କରୋନା ଯୋଗୁଁ ସ୍ଥଗିତ ହେଲା UPSC ସିଭିଲ ସର୍ଭିସ ପ୍ରାଥମିକ ପରୀକ୍ଷା, ବର୍ତ୍ତମାନ ଏହି ଦିନ ହେବ ପରୀକ୍ଷା

Share It

ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) ସିଭିଲ ସର୍ଭିସ ପ୍ରାରମ୍ଭିକ ପରୀକ୍ଷା ୨୦୨୧ କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ୟୁପିଏସସି ଏହାର ଅଫିସିଆଲ ୱେବସାଇଟରେ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ସେହି ଅନୁଯାୟୀ, ୨୭ ଜୁନ୍ ପ୍ରସ୍ତାବିତ ଏହି ସିଭିଲ ସର୍ଭିସେସ୍ ପ୍ରାରମ୍ଭିକ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବର୍ତ୍ତମାନ ଏହି ପରୀକ୍ଷା ୧୦ ଅକ୍ଟୋବର ୨୦୨୧ ରେ ଅନୁଷ୍ଠିତ ହେବ |


ପ୍ରକାଶଥାଉ ଯେ ପ୍ରତିବର୍ଷ ସିଭିଲ୍ ସର୍ଭିସେସ୍ ପରୀକ୍ଷା UPSC ଦ୍ବାରୀ ତିନୋଟି ପର୍ଯ୍ୟାୟରେ ହୋଇଥାଏ – ପ୍ରାରମ୍ଭିକ, ମୁଖ୍ୟ ଏବଂ ସାକ୍ଷାତକାର | ଏହି ପରୀକ୍ଷା ମାଧ୍ୟମରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବୈଦେଶିକ ସେବା (ଆଇଏଫଏସ୍) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍) ର ଅଧିକାରୀ ଚୟନ କରାଯାଇଥାଏ ।

ଗତ ବର୍ଷ ମଧ୍ୟ ଅକ୍ଟୋବର ମାସରେ ଆୟୋଜିତ ହୋଇଥିଲା

ଗତ ବର୍ଷ, ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୦ ମେ ୩୧ ରେ ୟୁପିଏସସି ଦ୍ୱାରା ଆୟୋଜନ କରାଯିବାର ଥିଲା । କିନ୍ତୁ କରୋନା ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଶେଷରେ, ୟୁପିଏସସି ୪ ଅକ୍ଟୋବରରେ ସାରା ଦେଶରେ ପରୀକ୍ଷା କରିଥିଲା।


Share It

Comments are closed.