ପାଠପଢ଼ା ପ୍ରତି ପିଲାଙ୍କ ମନୋଯୋଗ ବଢ଼ାଇବାକୁ ଚାହୁଁଛନ୍ତି କି? ତେବେ ଏହିସବୁ ଦିଗପ୍ରତି ରଖନ୍ତୁ ବିଶେଷ ଧ୍ୟାନ
ଯଦି ଆପଣଙ୍କର ସନ୍ତାନ ଅଧ୍ୟୟନ ପାଇଁ ଏକାଗ୍ରତା ଆଣିପାରୁନାହାନ୍ତି ତେବେ ଏହା ନିଶ୍ଚିତ ସତ୍ୟ ଅଟେ ଯେ ସେମାନେ ତାଙ୍କର ଅଧ୍ୟୟନ ନକରାତ୍ମକ ଦିଗରେ କରୁଅଛନ୍ତି ଯଥା ପଶ୍ଚିମ-ଉତର-ପଶ୍ଚିମ (ଯାହାକି ମନରେ ଅବସାଦ ଆଣିଥାଏ), ଦକ୍ଷିଣ-ଦକ୍ଷିଣ-ପଶ୍ଚିମ (ଏହି ଦିଗରେ ସନ୍ତାନମାନେ ଯାହା ଅଧ୍ୟୟନ କରିଥାନ୍ତି ତାହା ଭୁଲିଯାଆନ୍ତି) । ଯଦି ସନ୍ତାନମାନେ ଉତର-ଉତର-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଅଧ୍ୟୟନ କରୁଥାନ୍ତି ତେବେ ସେମାନେ ଅଧିକାଂଶ ସମୟ କମ୍ପ୍ୟୁଟର୍ କିମ୍ବା ଟେଲିଭିଜନ୍ ଦେଖିବାରେ ସମୟ ଦେଇଥାନ୍ତି ଓ ଆମୋଦ ପ୍ରମୋଦରେ ବୁଡି ରୁହନ୍ତି କିମ୍ବା ସନ୍ତାନମାନେ ଯଦି ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଅଧ୍ୟୟନ କରିଥାନ୍ତି (ଏହି ଦିଗ ମନରେ ସଦାସର୍ବଦା ଉଦ୍ବେଗ ଆଣିଥାଏ) ।
ଅଧ୍ୟୟନ କକ୍ଷ ପାଇଁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ ଉତ୍ତମ ଅଟେ । ଯାହାକି ଶିକ୍ଷା ଓ ସଂଚୟର ମନବୃତ୍ତି ସନ୍ତାନମାନଙ୍କ ମନରେ ସୃଷ୍ଟି କରିଥାଏ । ଏହି ଦିଗର କକ୍ଷକୁ କ୍ରିମ୍ ରଙ୍ଗ କରନ୍ତୁ । ତତସହିତ ଏହି ଦିଗରେ କୈାଣସି ଦୋଷ ଯଦି ଥାଏ ତେବେ ତାହା ଦୁରୀଭୁତ କରନ୍ତୁ । ସନ୍ତାନମାନଙ୍କର ସ୍କୁଲ୍ ବହି ଓ ପଢ଼ିବା ସାମଗ୍ରୀ ପଢ଼ିବା ଟେବୁଲ୍ ପାଖରେ ରଖନ୍ତୁ । ଏହି ଦିଗକୁ ଉଜ୍ଜଳ ଧଳା କିମ୍ବା ହଳଦିଆ ବଲ୍ବରେ ଆଲୋକିତ କରାନ୍ତୁ । ଯାହାଫଳରେ ସନ୍ତାନମାନଙ୍କର ପଢ଼ାପ୍ରତି ଏକାଗ୍ରତା ଆସିଥାଏ ଏବଂ ତାଙ୍କର ଜ୍ଞାନରେ ବୃଦ୍ଧି ହୋଇଥାଏ ଏବଂ ପରୀକ୍ଷାରେ ଭଲ ମାର୍କ ରଖନ୍ତି ।
