ଜଲଦି ଜଲଦିରେ ଖାଦ୍ୟ ଖାଉଛନ୍ତି କି? ତେବେ ଜାଣନ୍ତୁ ଶରୀରକୁ କିଭଳି ପ୍ରଭାବିତ କରିଥାଏ ଅଭ୍ୟାସ
ଆପଣ କ’ଣ ଶୀଘ୍ର ଶୀଘ୍ର ଖାଇଥାନ୍ତି କି, ଯଦି ହଁ ତେବେ ସାବଧାନ ହୋଇଯାଆନ୍ତୁ। ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ନଚୋବାଇ ଖାଉଥିବା ବ୍ୟକ୍ତିଙ୍କ ଓଜନ ଚୋବାଇ ଧୀରେ ଧୀରେ ଖାଉଥିବା ବ୍ୟକ୍ତିଙ୍କ ଓଜନ ତୁଳନାରେ ଅଧିକ। ଏକା ସହିତ ପେଟ ପୂରା ନଖାଇ ବହୁତ ଥର ଟିକେ ଟିକେ ଖାଇବା ଉଚିତ୍। ଆସନ୍ତୁ ଜାଣିବା ଚୋବାଇ ଖାଇଲେ କ’ଣ କ’ଣ ଫାଇଦା ହୋଇଥାଏ।
୧.ଓଜନ କମିଥାଏ: ଭୋଜନ ଚୋବାଇ ଖାଇବା ଦ୍ବାରା ପେଟରେ ରସାୟନର ସ୍ରାବ ହୋଇଥାଏ ଯାହା ଦ୍ବାରା ଖାଦ୍ୟ ଭଲଭାବେ ହଜମ ହୋଇଯାଇଥାଏ। ଶୀଘ୍ର ଭୋକ ମଧ୍ୟ ଲାଗିନଥାଏ ଏବଂ ଓଜନ ନିୟନ୍ତ୍ରଣରେ ରହିଥାଏ।
୨.ସକରାତ୍ମକ ପ୍ରଭାବ: ଚୋବାଇ ଚୋବାଇ ଖାଇବାର ଆହୁରି ଅନେକ ଫାଇଦା ରହିଛି। ଚୋବାଇ ଖାଇବା ଦ୍ବାରା ଏଥିରେ ଥିବା ପ୍ରୋଟିନ୍,କ୍ୟାଲସିୟମ୍,ଭିଟାମିନ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ବର ଆପଣଙ୍କ ଉପରେ ସକରାତ୍ମକ ପ୍ରଭାବ ପଡ଼ିବ।
୩.ହଜମ ପ୍ରକ୍ରିୟା ନିୟନ୍ତ୍ରଣରେ ରଖିଥାଏ: ବହୁତ ଡେରି ଯାଏଁ ଚୋବାଇବା ଦ୍ବାରା ପାଟିରେ ଲାଳ ସୃଷ୍ଟି ହୋଇଥାଏ ଯାହା ଖାଦ୍ୟକୁ ନରମ କରି ଭାଙ୍ଗିବାରେ ସାହାଯ୍ୟ କରିଥାଏ ଏବଂ କାର୍ବୋହାଇଡ୍ରେଟସ ଏବଂ ଫ୍ୟାଟସକୁ ଅଲଗା କରିଥାଏ । ଏହା ଦ୍ବାରା ପାଚନ ପ୍ରକ୍ରିୟା ଠିକ୍ ଭାବରେ ହୋଇଥାଏ।
୪.ଦାନ୍ତରେ ଗର୍ତ୍ତ ହେବାକୁ ରୋକିଥାଏ: ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଇବା ଦ୍ବାରା ଦାନ୍ତ ସନ୍ଧିରେ ଖାଇବା ଅଂଶ ପଶିପାରିନଥାଏ। ଏହା ଦ୍ବାରା ନିଃଶ୍ବାସରେ ଦୁର୍ଗନ୍ଧ ଏବଂ କ୍ୟାଭିଟିରୁ ମୁକ୍ତି ମିଳିଥାଏ।
୫.ବ୍ୟାକ୍ଟେରିଆ ସୃଷ୍ଟି ହୋଇନଥାଏ: ଖାଦ୍ୟକୁ ଭଲଭାବେ ଚୋବାଇ ଖାଇବା ଦ୍ବାରା ପାଟିରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ। ଡେରି ପର୍ଯ୍ୟନ୍ତ ଖାଇବା ଦ୍ବାରା ପାଟିରେ ଲାଳ ସୃଷ୍ଟି ହୋଇଥାଏ ଏବଂ ଏହା ବ୍ୟାକ୍ଟେରିଆ ସଂକ୍ରମଣକୁ ରୋକିଥାଏ।
Comments are closed.