ଇଟାଲୀରେ ପୁଣି ଭୟଙ୍କର ଋପ ଧାରଣ କଲାଣି କରୋନା, ହସ୍ପିଟାଲ ଟଏଲେଟରୁ ମିଳିଲା ରୋଗୀଙ୍କ ଶବ


ଇଟାଲୀରେ ପୁଣି ଥରେ କରୋନା ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ଗୋଟିଏ ଭିଡିଓକୁ ନେଇ ଲୋକଙ୍କ ମଧ୍ୟରେ ରାଗ ଏବଂ ଅସନ୍ତୋଷ ଦେଖା ଦେଇଛି ଯେଉଁଥିରେ ଜଣେ ରୋଗୀଙ୍କ ଶବକୁ ହସ୍ପିଟାଲର ଟୟେଲେଟରେ ଦେଖାଯାଇଛି। କୁହାଯାଉଛି ଯେ ମୃତ ବ୍ୟକ୍ତି କରୋନାରେ ପୀଡ଼ିତ ଥିଲେ। ଇଟାଲୀର ବୈଦେଶିକ ମନ୍ତ୍ରୀଙ୍କ କହିବା ଅନୁସାରେ ଇଟାଲୀର କେତେକ ଅଞ୍ଚଳରେ କରୋନା ମହାମାରୀ ଯୋଗୁଁ ସ୍ଥିତି ନିୟନ୍ତ୍ରଣ ବାହାରେ ହୋଇଯାଇଛି। ସେ କହିଛନ୍ତି ଯେ ନେପଲ୍ସ ଏବଂ କେମ୍ପୋନିଆର କେତେକ ଅଞ୍ଚଳରେ ପରିସ୍ଥିତି ବେକାବୁ ହୋଇଯାଇଛି। ସୂଚନା ଅନୁଯାୟୀ,ମୃତ ବ୍ୟକ୍ତି ଟେଷ୍ଟ୍ ପାଇଁ ଇଟାଲୀର ଏକ ହସ୍ପିଟାଲକୁ ଯାଇଥିଲେ ଏବଂ ଅପେକ୍ଷା କରିବାବେଳେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଆଉ ଜଣେ କରୋନା ରୋଗୀ ତାଙ୍କ ଭିଡିଓ କରିଥିଲେ।


Share It

Comments are closed.