ଘରର ଏହି ସ୍ଥାନଗୁଡ଼ିକରେ ଏହି ରଙ୍ଗର ବ୍ୟବହାର କରିବା ହୋଇଥାଏ ଅନୁଚିତ, ଆସିଥାଏ ନକାରାତ୍ମକତା
ଜ୍ୟୋତିଷ ଏବଂ ବାସ୍ତୁ ଉଭୟରେ ହିଁ କଳାରଙ୍ଗକୁ ବାରଣ କରଯାଇଛି । ବାସ୍ତୁ ଅନୁଯାୟୀ ଘରର କିଛି ସ୍ଥାନରେ କଳା ରଙ୍ଗର ପ୍ରୟୋଗ ଆଦୌଁ କରାଯିବା ଉଚିତ ନୁହେଁ । କଳା ରଙ୍ଗକୁ ନକାରାତ୍ମକତାର ପ୍ରତୀକ ଭାବେ ଗ୍ରହଣ କରାଯାଏ । ଏହି କାରଣରୁ ପୋଷାକ ଠାରୁ ଆରମ୍ଭ କରି ଗୃହ ଉପକରଣରେ କଳା ରଙ୍ଗକୁ ଯେତେ ସମ୍ଭବ କମ୍ ବ୍ୟବହାର ହୋଇଥାଏ । ତେବେ ବାସ୍ତୁରେ କିଛି ବିଶେଷ ସ୍ଥାନ ବିଷୟରେ କୁହାଯାଇଛି, ଯେଉଁଠାରେ କଳା ରଙ୍ଗର ପ୍ରୟୋଗକୁ ବାରଣ କରଯାଇଛି । । ତେବେ ଆସନ୍ତୁ ଜାଣିବା ସେ ବିଷୟରେ …
ପିଲାଙ୍କ ରୁମରେ
ଏମିତିରେ ଲୋକମାନେ ଘରର କାନ୍ଥରେ କଳା ରଙ୍ଗର ବ୍ୟବହାର ବହୁତ କମ କରିଥାନ୍ତି । କିନ୍ତୁ ବେଳେବେଳେ ଲୋକମାନେ ଘରକୁ ଏକ ନୂଆ ରୂପ ଦେବା ପାଇଁ ଅଲଗା ଅଲଗା ରଙ୍ଗରେ କାନ୍ଥକୁ ରଙ୍ଗ ଦେଇଥାନ୍ତି ଏବଂ ଏଥିରେ କଳା ରଙ୍ଗକୁ ମଧ୍ୟ ସାମିଲ କରିନିଅନ୍ତି । ବାସ୍ତୁ ଅନୁଯାୟୀ ପିଲାଙ୍କ ରହିବା ଘରେ କିମ୍ବା ପଢ଼ାଘରେ କେବେ ମଧ୍ୟ କଳାରଙ୍ଗ କରିବା ଉଚିତ ନୁହେଁ । ଏହାଛଡ଼ା ପିଲାଙ୍କ ରୁମରେ ଗାଢ଼ ବ୍ରାଉନ, ଗ୍ରେ ଆଦି ରଙ୍ଗ ମଧ୍ୟ କରିବା ଉଚିତ ନୁହେଁ ।
ଶୟନ କକ୍ଷରେ
ବାସ୍ତୁ ଅନୁଯାୟୀ ଶୟନ କକ୍ଷରେ ଭୁଲରେ ମଧ୍ୟ କଳା ରଙ୍ଗର ପ୍ରୟୋଗ କରିବା ଉଚିତ ନୁହେଁ । ପଲଙ୍ଗ ଉପରେ କଳା ରଙ୍ଗର ଚାଦର ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ । ଶୟନକକ୍ଷକୁ ଶୁକ୍ରଙ୍କ ସ୍ଥାନ ଭାବେ ଗ୍ରହଣ କରଯାଏ ଏବଂ କଳାରଙ୍ଗ ଶନିଦେବଙ୍କ ପ୍ରତୀକ ହୋଇଥାଏ । ଶୁକ୍ର ଏବଂ ଶନିଙ୍କ ଏକତ୍ର ହେବା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।
ରୋଷେଇ ଘରେ
ଅନେକ ସମୟରେ ଲୋକମାନେ ରୋଷେଇଘରେ କଳାପଥରର ବ୍ୟବହାର କରନ୍ତି । ତେବେ ବାସ୍ତୁ ଅନୁଯାୟୀ ରୋଷେଇଘରେ କଳାରଙ୍ଗର ଜିନିଷ ବ୍ୟବହାର ଠାରୁ ଦୂରେଇ ରହିବା ଉଚିତ । ଯଦି ଆପଣ ଗ୍ୟାସ ଚୁଲା ରଖିବା ସ୍ଥାନରେ କଳାରଙ୍ଗର ପଥର ରଖିଛନ୍ତି ତେବେ ସେଠାରେ ଚୁଳାତଳେ କୌଣସି ହାଲୁକା ରଙ୍ଗର ଜିନିଷ ରଖିଦିଅନ୍ତୁ । ଏହାଦ୍ୱାରା କଳାରଙ୍ଗର ଦୁଃଷ୍ପ୍ରଭାବ କମ ହୋଇଥାଏ ।
ଖରାପ ନଜରରୁ ବଂଚିବା ପାଇଁ ଲୋକମାନେ କଳାରଙ୍ଗର ପ୍ରୟୋଗ କରିଥାନ୍ତି । କଳାରଙ୍ଗ ନିଜ ଭିତରେ ଉର୍ଜାକୁ ଅବଶୋଷିତ କରିଥାଏ । ଏଥିପାଇଁ ଘରର ବାହାରେ କଳାରଙ୍ଗର ପ୍ରୟୋଗ କରିବା ଠିକ ରହିଥାଏ, ଯାହାଦ୍ୱାରା ଆପଣଙ୍କ ଘରେ ନକାରାତ୍ମକ ଉର୍ଜା ପ୍ରବେଶ କରିପାରେ ନାହିଁ । କବାଟରେ କଳାରଙ୍ଗର ସୂତା ବନ୍ଧାଯାଇପାରିବ ।
Comments are closed.