ବିୟର ଗ୍ରୀଲ୍ସଙ୍କ ଶୋ ରେ ନଜର ଆସିବେ ଅଜୟ ଦେବଗାନ୍, କରିବେ ରୋମାଞ୍ଚକର ଯାତ୍ରା


ଟିଭିର ସବୁଠାରୁ ପ୍ରିୟ ସର୍ଭାଇବଲ ସ୍କିଲ ଶୋ ‘ଇନଟୁ ଦ ୱାଇଲ୍ଡ ୱିଥ ବିୟର ଗ୍ରୀଲ୍ସ’ର ପ୍ରତ୍ୟେକ ଏପିସୋଡ୍ ପାଇଁ ଦର୍ଶକମାନେ ଉତ୍ସାହିତ ରହିଥାନ୍ତି | ଏଥି ସହିତ, ନିକଟ ଅତୀତରେ, ଅନେକ ଭାରତୀୟ ଅଭିନେତା ମଧ୍ୟ ଏହି ଶୋ’ରେ ବିୟରଙ୍କ ସହିତ ଏକ ରୋମାଞ୍ଚକର ଯାତ୍ରା କରିଛନ୍ତି | ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଅନ୍ତର୍ଭୁକ୍ତ ହୋଇଛି |

ଅସଲରେ, ଏଥର ଏହି ସୁପରହିଟ୍ ସୋ’ରେ ବଲିଉଡ ଅଭିନେତା ଅଜୟ ଦେବଗନ୍ ବିଅର ଗ୍ରିଲ୍ସଙ୍କ ସହ ନଜର ଆସିବାକୁ ଯାଉଛନ୍ତି। ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଅଜୟଙ୍କ ପୂର୍ବରୁ ଅଭିନେତା ଅକ୍ଷୟ କୁମାର ଏବଂ ଦକ୍ଷିଣ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ଏହି ସୋ’ରେ ନଜର ଆସିଛନ୍ତି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ମ୍ୟାନ୍‌ ଭର୍ସେସ ୱାଇଲ୍ଡ’ର ଏକ ସ୍ପେଶାଲ ଏପିସୋଡରେ ଦେଖିବାକୁ ମିଳିଥିଲା।

ଏନେଇ ନିଜେ ବେୟର ଗ୍ରୀଲ୍ସ ସଙ୍କେତ ଦେଇଛନ୍ତି। ନିଜ ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଅଜୟଙ୍କ ନାଁ ଖୁଲାସା ନକରି ଦୁଇ ଜଣ ବଲିଉଡ ଯୋଦ୍ଧା ତାଙ୍କ ସହ ଇନ୍‌ଟୁ ଦା ୱାଇଲ୍ଡରେ ସାମିଲ ହେବ ବୋଲି ସେ କହିଛନ୍ତି। ତେବେ ଏଥିପାଇଁ ଅଜୟଙ୍କ ନାଁ କନ୍‌ଫର୍ମ ହୋଇଥିବା ବେଳେ ଦ୍ୱିତୀୟ ବଲିଉଡ ଷ୍ଟାର କିଏ, ତାହା ଉପରୁ ପରଦା ଉଠି ନାହିଁ। ‘ଇନ୍‌ଟୁ ଦା ୱାଇଲ୍ଡ ୱିଥ ବିୟର ଗ୍ରୀଲ୍ସ’ ଶୋ’ର ଅଜୟ ଦେବଗନ ସ୍ପେଶାଲ ଏପିସୋଡ ଟି ମାଳଦ୍ୱିପରେ ସୁଟିଂ ହେବ। ଶୋ’ର ପ୍ରିମିୟର ସର୍ବପ୍ରଥମେ ଡିସ୍‌କଭରୀ ପ୍ଲସ ଆପ୍‌ରେ ଦେଖିବାକୁ ମିଳିବ ।

ନିକଟରେ ଅଜୟଙ୍କୁ ତାଙ୍କ ଫିଲ୍ମ ‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଜଣେ ଇଣ୍ଡିଆନ୍‌ ଏୟାର ଫୋର୍ସର ସେନା ଚରିତ୍ରରେ ନଜର ଆସିଥିଲେ। ଆଗକୁ ଅଜୟ ସଞ୍ଚୟ ଲୀଲା ଭଂସାଲିଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡି’, ଏସ୍‌ଏସ୍‌ ରାଜାମୌଲିଙ୍କ ‘ଆର୍‌ଆର୍‌ଆର୍‌’ ସ୍ପୋର୍ଟସ୍‌ ଡ୍ରାମା ଫିଲ୍ମ ‘ମୈଦାନ’ରେ ନଜର ଆସିବେ।


Share It

Comments are closed.