ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦,୯୭୫ ନୂତନ ପଜିଟିଭ ମାମଲା ଚିହ୍ନଟ, ୭୫ ପ୍ରତିଶତରୁ ଅଧିକ ରହିଛି ରୋଗୀ ସୁସ୍ଥ ହାର


ଭାରତରେ କୋଭିଡ -୧୮ ମାମଲା ୩୧ ଲକ୍ଷ ଅତିକ୍ରମ କରିଛି। ମଙ୍ଗଳବାର ଦିନ ଦେଶରେ ୬୦,୯୭୫ ଟି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତୁ । କିନ୍ତୁ ଭଲ କଥା ହେଉଛି ସଂକ୍ରମଣରୁ ସୁସ୍ଥ ହୋଇଥିବୀ ଲୋକଙ୍କ ସଂଖ୍ୟା ୨.୪ ମିଲିୟନ ଅତିକ୍ରମ କରିଛି ଏବଂ ପରୀକ୍ଷଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

ମଙ୍ଗଳବାର ସକାଳେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୮୪୭ଜଣଙ୍କର ମୃତ୍ୟୁ ହେବା ଦ୍ବାରା ମୃତ୍ୟୁ ସଂଖ୍ୟା ୫୮,୪୯୦ କୁ ବୃଦ୍ଧି ପାଇଛି। ଦେଶରେ ମୋଟ ସଂକ୍ରମଣ ମାମଲା ୩୧,୬୭,୩୨୪ କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୭,୦୪,୩୪୮ ଲୋକ ଚିକିତ୍ସିତ ହେଉଛନ୍ତି ଏବଂ ୩୪,୦୪,୫୮୫ ଲୋକ ଚିକିତ୍ସା ପରେ ଏହି ରୋଗରୁ ସୁସ୍ଥ ହୋଇଥନ୍ତି ।

ତଥ୍ୟ ଅନୁଯାୟୀ ରୋଗୀଙ୍କ ସୁସ୍ଥ ହାର ୭୫.୯୨ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୮୪ ପ୍ରତିଶତକୁ ଖସି ଆସିଛି। ଏଥିସହ ୨୨.୨୪ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଛନ୍ତି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଅଗଷ୍ଟ ୨୪ ପର୍ଯ୍ୟନ୍ତ ସାରା ଦେଶରେ ମୋଟ ୩,୬୭,୨୭,୫୨୯ ନମୁନା ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ ସୋମବାର ଦିନ କେବଳ ୮,୨୫,୩୮୩ ନମୁନା ପରୀକ୍ଷା କରାଯାଇଛି।


Share It

Comments are closed.