କଣ ଆସନ୍ତା ଜାନୁଆରୀରୁ ଏହି ସ୍ମାର୍ଟଫୋନରେ କାମ କରିବା ବନ୍ଦ କରିଦେବ ହ୍ୱାଟ୍ସଆପ?


୨୦୨୧ ର ଆରମ୍ଭ ସହିତ କିଛି ପୁରୁଣା ସ୍ମାର୍ଟଫୋନରେ କାମ ବନ୍ଦ କରିପାରେ ହ୍ବାଟସ୍ ଆପ୍ | ୧ ଜାନୁୟାରୀ ୨୦୨୧ ଠାରୁ, କମ୍ପାନୀ କିଛି ପୁରୁଣା ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ଠାରୁ ଏହାର ସପୋର୍ଟ ଶେଷ କରିବାକୁ ଯାଉଛି |

ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ସାମସଙ୍ଗ ଗାଲାକ୍ସି S2 ଅଛି କିମ୍ବା ଆପଣ ଆଇଫୋନ୍ 4 ବ୍ୟବହାର କରୁଛନ୍ତି, ତେବେ ଏହା ସମ୍ଭବ ଯେ ଜାନୁୟାରୀ ୧ ଠାରୁ ଆପଣଙ୍କୁ ହ୍ବାଟସ୍ ଆପ୍ ଆକସେସ କରିବାରେ ଅସୁବିଧା ହୋଇପାରେ | କିମ୍ବା ଏହା ଆଦୌ କାମ କରିନପାରେ |

ରିପୋର୍ଟ ଅନୁଯାୟୀ, ଆଣ୍ଡ୍ରଏଡ୍ 4.0.3 କିମ୍ବା ତଦୁର୍ଦ୍ଧ ଚାଲୁଥିବା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରୁ ହ୍ବାଟସ୍ ଆପର ସପୋର୍ଟ ହଟାଯାଉଛି। ଯଦି ଆପଣଙ୍କର ମଧ୍ୟ ଏହି ଭାରିଆଂଟର ସ୍ମାର୍ଟଫୋନ୍ ଅଛି, ତେବେ ହ୍ବାଟସ୍ ଆପ୍ ବ୍ୟବହାର ଜାରି ରଖିବାକୁ ହେଲେ ଆପଣଙ୍କୁ ଅପଗ୍ରେଡ୍ କରିବାକୁ ପଡିବ |

ସେହିଭଳି, ଯେଉଁ ଆଇଫୋନ୍ ବ୍ୟବହାରକାରୀଙ୍କ ପାଖରେ ଆଇଓଏସ୍ 9 କିମ୍ବା ତାଠାରୁ ପୁରୁଣା ଭର୍ଜନର ସଫ୍ଟୱେରର ଏକ ଆଇଫୋନ୍ ଅଛି, ତେବେ ସେମାନଙ୍କୁ ଅପଡେଟ୍ କରିବାକୁ ପଡିବ | ଯଦି ଆପଣଙ୍କ ଫୋନରେ ଏହାଠାରୁ ଆଗକୁ ଅପଡେଟ୍ ନାହିଁ, ତେବେ ହ୍ବାଟସ୍ ଆପ୍ ବ୍ୟବହାର ଜାରି ରଖିବା ପାଇଁ ଆପଣଙ୍କୁ ଫୋନ୍ ବଦଳାଇବାକୁ ପଡିପାରେ |

ଗୁଗୁଲ୍ ନେକ୍ସସ୍ ଏସ୍, ଏଚଟିସି ଡିଏସର ଏସ୍ ଏବଂ ସୋନି ଏରିକ୍ସନ୍ ଏକ୍ସପେରିଆ ଆର୍କ(Google Nexus S, HTC Deisre S & Sony Ericsson Xperia Arc) ଭଳି ସ୍ମାର୍ଟଫୋନ୍ ଏକ ସମୟରେ ବେଶ୍ ଲୋକପ୍ରିୟ ହୋଇଥିଲା ଏବଂ ସେଥିରେ କୌଣସି ନୂତନ ଅପଡେଟ ଦିଆଯାଇନଥାଏ | ଅର୍ଥାତ ଜାନୁଆରୀ ୧ ରୁ ହ୍ବାଟସ୍ ଆପ୍ ମଧ୍ୟ ଏହି ସ୍ମାର୍ଟଫୋନରେ କାମ କରିବା ବନ୍ଦ କରିପାରେ |

ଉଲ୍ଲେଖନୀୟ କଥା ହେଉଛି, ହ୍ବାଟସ୍ ଆପ୍ ଏପର୍ଯ୍ୟନ୍ତ ଏହି ଡେଭଲପମେଂଟ ସମ୍ବନ୍ଧରେ କୌଣସି ବିବୃତ୍ତି ଦେଇନାହିଁ।
ହ୍ବାଟସ୍ ଆପ୍ ସହିତ ଜଡିତ ଅନ୍ୟ ଏକ ନୂତନ ଡେଭଲପମେଂଟ ବିଷୟରେ କହିବାକୁ ଗଲେ, କମ୍ପାନୀ ଖୁବ୍ ଶୀଘ୍ର ଏହି ଆପରେ ମଲ୍ଟି-ଡିଭାଇସ୍ ସହାୟତା ପ୍ରଦାନ କରିବ | ଅର୍ଥାତ ହ୍ବାଟସ୍ ଆପ୍ ଏକାସାଙ୍ଗରେ ଏକରୁ ଅଧିକ ସ୍ମାର୍ଟଫୋନରେ ଚାଲିପାରିବ |


Share It

Comments are closed.