ଏହି ଅଧ୍ୟୟନ କକ୍ଷର ଆଉ ଏକ ମହତ୍ୱପୂର୍ଣ୍ଣ ଦିଗ ହେଉଅଛି ଉତର-ପୂର୍ବ । ଯାହାକି ଜ୍ଞାନକୁ ବର୍ଦ୍ଧିତ କରିଥାଏ । ଯଦି ଏହି ଦିଗ କଟିଥାଏ, ରୋଷେଇା ଘର ଥାଏ, ସ୍ନାନଘର ଥାଏ କିମ୍ବା ଭୁଲ୍ ରଙ୍ଗ ହୋଇଥାଏ ତେବେ ସନ୍ତାନ ମାନଙ୍କର ଏକାଗ୍ରତା ଆସିନଥାଏ । ଏକାଗ୍ରତା ପାଇଁ ଏହି ଦିଗକୁ ଧଳା ରଙ୍ଗ କିମ୍ବା କ୍ରିମ୍ ରଙ୍ଗ ଦ୍ୱାରା ଏହି ଦିଗରେ ଥିବା କାନ୍ଥକୁ ରଙ୍ଗ କରନ୍ତୁ । କାନ୍ଥରେ ସ୍ୱସ୍ତିକ୍ ଚିହ୍ନ ଲଗାନ୍ତୁ । ଏହି ଦିଗରେ ସନ୍ତାନମାନଙ୍କର ପଢ଼ା ଟେବୁଲ୍ ରଖନ୍ତୁ ନାହିଁ । ଏହି ଦିଗ ବଡ଼ ସଦସ୍ୟମାନଙ୍କ ପାଇଁ ଯେଉଁମାନେ କି ଧାର୍ମିକ ଓ ଆଧ୍ୟାତ୍ମିକ ରିସର୍ଚ କରିଥାନ୍ତି ସେମାନଙ୍କ ପାଇଁ ସର୍ବୋତ୍ତମ ଅଟେ ।
ଆଉ ଏକ ମହତ୍ୱପୁର୍ଣ୍ଣ ଦିଗ ହେଉଅଛି ଦକ୍ଷିଣ-ପଶ୍ଚିମ ଦିଗ । ଯେଉଁ ଦିଗ କି ପଢ଼ିବାର ଦକ୍ଷତା ଏବଂ ସମ୍ପର୍କକୁ ସୂଚାଇଥାଏ । ନିଜର ଗୁରୁ ବା ପିତୃ ପୁରୁଷଙ୍କର ଛବି ଏହି ଦିଗରେ ଲଗାନ୍ତୁ । ଯାହା ଫଳରେ କି ସେମାନଙ୍କର ଆଶୀର୍ବାଦ ସନ୍ତାନମାନଙ୍କୁ ଉନ୍ନତି ପଥରେ ନେଇଥାଏ । ଏହି ଦିଗ ଲେଖିବାର ଶୈଳୀକୁ ଉନ୍ନତ କରିଥାଏ । ଏହି ଦିଗରେ ପଢ଼ା ଟେବୁଲ୍ ରଖିବା ଉଚିତ୍ ଅଟେ ।
କୈାଣସି ପ୍ରକାରର ଟଏଲେଟ୍ କିମ୍ବା ଡଷ୍ଟବିନ୍ ଉପରୋକ୍ତ ଦିଗରେ ରଖନ୍ତୁ ନାହିଁ ।
ସନ୍ତାନମାନଙ୍କର ଯଦି ଅଧ୍ୟୟନ କକ୍ଷ ପୂର୍ବ ଦିଗରେ ରହେ ତେବେ ସେମାନେ ରାଜନୀତି ବିଜ୍ଞାନ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ।
ଯଦି ଅଧ୍ୟୟନ ଟେବୁଲ୍ ପୂର୍ବ-ଉତର-ପୂର୍ବ ଦିଗରେ ଥାଏ ତେବେ ସନ୍ତାନମାନେ ଅଧ୍ୟୟନକୁ ବୋଝ ରୂପରେ ନେଇଥାନ୍ତି ।
ଯଦି ଅଧ୍ୟୟନ ଟେବୁଲ ଉତ୍ତର ଦିଗରେ ଥାଏ ତେବେ ସନ୍ତାନମାନେ ନିଜର କ୍ୟାରିଅର୍ ପ୍ରତି ସଜାଗ ରୁହନ୍ତି ।
ଯଦି ଅଧ୍ୟୟନ ଟେବୁଲ୍ ଦକ୍ଷିଣ ଦିଗରେ ଥାଏ ତେବେ ସନ୍ତାନମାନେ ଅଳସୁଆ ହୋଇଥାନ୍ତି କିମ୍ବା ଅଧିକାଂଶ ସମୟ ଶୋଇଥାନ୍ତି ।
ଅଧ୍ୟୟନ ଟେବୁଲ୍ ଯଦି ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ସନ୍ତାନମାନେ ଅଧ୍ୟୟନ ପ୍ରତି ଆଗ୍ରହ ପ୍ରକାଶ କରନ୍ତି ଓ ପରୀକ୍ଷାରେ ଅତି ଉତ୍ତମ ଭାବରେ ଉତୀର୍ଣ୍ଣ ହୁଅନ୍ତି ।
Comments are closed.