ପର୍ଯ୍ୟଟକଙ୍କ କାରକୁ ଦାନ୍ତରେ ଟାଣି ନେଲା ଟାଇଗର , ଭିଡିଓ ଭାଇରାଲ


ସୋସିଆଲ ମିଡିଆରେ ଏହିପରି ଅନେକ ଫଟୋ ଏବଂ ଭିଡିଓ ଦିନକୁ ଦିନ ଭାଇରାଲ ହୁଏ, ଯାହାକୁ ଦେଖି କେତେବେଳେ ହସ ଲାଗିଥାଏ ତ କେତେବେଳେ ଅନେକ ପୋଷ୍ଟ ଅଛି ଯାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ | ସେହିଭଳି ବାନେରଗଟା ଜାତୀୟ ଉଦ୍ୟାନର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟିଏ ବାଘ ଏକ ସଫାରି ଗାଡିକୁ ଦାନ୍ତରେ ପଛକୁ ଟାଣି ନେଉଥିବାର ନଜର ଆସୁଛି। ଭିଡିଓରେ ବାଘର ଶକ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ବାଘର ତାକତକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏକ ମିନିଟ୍ ୩୦ ସେକେଣ୍ଡର ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାନେରଘଟ୍ଟା ନାସନାଲ ପାର୍କ ମଧ୍ୟରେ ଟୁରିଷ୍ଟ ସଫାରୀ ଗାଡିରେ କିଛି ଟୁରିଷ୍ଟ ଜଙ୍ଗଲ ପରିଦର୍ଶନ ପାଇଁ ଯାଇଥିଲେ । କିଛି ବାଟ ଯିବା ପରେ ଏକ ମହାବଳ ବାଘ ସେମାନଙ୍କ ରାସ୍ତା ଓଗାଳିଥିଲା । ଏହା ପରେ ବାଘଟି ଗାଡିର ପଛଭାଗକୁ କାମୁଡି ପଛକୁ ଟାଣୁଥିବା ଦେଖିବାକୁ ମିଳିଛି ।

ଗାଡି ମଧ୍ୟରେ ଥିବା ଯାତ୍ରୀ ଏହାର ଭିଡିଓକୁ ରେକର୍ଡ କରିଥିଲେ । ଏଭଳି କିଛି ସମୟ ପରେ ବାଘଟି ଟୁରିଷ୍ଟ ସଫାରୀ ଗାଡିକୁ ମଜବୁତ ଦାନ୍ତ ସାହାଯ୍ୟରେ ପଛକୁ ଟାଣିନେଉଥିବା ଦେଖିବାକୁ ମିଳିଥିଲା । ଉକ୍ତ ଗାଡିରେ କିଛି ଯାତ୍ରୀ ମଧ୍ୟ ଥିଲେ । ବାଘର ଏପରି କାର୍ଯ୍ୟକଳାପ ଦେଖି ସେମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ । ତେବେ ଏହା ସ୍ପଷ୍ଟ ଜଣାପଡୁନି କି ଏହି ଭିଡିଓ କେବେ ସୁଟ୍ କରାଯାଇଥିଲା ।


Share It

Comments are closed.