ଦୁବାଇରେ ଅନୁଷ୍କାଙ୍କ ସହ ରୋମାଣ୍ଟିକ ମୂହୂର୍ତ୍ତର ଫଟୋ ସେୟାର କଲେ ବିରାଟ, ଜାଣନ୍ତୁ ଏହି ଫଟୋ କିଏ ଉଠାଇଛି
ଆଜିକାଲି ୟୁଏଇରେ ଆଇପିଏଲ-୨୦୨୦ ଖେଳା ଚାଲିଛି। ଆଇପିଏଲରେ ଆରସିବିର ଖୁବ୍ ସୁନ୍ଦର ପ୍ରଦର୍ଶନ ଦେଖିବାକୁ ମିଳିଛି। ଏହା ଭିତରେ କ୍ୟାପଟେନ୍ ବିରାଟ କୋହଲି ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜର ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ଅଛନ୍ତି। ଏହି ଫଟୋରେ ଅନୁଷ୍କା ଓ ବିରାଟ ଆଟଳାଟିସ୍ ଦ ପାମ୍, ରିସୋର୍ଟ (Atlantis Palm hotel) ସାମନାର ସମୁଦ୍ରରେ ଦେଖିବାକୁ ମିଳିଛନ୍ତି। ଦୁହେଁ ଏହି ଫଟୋରେ ପରସ୍ପରର ପ୍ରେମରେ ବୁଡି ରହିଥିବାର ଦେଖିବାକୁ ମିଳିଛନ୍ତି। ଦୁହିଁଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୁହିଁଙ୍କର ଏହି ଫଟୋ ଖୁବ୍ ସୁନ୍ଦର ଦେଖାଯାଉଛି। ସୂର୍ଯ୍ୟସ୍ତ ସମୟରେ ପରସ୍ପର ପାଣି ଭିତରେ ଖୁବ୍ ନିକଟତର ହୋଇ ଠିଆ ହୋଇ ରହିଛନ୍ତି। ପଛପଟେ ସୁନ୍ଦର ଓ ଉଚ୍ଚ ବିଲ୍ଡିଂ ସବୁ ମଧ୍ୟ ଦେଖାଯାଉଛି।
ଏବେ ଭାବୁଥିବେ ଏଭଳି ସୁନ୍ଦର ଫଟୋ କିଏ ଉଠାଇଛି? ଫଟୋଗ୍ରାଫର କିଏ? କୋହଲି ଏହି ଫଟୋ ସେୟାର କରିବା ସହ ଏହା ମଧ୍ୟ ଜଣାଇ ଦେଇଛନ୍ତି ଯେ, ଫଟୋଗ୍ରାଫର ଜଣକ ହେଉଛନ୍ତି ଏବି ଡିଭିଲିୟର୍ସ। କୋହଲି ଫଟୋ ସେୟାର କରିବା ସହ କ୍ୟାପସନରେ ଫଟୋ କ୍ରେଡିଟରେ ଏବି ଡିଭିଲିୟର୍ସଙ୍କ ନାଁ ଲେଖିଛନ୍ତି। କୋହଲି ଓ ଅନୁଷ୍କାଙ୍କ ଫ୍ୟାନଙ୍କୁ ଏହି ଫଟୋ ଖୁବ୍ ପସନ୍ଦ ଆସିଛି। ୟୁଜରଙ୍କ ଲାଇକ୍ ଓ କମେଣ୍ଟ ମଧ୍ୟ ମିଳିବାରେ ଲାଗିଛି।
Comments are closed.