ଏଭଳି ଘରେ ରୁହନ୍ତି ନାହିଁ ମା ଲକ୍ଷ୍ମୀ, ଲୋକେ ହୋଇଯାଆନ୍ତି କାଙ୍ଗାଳ ! ଜାଣନ୍ତୁ ମାଙ୍କୁ ପ୍ରସନ୍ନ କରିବାର ଉପାୟ


ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ଯାହା ଉପରେ କୃପା କରନ୍ତି ସେ ଧନ ଧାନ୍ୟରେ ସମଗ୍ର ଜୀବନ ସୁଖରେ ଅତିବାହିତ କରେ । ଆଉ ଯାହା ଉପରେ କୋପ କରନ୍ତୁ ତା ଜୀବନ ନିର୍ଦ୍ଧନ ହୋଇ ଅତି କଷ୍ଟରେ କଟିଥାଏ । ତେବେ ଲକ୍ଷ୍ମୀ ଅସନ୍ତୁଷ୍ଟ ହେବାର କାରଣ ଅଛି ଆଉ ତାଙ୍କୁ ପ୍ରସନ୍ନ କରିବାର ମଧ୍ୟ ଉପାୟ ଅଛି ।

ଆଜି ଆମେ ଜାଣିବା କେଉଁମାନଙ୍କ ଘରକୁ ମାଆ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଏବଂ କେଉଁମାନଙ୍କ ଘରେ ମାଆ ଲକ୍ଷ୍ମୀ କଦାପି ଯାଇନଥାନ୍ତି ଏବଂ କ’ଣ କରିବା ଦ୍ବାରା ମାଆ ଲକ୍ଷ୍ମୀ ଗୃହକୁ ଆସିଥାଆନ୍ତି।

କେଉଁମାନଙ୍କ ଘରେ ମାଆ ଲକ୍ଷ୍ମୀ ଆଦୈା ଯାଇନଥାଆନ୍ତି:

୧: ଯେଉଁ ବ୍ୟକ୍ତିର ମନରେ କାମ ଏବଂ ମୋହର ଭାବନା ଧର୍ମ ଭାବନାଠାରୁ ଅଧିକ ଥାଏ ସେଠାରେ ମାଆ ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ।

୨.ଯେଉଁ ବ୍ୟକ୍ତିର ମନରେ ଅହଙ୍କାର ଭରି ରହିଥାଏ ଏବଂ ସେ ନିଜକୁ ସର୍ବଶ୍ରେଷ୍ଠ ମନେ କରିଥାଏ ସେହି ବ୍ୟକ୍ତିର ଘରେ ମାଆ ଲକ୍ଷ୍ମୀ କେବେ ଆସନ୍ତି ନାହିଁ।

୩. କଥାରେ ଅଛି ‘ଲୋଭସ୍ୟ ପାପ କାରଣମ୍’ ଅର୍ଥାତ୍ ଲୋଭ ହିଁ ପାପର ମୁଖ୍ୟ କାରଣ ଅଟେ। ଯେଉଁଠାରେ ଲୋଭ ଅଛି ସେଠାରେ ପାପ ଅଛି ଏବଂ ଯେଉଁଠାରେ ପାପ ରହିଛି ସେଠାରେ ଲକ୍ଷ୍ମୀ ମାତା କେବେ ଅବସ୍ଥାନ କରନ୍ତି ନାହିଁ।

୪.ଯେଉଁଠାରେ ହିଂସା ଭାବ ଦେଖାଯାଏ ତାହା ମଣିଷମାନଙ୍କ ପାଇଁ ହେଉ କିମ୍ବା ପଶୁମାନଙ୍କ ପାଇଁ ହେଉ ସେଠାରେ କେବେ ମଧ୍ୟ ମାଆ ଲକ୍ଷ୍ମୀଙ୍କ ଅନୁକମ୍ପା ନଥାଏ। ହିଂସା ଦ୍ବାରା କଦାପି ସମ୍ପତ୍ତି ଏବଂ ସମୃଦ୍ଧି ଅର୍ଜନ କରିହୁଏ ନାହିଁ।

୫.ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ନାହିଁ କିମ୍ବା ସେମାନଙ୍କୁ ଉଚିତ ସ୍ଥାନ ଦିଆଯାଏ ନାହିଁ ସେଠାରେ କଦାପି ମାଆ ଲକ୍ଷ୍ମୀ ବାସ କରନ୍ତି ନାହିଁ। ଯଦି ଆପଣଙ୍କ ଆଖପାଖରେ ନାରୀମାନଙ୍କ ବିରୋଧରେ ଅତ୍ୟାଚାର ବା ଶୋଷଣ ହେଉଛି ତାହେଲେ ସେଠାରେ ମାଆ ଲକ୍ଷ୍ମୀ କେବେ ବାସ କରୁନଥିବେ।

କେଉଁଠାରେ ମାଆ ଲକ୍ଷ୍ମୀ ଅବସ୍ଥାନ କରନ୍ତି:

୧.ଯେଉଁମାନଙ୍କ ଘରେ ଜ୍ଞାନକୁ ଗୁରୁତ୍ବ ଦିଆଯାଇଥାଏ ଏବଂ ମାଆ ସରସ୍ବତୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ ସେଠାରେ ମାତା ଲକ୍ଷ୍ମୀଙ୍କ ଅବସ୍ଥାନ ଅନିବାର୍ଯ୍ୟ।

୨.ଯେଉଁମାନଙ୍କ ଘରେ ଅତିଥିଙ୍କୁ ସମ୍ମାନ ଦିଆଯାଇଥାଏ , ଅତିଥି କେବେ ବି ଖାଲି ହାତରେ ଘରୁ ଫେରିନଥାନ୍ତି କିମ୍ବା ଘରୁ ଭୋକିଲା ପେଟରେ ଯାଇନଥାନ୍ତି ସେମାନଙ୍କ ଘରେ ମାଆ ଲକ୍ଷ୍ମୀ ବାସ କରିଥାନ୍ତି।

୩. ଯେଉଁ ଘରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଗଭୀର ଭଲପାଇବା ଥାଏ ଏବଂ ଗୁରୁଜନମାନଙ୍କ ଆର୍ଶୀବାଦ ଏବଂ ଭଲପାଇବା ଥାଏ ସେଠାରେ ମାଆ ଲକ୍ଷ୍ମୀ ବାସ କରିଥାନ୍ତି।


Share It

Comments are closed.