ବ୍ୟବସାୟରେ ଅଗ୍ରଗତି ଚାହୁଁଥିଲେ ବିଶ୍ୱକର୍ମା ପୂଜାରେ ଭୁଲରେ କରନ୍ତୁ ନାହିଁ ଏହି କାମ


ଆଜି (ସେପ୍ଟେମ୍ବର ୧୭) ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଶିଳ୍ପ ଓ କାରଖାନା ଜଗତର ମୁଖ୍ୟ ବିନ୍ଧାଣି ତଥା ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ । ଏହି ଅବସରରେ ସାରା ଦେଶରେ ତାଙ୍କର ବିଶେଷ ପୂଜା କରାଯିବ। ଏହି ଦିନ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳାକାରଖାନାରେ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରାଯାଇଥାଏ । ବିଶ୍ୱାସ କରାଯାଏ ଯେ ଭଗବାନ ବିଶ୍ୱକର୍ମା ହେଉଛନ୍ତି ଜଗତର ପ୍ରଥମ ବାସ୍ତୁକାର। ସେ ଭଗବାନ ବ୍ରହ୍ମାଙ୍କ ବଂଶଜ ଏବଂ ତାଙ୍କ ନିର୍ଦ୍ଦେଶରେ ଭଗବାନ ବିଶ୍ୱକର୍ମା ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ। ଏହା ପଛରେ ଏକ କିମ୍ବଦନ୍ତୀ ମଧ୍ୟ ଅଛି । ଏହା ସହିତ ଏହି ଦିନ ପାଇଁ କିଛି ନିୟମ ମଧ୍ୟ ରହିଛି।

ଭଗବାନ ବିଶ୍ୱକର୍ମାଙ୍କ କୃପାରୁ ପୂରା ବିଶ୍ୱର ସୃଷ୍ଟି । ପୌରାଣିକ କଥା ଅନୁଯାୟୀ, ପୁରାଣ କାଳରେ ଦେବତାଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ମହଲ ନିର୍ମାଣ କରୁଥିଲେ ବିଶ୍ୱକର୍ମା । ତେଣୁ ବିଶ୍ୱକର୍ମାଙ୍କୁ ଶିଳ୍ପୀ ମାନଙ୍କର ଦେବତା ବୋଲି ବିବେଚନା କରାଯାଏ । ତେଣୁ ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକଳାର ଜନକ ବୋଲି କୁହାଯାଏ । ସମସ୍ତ ବିଶ୍ୱର ସଂରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ତେଣୁ ସବୁଠାରୁ ବଡ ଇଞ୍ଜିନିୟର ଭାବେ ବିଶ୍ୱକର୍ମା ଖ୍ୟାତ ।

ବିଶ୍ୱକର୍ମା ପୂଜାର ଦିନ କରନ୍ତୁ ନାହିଁ ଏହି କାମ :

ବ୍ୟବସାୟୀ, ଇଞ୍ଜିନିୟର୍ ଏବଂ ଟୁଲ୍ ମେସିନ୍ ସହିତ ଜଡିତ ବ୍ୟକ୍ତିମାନେ ବିଶ୍ୱକର୍ମା ଜୟନ୍ତୀ ଦିନରେ ସେମାନଙ୍କର ଉପକରଣ-ମେସିନ୍ ବ୍ୟବହାର କରିବା ଉଚିତ୍ ନୁହେଁ । ଏହି ଦିନ ସେମାନଙ୍କୁ ବିଶ୍ରାମ ଦିଆଯାଏ।

ବିଶ୍ୱକର୍ମା ପୂଜା ଦିନ ମେସିନ୍ ଏବଂ ଉପକରଣଗୁଡ଼ିକୁ ସଫା କରନ୍ତୁ। ତାହା ନକଲେ, ସେସବୁ ବାରମ୍ବାର ନଷ୍ଟ ହୋଇ ଟଙ୍କା ଏବଂ କ୍ଷତି ଘଟାନ୍ତି ।

ବିଶ୍ୱକର୍ମା ଜୟନ୍ତୀରେ ସମସ୍ତ ଯନ୍ତ୍ର ଏବଂ ଉପକରଣକୁ ପୂଜା କରାଯାଏ। ସେମାନଙ୍କ ଉପରେ ହଳଦି ଅକ୍ଷତ ଏବଂ ରୋଲି ଲଗାନ୍ତୁ । ଭଗବାନ ବିଶ୍ୱକର୍ମାଙ୍କୁ ଅକ୍ଷତ, ଫୁଲ, ଚନ୍ଦନ, ଧୂପ, ଦହି, ରୋଲି, ରକ୍ଷା ସୂତ୍ର, ମିଠା, ଫଳ ଇତ୍ୟାଦି ଅର୍ପଣ କରନ୍ତୁ । ଧୂପ ପ୍ରଦୀପ ସହିତ ଆରତୀ କରନ୍ତୁ। ପୂଜା ଶେଷରେ ଭଗବାନ ବିଶ୍ୱକର୍ମାଙ୍କୁ ପ୍ରଣାମ କରନ୍ତୁ। ସମସ୍ତ ଲୋକଙ୍କୁ ପ୍ରସାଦ ବଣ୍ଟନ କରନ୍ତୁ ।

ଯାନବାହାନ ବିନା ଜୀବନ ବହୁତ କଷ୍ଟକର । ଦୈନନ୍ଦିନ ଜୀବନରେ ବ୍ୟବହୃତ ଯାନ ଯଥା ସାଇକେଲ, ସ୍କୁଟର, କାର, ବାଇକ୍ କିମ୍ବା ବ୍ୟବସାୟିକ ଯାନ ଆଜି ପୂଜା କରନ୍ତୁ।


Share It

Comments are closed.