ରାଜ୍ୟରେ ୯୦୨ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରରୁ ସର୍ବାଧିକ


ରାଜ୍ୟରେ ଆଜି ୯୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୫୨୩ ଓ ସ୍ଥାନୀୟ ଅଞ୍ଚଳରୁ ୩୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୯୦୬କୁ ବୃଦ୍ଧି ପାଇଛି। ୨ ଲକ୍ଷ ୯୫ ହଜାର ୨୪୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୯୮ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ମୟୁରଭଞ୍ଜରୁ ସର୍ବାଧିକ ୮୮ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୮୫, କଟକରୁ ୭୦, ଖୋର୍ଦ୍ଧାରୁ ୬୮, କେନ୍ଦୁଝରରୁ ୫୧, ଅନୁଗୁଳରୁ ୫୦, ସମ୍ବଲପୁରରୁ ୪୩, ଜଗତସିଂହପୁରରୁ ୪୨, ବାଲେଶ୍ୱରରୁ ୩୯, ବରଗଡ଼ ଓ ବଲାଙ୍ଗୀରରୁ ୩୭ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୩୬, ବୌଦ୍ଧ ଓ ନୂଆପଡ଼ାରୁ ୨୬ ଜଣ ଲେଖାଏଁ, ଯାଜପୁରରୁ ୨୫, ଝାରସୁଗୁଡ଼ାରୁ ୨୩, ପୁରୀରୁ ୨୦, ନୟାଗଡ଼ରୁ ୧୯, ଢେଙ୍କାନାଳରୁ ୧୭, କଳାହାଣ୍ଡିରୁ ୧୬, ନବରଂଗପୁରରୁ ୧୫, କୋରାପୁଟରୁ ୧୦, ଗଂଜାମ ଓ ଭଦ୍ରକରୁ ୮ ଜଣ ଲେଖାଏଁ ,ସୋନପୁରରୁ ୭, ରାୟଗଡ଼ା ଓ କନ୍ଧମାଳରୁ ୬ ଜଣ ଲେଖାଏଁ, ମାଲକାନଗିରିରୁ ୫, ଗଜପତିରୁ ୪, ଦେଓଗଡ଼ରୁ ୨ ଏବଂ ଷ୍ଟେଟ ପୁଲରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି। ଏ ପର୍ଯ୍ୟନ୍ତ ୫୨ ଲକ୍ଷ ୧୯ ହଜାର ୧୪ଟି କରୋନା ନମୁନା ପରୀକ୍ଷା ହୋଇସାରିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।


Share It

Comments are closed.