କେଶରେ ମେଥିକୁ ଏଭଳି ଉପାୟରେ କରନ୍ତୁ ବ୍ୟବହାର: ପାଇବେ ଚମତ୍କାରୀ ଲାଭ
ମେଥି ଦାନାରେ ଭରପୁର ଔଷଧୀୟ ଗୁଣ ରହିଛି। ଏହା ସ୍ୱାସ୍ଥ୍ୟ ସହ କେଶ ପାଇଁ ଖୁବ୍ ଲାଭଦାୟକ। ଏହାର ବ୍ୟବହାର ଦ୍ୱାରା ଆପଣଙ୍କ କେଶ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ଏଥିରେ ଆଇରନ, ପ୍ରୋଟିନ୍ ଓ ଅନ୍ୟ ଭିଟାମିନ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଏହା କେଶକୁ ମଜଭୂତ କରିଥାଏ। ଜାଣନ୍ତୁ ମେଥିର କିଭଳି କରିବେ ବ୍ୟବହାର..
ପ୍ରଥମେ ମେଥି ଦାନାକୁ ରାତି ସାରା ବତୁରାଇ ରଖନ୍ତୁ। ପରଦିନ ଏହାକୁ ଭଲ ଭାବେ ପେଷି ଦିଅନ୍ତୁ। ବର୍ତ୍ତମାନ ଏଥିରେ ନଡିଆ ରସ ଓ ଲେମ୍ବୁ ରସ ମିଶାନ୍ତୁ। ଏହାକୁ କେଶ ମୂଳରେ ଲଗାଇ ୩୦ ମିନିଟ୍ ରଖି କେଶକୁ ଧୋଇ ଦିଅନ୍ତୁ।
୨ୟ ଉପାୟରେ ମେଥି ଦାନାକୁ ରାତିସାରା ବତୁରାଇ ରଖନ୍ତୁ। ଏହାକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ୧ ଚାମଚ ନଡିଆ ତେଲ ମିଶାଇ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାପରେ ଏହାକୁ କେଶରେ ଲଗାଇ ୨୦ ରୁ ୩୦ ମିନିଟ୍ ରଖି ଧୋଇ ଦିଅନ୍ତୁ।
୩ୟ ଉପାୟ- ମେଥିକୁ ରାତି ସାରା ପାଣିରେ ବତୁରାଇ ସକାଳେ ପେଷି ଦିଅନ୍ତୁ। ଏବେ ଏଥିରେ ମହୁ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ କେଶ ମୂଳରେ ଲଗାନ୍ତୁ। ଏହା ଶୁଖିଯିବା ପରେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହକୁ ୨ ଥର ମଧ୍ୟ ବ୍ୟବହାର କରିପାରିବେ।
୪ର୍ଥ ଉପାୟ – ମେଥି ଦାନାକୁ ରାତିସାରା ପାଣିରେ ବତୁରାଇ ରଖି ସକାଳେ ପେଷି ଦିଅନ୍ତୁ। ଏଥିରେ ଦହି ମିଶାନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ ୩୦ ମିନିଟ ରଖିବା ପରେ ଧୋଇ ଦିଅନ୍ତୁ। ଏହାକୁ ମଧ୍ୟ ସପ୍ତାହକୁ ଥରେ କିମ୍ବା ୨ ଥର ବ୍ୟବହାର କରିପାରିବେ।
Comments are closed.