ଟୁଇଟରରେ ଜୋର ଧରିଲା ଶାହାରୁଖ ଖାନଙ୍କୁ ବଏକଟ କରିବାର ଦାବି, ଏହା ହେଉଛି କାରଣ


ନିକଟରେ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଇମ୍ରାନ ଖାନ ତାଲିବାନକୁ ସାହାଯ୍ୟ କରୁଥିବା ନେଇ ଶାହାରୁଖ ଅଭିଯୋଗ ଉଠାଇଥିଲେ। ତାଙ୍କୁ ନିନ୍ଦା ମଧ୍ୟ କରିଥିଲେ। ହେଲେ ଏବେ ବଲିଉଡର ବାଦ୍‌ଶାହ ଶାହାରୁଖ ଖାନ୍‌ ଆଉ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏକାଠି ହେବାର ନଜର ଆସିଛନ୍ତି। ଦୁହେଁ ଗୋଟିଏ ମଞ୍ଚରେ ଦେଖା ଯାଉଛନ୍ତି। ହେଲେ ଏଭଳି ଏକ ଫଟୋ ଏବେ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ ଶାହାରୁଖଙ୍କୁ ବୟକଟ୍‌ କରିବା ପାଇଁ ମଧ୍ୟ ଜୋରଦାର ଦାବି ହେଉଛି।


ତେବେ ସୂଚନା ଅନୁଯାୟୀ ଶାହାରୁଖ ଏବଂ ଇମ୍ରାନଙ୍କ ଯେଉଁ ଫଟୋଟି ସାମ୍ନାକୁ ଆସିଛି ତାହା ବେଶ୍‌ ପୁରୁଣା ଫଟୋ। ଏହି ଫଟୋକୁ ନେଇ ଏବେ ଟ୍ବିଟ୍‌ରରେ #BoycottShahRukhKhan ବୋଲି ଟ୍ରେଣ୍ଡ କରୁଛି। ଶାହାରୁଖଙ୍କୁ ଖୁବ୍‌ ଜୋରଦାର ଟ୍ରୋଲ ମଧ୍ୟ କରାଯାଉଛି। ତେବେ ଏହି ପୁରା ଟ୍ୱିଟରରେ ହରିୟାଣାରେ ବିଜେପିର ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦାୟିତ୍ୱରେ ଥିବା ରାଜ୍ୟ ପ୍ରଭାରୀ ଅରୁଣ ଯାଦବଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଶାହାରୁଖ ଖାନ୍‌ଙ୍କ ବିରୋଧରେ ସୋସିଆଲ ମିଡିଆରେ ଅରୁଣ ଯାଦବ ଲଗାତାର ଭାବରେ ଅନେକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ସେ ଶାହାରୁଖ ଖାନଙ୍କୁ ବୟକଟ୍‌ କରିବା ପାଇଁ କହିଛନ୍ତି।


ଅନ୍ୟପଟେ ସୋସିଆଲ ମିଡିଆରେ ଯେଉଁ ଟ୍ୱିଟ୍‌ ଭାଇରାଲ ହେଉଛି, ସେଥିରେ ଶାହାରୁଖଙ୍କୁ ପାକିସ୍ତାନର ଏଜେଣ୍ଟ ବୋଲି କୁହାଯାଇଛି। ଶାହାରୁଖ ଖାନ୍‌ ଏବଂ ତାଙ୍କ ଫିଲ୍ମକୁ ସମ୍ପୂର୍ଣ୍ଣ ଭାବେ ବହିସ୍କାର କରିବା ପାଇଁ ମଧ୍ୟ ଦାବି କରାଯାଉଛି । ଗୋଟିଏ ପଟେ ସୋସିଆଲ ମିଡିଆରେ ଶାହାରୁଖ ଖାନଙ୍କ ବୟକଟ ଟ୍ରେଣ୍ଡ ଚାଲିଥିବା ବେଳେ ଅନ୍ୟପଟେ ଶାହାରୁଖ ଖାନଙ୍କ ଟିମ୍‌ ଏହି ଟ୍ରେଣ୍ଡକୁ ଭାଙ୍ଗିବା ପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି।

ତେବେ ଟ୍ୱିଟରରେ ଏହି ଟ୍ରେଣ୍ଡ #WeLoveShahRukhKhan ବୋଲି ଆରମ୍ଭ କରିଛନ୍ତି। ଏହାକୁ ନେଇ ସୋସିଆଲ୍ ମିଡିଆରେ ଜୋରଦାର ଲେଢ଼ଇ ଆରମ୍ଭ ହୋଇଛି। ଶାହାରୁଖ ଦୀର୍ଘ ସମୟ ଧରି ବଡ ପରଦାଠାରୁ ଦୂରେଇ ରହିଛନ୍ତି। ଆଗକୁ ତାଙ୍କର ଫିଲ୍ମ ‘ପଠାନ’ ରିଲିଜ ଅପେକ୍ଷାରେ ରହିଛି। ଶାହାରୁଖ ଗତ ୧ ବର୍ଷ ଧରି ଏହି ଫିଲ୍ମର ସୁଟିଂ ଜାରି ରଖିଛନ୍ତି।


Share It

Comments are closed.