ଇତିହାସର ପୁଣିଥରେ ପୁନରାବୃତ୍ତି, ସେମିଫାଇନାଲରେ ଆମନାସାମନା ହେବେ କୋହଲି ଏବଂ ୱିଲିୟମସନ


କଥାରେ ଅଛି ଇତିହାସର ସର୍ବଦା ପୁନରାବୃତ୍ତି ହୋଇଥାଏ । ବିଶ୍ୱକପ ସେମି-ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ, ପରସ୍ପର ସହ ଆମନାସାମନି ହେବାକୁ ଯାଉଥିବାବେଳେ କ୍ରିକେଟର ଏହି ମହାକୁମ୍ଭରେ ଅଧିନାୟକ କୋହଲି ଏବଂ ୱିଲିୟମସନ ପୁଣିଥରେ ଏହି ମହାସମରରରେ ଭେଟିବାକୁ ଯାଉଛନ୍ତି । ପ୍ରକାଶ ଥାଉକି, କୋହଲି ଏବଂ ୱିଲିୟମସନ ଆଜିକୁ ଠିକ୍ ୧୧ ବର୍ଷ ପୂର୍ବେ ୨୦୦୮ ମସିହାରେ ଅଣ୍ଡର-୧୯ ବିଶ୍ୱକପ ସେମିଫାଇନାଲରେ ଉଭୟ ପରସ୍ପର ସହ ଆମନାସାମନି ହୋଇଥିଲେ ।
୨୦୦୮ ଅଣ୍ଡର-୧୯ ବିଶ୍ୱକପ୍ ବେଳେ ଉଭୟ ଖେଳାଳୀ ନିଜ ଦଳର ଅଧିନାୟକ ଥିବାବେଳେ ସବୁଠାରୁ ରୋଚକର କଥା ଏହା ଯେ, ଠିକ ୧୧ ବର୍ଷ ପରେ ବର୍ତ୍ତମାନ ପୁଣିଥରେ ଦୁହେଁ ଖେଳାଳୀ କ୍ରିକେଟର ଏହି ମହାକୁମ୍ଭରେ ପରସ୍ପର ସହ ଆମନାସାମନି ହେବାକୁ ଯାଉଛନ୍ତି ।
ଚଳିତ ବିଶ୍ୱକପରେ ୱିଲିୟମସନ ୮ ମ୍ୟାଚ ଖେଳି ୪୮୧ ରନ ସଂଗ୍ରହ କରିଥିବାବେଳେ ଅନ୍ୟପଟେ ବିରାଟ ୪୪୨ ରନ ସଂଗ୍ରହ କରିଛନ୍ତି । ୱିଲିୟମସନ ଚଳିତ ବିଶ୍ୱକପରେ ୨ଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଅନ୍ୟପଟେ ବିରାଟ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।


Share It

Comments are closed.