ପୂଜା ସମୟରେ ଭୁଲ ହୋଇଗଲେ କଣ କରିବେ ? କିଭଳି କରିବେ ଏହାକୁ ସଂଶୋଧନ ଜାଣନ୍ତୁ
ଋୂଷି ମୁନିଙ୍କ ସମୟରୁ ପୂଜା କରିବା ସମୟରେ ବିଶେଷ ମନ୍ତ୍ରଗୁଡ଼ିକୁ ପଢ଼ିବାର ବିଧାନ ରହିଛି । ଆମେ ପ୍ରତ୍ୟେକ କୌଣସି ନା କୌଣସି ଦେବୀଦେବତାଙ୍କ ପୂଜା କରିଥାଉ । ଅନେକ ସମୟରେ ପୂଜା କରିବା ସମୟରେ ଆମ ଦ୍ୱାର ଜାଣ ଅଜାଣତରେ ଭୂଲ ହୋଇଯାଇଥାଏା ଯେଉଁ ପ୍ରକାରରେ ଶାସ୍ତ୍ରରେ ପ୍ରାର୍ଥନା, ସ୍ନାନ, ଧ୍ୟାନ ଏବଂ ଏପରିକି ଭୋଗ ଲଗାଇବାର ମନ୍ତ୍ର ମଧ୍ୟ ପ୍ରସ୍ତୁତ କରାଯାଇଛି, ସେହିଭଳି କ୍ଷମାପ୍ରାର୍ଥନା ମନ୍ତ୍ର ମଧ୍ୟ ପ୍ରସ୍ୁତ କରାଯାଇଛି । ଏଥିରେ ଆମ ଦ୍ୱାରା ପୂଜାରେ ହୋଇଥିବା ଭୂଲଗୁଡ଼ିକ ପାଇଁ ଆମେ ଇଶ୍ୱରଙ୍କୁ କ୍ଷମା ପ୍ରାର୍ଥନା କରିଥାଉ ।
ପୂଜାପାଠ ହେଉ କିମ୍ବା ଆମ ଜୀବନ ହେଉ କ୍ଷମାର ଭାବନା ସବୁଠାରୁ ବଡ଼ ଭାବନା ବୋଲି ମାନ୍ୟତା ରହିଛି । ପୂଜାପ୍ରାର୍ଥନାରେ କରାଯାଉଥିବା କ୍ଷମାପ୍ରାର୍ଥନା ଆମ ଦୈନନ୍ଦିନ ଜୀବନରେ କୌଣସି ଭୂଲ ପାଇଁ ମଧ୍ୟ ହେବା ଆବଶ୍ୟକ । ଯେତେବେଳେ ଆମେ ଇଶ୍ୱରଙ୍କଠାରୁ ଆମ ଭୂଲ ପାଇଁ କ୍ଷମା ମାଗିନେଇଥାଉ ତେବେ କେଉଁଠି ଯାଇ ଆମର ପୂଜା ସମ୍ପୂର୍ଣ୍ଣ ହୋଇଯାଇଥାଏ । ନିଜର ଦୈନନ୍ଦିନ ଜୀବନରେ ମଧ୍ୟ ଆମକୁ ନିଜର ଭୂଲଗୁଡ଼ିକ ପାଇଁ କ୍ଷମା ମାଗିନେବା ଆବଶ୍ୟକ ।
କ୍ଷମାପ୍ରାର୍ଥନାର ମନ୍ତ୍ର ଏବଂ ଏହାର ଅର୍ଥ:
ଆବାହନଂ ନ ଜାନାମି ନ ଜାନାମି ବିସର୍ଜନମ୍ । ପୂଜାଂ ଚୈବ ନ ଜାନାମି କ୍ଷମସ୍ୱ ପରମେଶ୍ୱର ।ା
ମନ୍ତ୍ରହୀନଂ କ୍ରିୟାହିନଂ ଭକ୍ତିହୀନଂ ଜନାର୍ଦନ । ଯପ୍ତୁଜିତଂ ମୟା ଦେବ । ପରିପୁର୍ଣ୍ଣ ତଦସ୍ତୁ ମେ ।ା
ଏହାର ଅର୍ଥ ହେଉଛି ହେ ଇଶ୍ୱର ମୁଁ ଆପଣଙ୍କ ‘ଆବାହନ’ ଅର୍ଥାତ ଆପଣଙ୍କୁ ଡାକିବା ଜାଣିନାହିଁ, ନ ବିସର୍ଜନନ ଅର୍ଥାତ ନା ଆପଣଙ୍କୁ ବିଦା କରିବା ଜାଣିଛି, ମୋତେ ଆପଣଙ୍କ ପୂଜା କରିବା ମଧ୍ୟ ଜଣାନାହିଁ । କୃପା କରି ମୋତେ କ୍ଷମା କରନ୍ତୁ । ନା ମୋତେ ମନ୍ତ୍ରର ଜ୍ଞାନ ରହିଛି ନା କ୍ରିୟାର, ମୁଁ ତ ଆପଣଙ୍କ ଭକ୍ତି କରିବା ମଧ୍ୟ ଜାଣିନାହିଁ । ଯଥାସମ୍ଭବ ପୂଜା କରୁଛି, କୃପା କରି ମୋର ଭୁଲକୁ କ୍ଷମା କରନ୍ତୁ ଏବଂ ପୂଜାକୁ ପୂର୍ଣ୍ଣତା ପ୍ରଦାନ କରନ୍ତୁ । ମୁଁ ଭକ୍ତ ଅଟେ, ମୋ ଦ୍ୱାରା ଭୁଲ ହୋଇପାରେ, ହେ ଇଶ୍ୱର ମୋତେ କ୍ଷମା କରନ୍ତୁ । ମୋର ଅହଂକାରକୁ ଦୂର କରିଦିଅନ୍ତୁ । ମୁଁ ଆପଣଙ୍କ ଶରଣରେ ରହିଛି ।
Comments are closed.