଭାଇଜାନଙ୍କ ଯେଉଁ ଆଗାମୀ ଫିଲ୍ମର ଚର୍ଚ୍ଚା ହେଉଛି ତାହା ହେଉଛି ‘ଭାରତ’ । ସଲାମାନ ଖାନଙ୍କ ଏହି ଫିଲ୍ମରେ ଦିଶା ପଟ୍ଟାନୀଙ୍କୁ ଏକ ବଡ ସୁଯୋଗ ମିଳିଯାଇଛି । ନିଜର ପ୍ରଥମ ଫିଲ୍ମ ଏମ.ଏସ.ଧୋନି ଏବଂ ଟାଇଗର ସର୍ଫଙ୍କ ସହ ଦ୍ୱିତୀୟ ଫିଲ୍ମ ବାଗି ୨ରେ ସଫଳତା ହାସଲ କରିବା ପରେ ଏବେ ଭାଇଜାନଙ୍କ ସହ ସିଲଭର ସ୍କ୍ରିନରେ ନଜର ଆସିବେ ।
ଏହି ଫିଲ୍ମର ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫର ସଲମାନ ଖାନ, ପ୍ରିୟଙ୍କା ଚୋପ୍ରାଙ୍କ ପରେ ଦିଶା ଦିଶା ପଟ୍ଟାନୀଙ୍କୁ ମଧ୍ୟ ଏହି ଫିଲ୍ମ ପାଇଁ କାଷ୍ଟ କରିବାର ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ଦିଶା ପଟ୍ଟାନୀ ଏହି ଫିଲ୍ମରେ ସର୍କସରେ କାମ କରୁଥିବା କଳକାର ଭୂମିକାରେ ନଜର ଆସିବେ, ଯଏକି ସର୍କସର ଦଉଡିରେ ଝୁଲିଥିବା ଦୋଳିରେ ନଜର ଆସିବେ ।
ଏହି ପିଲ୍ମରେ ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫର ଦିଶାଙ୍କ ସଂପର୍କରେ କହିଛନ୍ତି ଯେ, ଏହି ଫିଲ୍ମ ମଧ୍ୟରେ ସର୍କସ ସେଟରେ ସଲମାନ ଏବଂ ଦିଶାଙ୍କ ଯୋଡି ୬୦ ଦଶକର ଅଟେ, ଯାହାକି ଦର୍ଶକଙ୍କୁ ମନକୁ ଛୁଇଁ ପରିବା ସହ ଅତ୍ୟନ୍ତ ରୋମାଞ୍ଚକ ମଧ୍ୟ କରାଇବ । ଦିଶା ଏହି ଭୂମିକା ପାଇଁ ସମ୍ପୂର୍ଣ୍ଣ ଫିଟ ଅଟନ୍ତି । ଆମକୁ ଏହି ଭୂମିକା ପାଇଁ ଏକ ଝିଅ ଆବଶ୍ୟକ ଥିଲା, ଯିଏକି ଅତ୍ୟନ୍ତ ସୁନ୍ଦର ହେବା ସହ ସାହସୀ ମଧ୍ୟ ହୋଇଥିବ ଓ ଯାହାଙ୍କ ଠାରେ ଆଥେଲେଟର ଗୁଣ ମଧ୍ୟ ରହିଥିବ ।
ଏହି ସଂପର୍କରେ ଦିଶା ପଟ୍ଟାନୀ କହିଛନ୍ତି ଯେ, ମୁଁ ଭାରତ ଫିଲ୍ମ ପାଇଁ ଚୟନ କରାଯାଇଥିବାରୁ ଅତ୍ୟନ୍ତ ଖୁସି ଅଟେ । ସଲମାନ ଖାନଙ୍କ ସହିତ କାମ କରିବା ମତେ ଗୋଟେ ସ୍ୱପ୍ନ ସତ ହେଲା ଭଳି ଲାଗୁଛି । ମୁଁ ଏହି ଯାତ୍ରା ଆରମ୍ଭ କରିବା ପାଇଁ ଆଉ ଅପେକ୍ଷା କରିପାରୁ ନାହିଁ । ମୁଁ ଅଲ୍ଲୀ ଅବାସ ସାରଙ୍କ ମଧ୍ୟ ଗୋଟେ ବଡ ଫ୍ୟାନ ।[/vc_column_text][vc_single_image image=”2226″ img_size=”full”][/vc_column][/vc_row]
Comments are closed.