ଜିଏସ୍‌କେ କଂଜ୍ୟୁମର ହେଲ୍‌ଥକେୟାର ପକ୍ଷରୁ ଅଟ୍ରିଭିନ୍ ବ୍ରିଦ୍ କ୍ଲିନ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଜିଏସ୍‌କେ କଂଜ୍ୟୁମର ହେଲ୍‌ଥକେୟାର ପକ୍ଷରୁ ଏହାର ନୂତନ ଅଟ୍ରିଭିନ୍ ବ୍ରିଦ୍ କ୍ଲିନ୍‌ର ଶୁଭାରମ୍ଭର ଘୋଷଣା କରାଯାଇଛି । ପ୍ରାକୃତିକ ଗ୍ଲିସେରିନ୍‌ର ମଏଶ୍ଚରାଇଜିଙ୍ଗ୍ ଗୁଣ ବିଶିଷ୍ଟ ଏକ ସାଲାଇନ୍ ସ୍ପ୍ରେ ଭାବେ ଏହି ଉତ୍ପାଦ ଶକ୍ତିଶାଳୀ ସୁରକ୍ଷା ସୂଚକ ସହିତ ଆସୁଛି ଏବଂ ଏହାକୁ ନିୟମିତ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ଆଜିର ବର୍ଦ୍ଧିତ ବାୟୁ ପ୍ରଦୂଷଣ ସ୍ତର ଲୋକମାନଙ୍କୁ ଆଲର୍ଜେନ ଓ ପ୍ରଦୂଷଣର ଅଧିକ ନିକଟତର କରୁଛି ଏବଂ ଏହା ଗମ୍ଭୀର ଓ ଜଟିଳ ଶ୍ୱାସକ୍ରିୟାଜନିତ ରୋଗ ଓ କ୍ରୋନିକ୍ ବ୍ରୋନ୍‌କାଇଟାଇସେଟ୍‌ସର କାରଣ ସାଜୁଛି । ଅଟ୍ରିଭିନ୍ ବ୍ରିଦ୍ କ୍ଲିନ୍ ଏକ ବହୁ-ପ୍ରତିକ୍ଷୀତ ସମାଧାନ ରୂପେ ଆସୁଛି କାରଣ ଏହାର ନିୟମିତ ବ୍ୟବହାର ନାକ ଦ୍ୱାରରେ ଫସି ରହିଥିବା ଆଲର୍ଜେନ୍‌, ପ୍ରଦୂଷକ ଓ ମଇଳାଗୁଡିକୁ ସଫା କରଦେଇଥାଏ, ଆଲର୍ଜି ଲକ୍ଷଣଗୁଡିକୁ ଦୂର କରିବାରେ ସାହାଯ୍ୟ କରିଥାଏ ଓ ଏହାଦ୍ୱାରା ଏହା ସାଧାରଣରେ ନାକର ସ୍ୱଚ୍ଛତା ବଜାୟ ରଖିପାରିଥାଏ । ଅଟ୍ରିଭିନ୍ ବ୍ରିଦ୍ କ୍ଲିନ୍ ଏକ ୧୦୦ ଏମ୍‌ଏଲ୍ ପ୍ୟାକ୍‌ରେ ୩୩୫ ଟଙ୍କା ମୂଲ୍ୟରେ ସର୍ବଭାରତୀୟ ସ୍ତରରେ ଅଗ୍ରଣୀ ଇକମର୍ସ ଓ କେମିଷ୍ଟ ଷ୍ଟୋରଗୁଡିକରେ ଉପଲବ୍ଧ ହେଉଛି । ଏହି ଉତ୍ପାଦ ଏକ କଂଟେମ୍ପରାରୀ ଏରୋସଲ ସ୍ପ୍ରେ ଫର୍ମାଟରେ ଆସୁଛି । ୨ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକମାନେ ଏହାକୁ ବ୍ୟବହାର କରିପାରିବେ ।
ଏସମ୍ପର୍କରେ ଜିଏସ୍‌କେ ହେଲ୍‌ଥ କେୟାରର ଓଟିସି ଆଣ୍ଡ ଏକ୍ସପର୍ଟ ମାର୍କେଟିଙ୍ଗ୍ ଆଇଏସ୍‌ସି ବିଭାଗର ଏରିଆ ମାର୍କେଟିଙ୍ଗ୍ ଲିଡ୍ ବିଜୟ ଶର୍ମା କହିଛନ୍ତି ଯେ, “ଅଟ୍ରିଭିନ୍ ଭାରତ ସମେତ ସମଗ୍ର ବିଶ୍ୱର ଅଗ୍ରଣୀ ନାଜାଲ ଡିକଞ୍ଜେଷ୍ଟାଂଟ୍ ଭାବେ ନିଜର ସ୍ଥିତି ବଜାୟ ରଖିଛି । ସାଲାଇନ୍ ଫର୍ମୂଲେଶନ ବ୍ରିଦ୍ କ୍ଲିନ୍‌କୁ ଲଂଚ୍ କରି ବର୍ତମାନର ପରିସ୍ଥିତିକୁ ସମ୍ବୋଧିତ କରିବାକୁ ଲକ୍ଷ୍ୟ ରଖିଛୁ । ଆମର ବିଶ୍ୱାସ ରହିଛି ଯେ, ନାଜାଲ କଞ୍ଜେସନ ବା ନାକ ବନ୍ଦ ସମସ୍ୟା ଭୋଗୁଥିବା ଉପଭୋକ୍ତାମାନେ ନିଜର ନିୟମିତ କାର୍ଯ୍ୟ ମଧ୍ୟରେ ନାକର ସ୍ୱଚ୍ଛତାକୁ ବଜାୟ ରଖିବା ପାଇଁ ଏକ ଅତ୍ୟଧିକ ସହଜ ମାଧ୍ୟମ ରୂପେ ଗ୍ରହଣ କରିବେ ।


Share It

Comments are closed.