ଖରାଦିନେ ସ୍କିନକୁ ସତେଜ ରଖିବା ପାଇଁ ବରଫକୁ ଏହି ଉପାୟରେ କରନ୍ତୁ ବ୍ୟବହାର

Share It

ବର୍ତମାନ ସମୟରେ ସ୍କିନ ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି । ଏଥିପାଇଁ ବଜାରରେ ନାନା ପ୍ରକାରର ପ୍ରଡକ୍ଟ ଉପଲବ୍ଧ ରହିଛି । କିନ୍ତୁ ଏଗୁଡ଼ିକରେ ଥିବା କେମିକାଲ୍ସ ଯୋଗୁଁ ଏଗୁଡ଼ିକର ବ୍ୟବହାର ସ୍କିନ ପାଇଁ କ୍ଷତିକାରକ ହୋଇଥାଏ । କିନ୍ତୁ ପ୍ରାକୃତିକ ତଥା ଘରୋଇ ଉପଚାରଦ୍ୱାରା ଇନଫେକସନ୍ ଡର ନରହିବା ସହିତ ମୁହଁରେ ପ୍ରାକୃତିକ ଗ୍ଲୋ ଆସିଥାଏ ଏବଂ ଆପଣଙ୍କ ଟଙ୍କା ମଧ୍ୟ କମ୍ ଖର୍ଚ୍ଚ ହୋଇଥାଏ । ବର୍ତ୍ତମାନ ଧୀରେ ଧୀରେ ଗ୍ରୀଷ୍ମ ବଢିବାରେ ଲାଗିଛି, ତେଣୁ ଏଥିଲାଗି ମୁହଁର ଯତ୍ନ ନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଗ୍ରୀଷ୍ମ ଋତୁରେ ମୁହଁ ଅଏଲି ହେବା, ପିମ୍ପଲ୍ ବାହାରିବା, ରେଡନେସ୍ ହେବା ଏବଂ ଟ୍ୟାନ୍ ହେବାଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ । ତେଣୁ ଗ୍ରୀଷ୍ମ ଋତୁରେ ସ୍କିନ୍ ଆଇସିଂ କରିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ମୁହଁରୁ ଅନ୍ୟ ସମସ୍ୟା ଦୂର କରିବାକୁ ଚାହୁଁଥାନ୍ତି , ତେବେ ଚାଲନ୍ତୁ ଜାଣିବା ଆଇସିଂ କରିବାର ବିଭିନ୍ନ ଉପାୟ…

୧. ହଳଦୀ ଆଇସିଂ

ହଳଦୀ ଆଇସିଂ କରିବା ପାଇଁ, ହଳଦୀ ପାଉଡରକୁ ପାଣିରେ ଭଲ ଭାବରେ ମିଶାଇ ସେହି ପାଣିକୁ ଆଇସ୍ ଟ୍ୟୁବ୍ ରେ ପୁରାଇ ଫ୍ରିଜ୍ ରେ ରଖନ୍ତୁ । ଆଇସ୍ ହୋଇଗଲା ପରେ ମୁହଁରେ ଭଲ ଭାବରେ ଆଇସିଂ କରନ୍ତୁ । ଏହାଦ୍ୱାରା ପିମ୍ପଲ୍ ସମସ୍ୟା ଏବଂ ଦାଗ ଦୂର ହୋଇଥାଏ ।

୨. କାକୁଡି ଆଇସିଂ

ଗ୍ରୀଷ୍ମ ଋତୁରେ କାକୁଡି ଖାଇବା ଏବଂ ମୁହଁରେ ଲଗାଇବା ମଧ୍ୟ ଆବଶ୍ୟକ । ଯଦି ଆପଣଙ୍କ ଚେହେରା ଡଲ୍ ଦେଖାଯାଉଛି ତେବେ ଆପଣ କାକୁଡି ଆଇସିଂ କରିବା ଉଚିତ୍ । ଏଥିପାଇଁ ଆପଣ କାକୁଡିକୁ କାଟି ଗ୍ରାଇଣ୍ଡ୍ କରନ୍ତୁ ଏବଂ ସେଥିରେ କିଛି ଲେମ୍ବୁ ରସ ମିଶାଇ ଫ୍ରିଜ୍ ରେ ରଖନ୍ତୁ । ଆଇସ୍ ହେବାପରେ ଏହାକୁ ମୁହଁରେ ଲଗାନ୍ତୁ । ଏହାଦ୍ୱାରା ସନ୍ ବର୍ଣ୍ଣର ସମସ୍ୟା ଦୂର ହୋଇଥାଏ ।

୩. ଗ୍ରୀନ୍ ଟି ଆଇସିଂ

ମୁହଁରେ ଗ୍ରୀନ୍ ଟି ଲଗାଇବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଏଥିପାଇଁ ଏକ ଗ୍ରୀନ୍ ଟି ପ୍ୟାକେଟ୍ ନିଅନ୍ତୁ, ଏହାକୁ ପାଣିରେ ମିଶାଇ ଫ୍ରିଜରେ ରଖନ୍ତୁ । ଦିନକୁ ୨ଥର ଏହି ଆଇସିଂ କରନ୍ତୁ । ଏହା ଆପଣଙ୍କ ସ୍କିନକୁ ହେଲଦି ରଖିବା ସହିତ ଗ୍ଲୋଇଙ୍ଗ୍ ମଧ୍ୟ କରିଥାଏ ।

୪. କଫି ଆଇସିଂ

ଯଦି ଆପଣଙ୍କ ମୁହଁରେ ଲାଇନ୍ସ ଆସିଯାଇଥାଏ, ତେବେ ଆପଣ କଫି ଆଇସିଂ କରନ୍ତୁ । ଏଥିପାଇଁ ପ୍ରଥମେ କଫି ପାଉଡର ନେଇ ଏହାକୁ ପାଣିରେ ମିଶାନ୍ତୁ ଏବଂ ଆଇସ୍ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ।

୫. ଆଲୋଭେରା ଆଇସିଂ

ଗ୍ରୀଷ୍ମ ଋତୁରେ ସ୍କିନ୍ ପାଇଁ ଆଲୋଭେରା ନିହାତି ଆବଶ୍ୟକ । ଆପଣ ଆଲୋଭେରା ଜେଲ୍ ସହିତ ଘରେ ଆଇସିଂ ପ୍ରସ୍ତୁତ କରିପାରିବେ । ଏଥିଲାଗି ଆପଣ ଆଲୋ ଭେରାରୁ ଜେଲ୍ ବାହାର କରି ଏହାକୁ ଗ୍ରାଇଣ୍ଡ୍ କରନ୍ତୁ । ପାଣି ସହିତ ମିଶାଇ ଫ୍ରିଜରେ ରଖି ବରଫ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ।

ଆଇସିଂ କରିବା ସମୟରେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ :

୧. ଶୀଘ୍ର ଚମକ ପାଇବା ଆଶାରେ ଅଧିକ ଥର ଆଇସିଂ କରନ୍ତୁ ନାହିଁ
୨. ଆଇସିଂ କରିବା ପୂର୍ବରୁ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ ।
୩. ମେକଅପ୍ ଛଡାଇ ନିଅନ୍ତୁ ।
୪. ପ୍ରାୟ ୧୦ ରୁ ୧୫ ମିନିଟ୍ ପାଇଁ ଆଇସିଙ୍ଗ୍ କରନ୍ତୁ।
୫. ଯେଉଁଠାରେ ପିମ୍ପଲ୍ ଅଛି, ବରଫକୁ ଆରାମରେ ଘଷନ୍ତୁ ।


Share It

Comments are closed.