ଅଧିନାୟକତ୍ୱରୁ ଇସ୍ତଫା ଦେଇପାରନ୍ତି କୋହଲି! ଦିନିକିଆ ଏବଂ ଟି-୨୦ ଫର୍ମାଟରେ ରୋହିତ ହୋଇପାରନ୍ତି ଅଧିନାୟକ


ଭାରତୀୟ କ୍ରିକେଟ ଦଳରେ ବଡ ଧରଣର ପରିବର୍ତ୍ତନ ହୋଇପାରେ । ହୋଇପାରେ ବିରାଟ କୋହଲି ଭାରତୀୟ ଦଳର ଏକମାତ୍ର ଅଧିନାୟକ ନ ରହିପାରନ୍ତି । ବିସିସିଆଇ ବର୍ତ୍ତମାନ ଅଲଗା ଅଲଗା ଫର୍ମାଟ ପାଇଁ ଅଲଗା ଅଲଗା ଅଧିନାୟକ ପାଇଁ ପ୍ରସ୍ତୁତି ଚଳାଇଛି । ଯଦି ଏଭଳି ହୁଏ ତେବେ ଦିନିକିଆ ଏବଂ ଟି-୨୦ରେ ରୋହିତ ଶର୍ମା ଅଧିନାୟକ ହୋଇପାରନ୍ତି । ଯେବେକି କିଙ୍ଗ କୋହଲିଙ୍କୁ କେବଳ ଟେଷ୍ଟ ଟିମ ପାଇଁ ଅଧିନାୟକ ରହିପାରନ୍ତି ।
ସବୁ ଫର୍ମାଟରେ ଦଳର ନେତୃତ୍ୱ ନେଉଥିବା ୩୨ ବର୍ଷିୟ କୋହଲି ଭାରତୀୟ ଦଳର ସବୁଠାରୁ ସଫଳ ଅଧିନାୟକ ଅଟନ୍ତି । ବର୍ତ୍ତମାନ ସେ ୩୪ ବର୍ଷିୟ ରୋହିତ ଶର୍ମାଙ୍କ ସହ ନିଜର ଦାୟିତ୍ୱ ବାଣ୍ଟି ପାରନ୍ତି । ଅକ୍ଟୋବର- ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ରୋହିତ ଶର୍ମାଙ୍କ ରାସ୍ତା ସଫା ହୋଇଯିବ । ମିଳିଥିବା ସୂଚନା ମୁତାବକ, ବିରାଟ କୋହଲି ଗତ କିଛି ମାସ ହେବ ରୋହିତ ଶର୍ମା ଏବଂ ଟିମ ମ୍ୟାନେଜମେଣ୍ଟଙ୍କ ସହ ଏହି ବିଷୟରେ ଗଭୀର ଆଲୋଚନା କରିଛନ୍ତି । ତିନୋଟି ଫର୍ମାଟରେ ଅଧିନାୟକତ୍ୱ ପଦ ସମ୍ଭାଳୁଥବାରୁ ବିରାଟଙ୍କ ବ୍ୟାଟିଙ୍ଗ ଉପରେ ମଧ୍ୟରେ ଗଭୀର ପ୍ରଭାବ ପଡୁଛି । ନିଜେ ବିରାଟଙ୍କୁ ମଧ୍ୟ ଏହା ଲାଗୁଛି ଯେ, ତାଙ୍କୁ ବ୍ୟାଟିଙ୍ଗ ପାଇଁ ଅଧିକ ସମୟ ଏବଂ ଗତିର ଆବଶ୍ୟକତା ରହିଛି । ଅନ୍ୟ ପଟେ ୨୦୨୨-୨୩ ମଧ୍ୟରେ ଭାରତ ଦୁଇଟି ବିଶ୍ୱକପ ଦିନିକିଆ ଏବଂ ଟି-୨୦ ଖେଳିବ ।


Share It

Comments are closed.