ଆମେରିକାରେ ପ୍ଲାଜମା ଥେରାପିକୁ ମିଳିଲା ଅନୁମତି


ଗୁରୁତର କରୋନା ରୋଗୀଙ୍କ ନିମନ୍ତେ ସଞ୍ଜୀବନୀ ସାବ୍ୟସ୍ତ ହୋଇଥିବା ପ୍ଲାଜମା ଥେରାପିକୁ ଶେଷରେ ଆମେରିକାରେ ଅନୁମତି ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି ।

ପ୍ଲାଜମା ଥେରାପି ଦ୍ୱାରା ଅନେକ ରୋଗୀଙ୍କ ଜୀବନ ବଞ୍ଚିପାରିବ ବୋଲି ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି। କିଛିଦିନ ତଳେ ହ୍ୱାଇଟ ହାଉସର ବରିଷ୍ଠ ଅଧିକାରୀମାନେ ଅଭିଯୋଗ କରିଥିଲେ ଯେ, ଆମେରିକା ପ୍ରଶାସନ ରାଜନୈତିକ ସ୍ୱାର୍ଥ କାରଣରୁ କରୋନା ନିମନ୍ତେ ଆବଶ୍ୟକୀୟ ବିଭିନ୍ନ ଚିକିତ୍ସାକୁ ଅନୁମତି ଦେଉନାହିଁ । ଅଧିକାରୀମାନଙ୍କ ଏଭଳି ଅଭିଯୋଗ ପରେ ଟ୍ରମ୍ପ ଆମେରିକାରେ ପ୍ଲାଜମା ଥେରାପି ଲାଗି ଅନୁମତି ଦେଇଥିବା ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଭାରତରେ ପ୍ଲାଜମା ଥେରାପି ଚିକିତ୍ସା ଦ୍ୱାରା ଅନେକ ସଂଖ୍ୟାରେ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। କିନ୍ତୁ ଏହି ଥେରାପିକୁ ଆମେରିକାରେ ଅନୁମତି ମିଳି ନ ଥିବାରୁ ସେଠାରେ ରୋଗୀମାନଙ୍କ ଉପରେ ଏହାର ପ୍ରୟୋଗ କରାଯାଇ ପାରୁନଥିଲା ।


Share It

Comments are closed.