ଖାତାବୁକ୍ ମାଇଁଷ୍ଟୋର୍ ଆପ୍ ପକ୍ଷରୁ ମାତ୍ର ୧୫ ସେକେଣ୍ଡରେ ବ୍ୟବସାୟୀଙ୍କୁ ଅନ୍‌ଲାଇନ୍ ବ୍ୟବସାୟ କରିବାର ସୁବିଧା ପ୍ରଦାନ


ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଫିନ୍‌ଟେକ୍ ଷ୍ଟାର୍ଟ-ଅପ୍‌, ଖାତାବୁକ୍ ଏବେ ଆଣ୍ଡ୍ରଏଡ୍‌ରେ ଏହାର ‘ମାଇଁଷ୍ଟୋର୍‌’ ଆପ୍‌ର ଶୁଭାରମ୍ଭ କରିଛି । ସହଜ ସାଇନ୍‌-ଅପ୍ ପ୍ରକ୍ରିୟା ସହିତ ଏହା ହେଉଛି ଏକ ଅନ୍ତର୍ନିହିତ ଓ ସୁରକ୍ଷିତ ଇଂଟରଫେସ୍ ବିଶିଷ୍ଟ ଆପ୍‌, ଯାହାକି ବ୍ୟବସାୟୀମାନଡ୍ମାତ୍ର ୧୫ ସେକେଣ୍ଡ ମଧ୍ୟରେ ସେମାନଙ୍କର ଅନ୍‌ଲାଇନ୍ ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିଥାଏ । ଖାତାବୁକ୍‌ର ‘ମାଇଁଷ୍ଟୋର୍‌’ ଆପ୍ ୧୩ଟି ଭାରତୀୟ ଭାଷାରେ ଉପଲବ୍ଧ ଯାହା ବ୍ୟବହାରର ସହଜତା ଓ ସର୍ବଭାରତୀୟ ଗ୍ରହଣୀୟତାକୁ ସୁନିଶ୍ଚିତ କରୁଛି । ଏହି ଆପ୍ ବ୍ୟବସାୟୀମାନଙ୍କୁ ସାମାଜିକ ଦୂରତା ନିୟମ ବଜାୟ ରଖି ବ୍ୟବସାୟ ଜାରି ରଖିବାକୁ ସକ୍ଷମ କରିଥାଏ । ମାଇଁଷ୍ଟୋର୍ ଆପ୍‌କୁ ପୂର୍ବରୁ ଦେଶର ୨୫ ଲକ୍ଷରୁ ଅଧିକ ବ୍ୟବସାୟୀ ଇନ୍‌ଷ୍ଟଲ କରିଛନ୍ତି । ଏହି ଆପ୍‌ରେ ଫ୍ଲାଗ୍‌ସିପ୍ ବା ମୂଳ ଖାତାବୁକ୍ ଆପ୍‌ର ୟୁଜର୍ ଆଧାରର ଏକ ତୃତୀୟାଂଶରୁ ଅଧିକ ୟୁଜର୍ ପ୍ରୋଫାଇଲ ସଂଲଗ୍ନ ଥିବା ଅନୁମାନ କରାଯାଉଛି ।
ଏହି ଆପ୍‌ର ଲଂଚ୍ ଅବସରରେ ସହପ୍ରତିଷ୍ଠାତା ତଥା ସିଇଓ ରବିଶ ନରେଶ କହିଛନ୍ତି, ଆମେ ନିରନ୍ତର ଭାବେ ଦକ୍ଷତା ବୃଦ୍ଧି ସହିତ ଭାରତର ଏମ୍‌ଏସ୍‌ଏମ୍‌ଇ ବର୍ଗ ପାଇଁ ବ୍ୟବସାୟ ସଂଚାଳନ ଖର୍ଚ୍ଚକୁ ହ୍ରାସ କରିବା ଲାଗି ଉପାୟ ଖୋଜୁଛୁ । ମାଇଁଷ୍ଟୋର ଆପ୍‌ର ଉନ୍ମୋଚନ ଏହି ଉଦ୍ଦେଶ୍ୟ ଉପରେ ଆଧାରିତ ଏବଂ ଏହା ଜିଡିଟାଲ ଯୁଗରେ ବ୍ୟବସାୟ କରିବାର ଏକ ଅଧିକ ବିକଶିତ ଉପାୟ ପାଇଁ ଅଫର୍ ଓ ଏକ ଦୃଢ ବୈଷୟିକ ଭିତିଭୂମି ପ୍ରଦାନ କରୁଛି । ମାଇଁଷ୍ଟୋର୍ ଆପ୍‌କୁ ବ୍ୟବହାର କରିବା ଲାଗି ପ୍ରଥମେ ଏହାକୁ ଡାଉନ୍‌ଲୋଡ୍ କରନ୍ତୁ । ପରେ ଏଥିରେ ନାମ, ଉତ୍ପାଦ ଓ ମୂଲ୍ୟ ପରି ବ୍ୟବସାୟ ସମ୍ବନ୍ଧିତ ତଥ୍ୟ ଦିଅନ୍ତୁ । ନିଜ ପସନ୍ଦର ଯୋଗାଯୋଗ ଚ୍ୟାନେଲ ମାଧ୍ୟମରେ ଗ୍ରାହକଙ୍କ ସହିତ ଷ୍ଟୋର୍ ଲିଙ୍କ୍ ନିୟୋଜିତ କରନ୍ତୁ ଓ ବିକ୍ରି ଆରମ୍ଭ କରନ୍ତୁ । ଖାତାବୁକ୍ ଆପ୍‌ର ମାସିକ ସକ୍ରିୟ ଉପଭୋକ୍ତା ଆଧାର ୮୦ ଳକ୍ଷ ରହିଥିବା ବେଳେ ଏହା ପାରମ୍ପରିକ ବ୍ୟବସାୟ ଉଧାର ଖାତାବହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କରି ଏମ୍‌ଏସ୍‌ଏମ୍‌ଇ ଶିଳ୍ପରେ ସୁଧଶର ଆଣିଛି । ଏହି ଆପ୍ କିରାନା ଷ୍ଟୋରଠାରୁ ଆରମ୍ଭ କରି ମୋବାଇଲ ରିଚାର୍ଜ ଦୋକାନ, ଗାର୍‌ମେଂଟ୍ ଡିଲର ଓ ଜୁଏଲର୍ସ ପର୍ଯ୍ୟନ୍ତ ପ୍ରାୟ ୫୦୦ରୁ ଅଧିକ ପ୍ରକାରର ବ୍ୟବସାୟକୁ ସେବା ପ୍ରଦାନ କରୁଛି ।


Share It

Comments are closed.