ଚନ୍ଦ୍ରରେ ଦୁଇଟି ଅଜଣା ବସ୍ତୁ ଉଡ଼ୁଥିବାର ଦୃଶ୍ୟ, ଏହା କଣ ଏଲିୟନ?-ଦେଖନ୍ତୁ ଭିଡିଓ
ମନୁଷ୍ୟର ଚନ୍ଦ୍ରରେ ପହଞ୍ଚିବା କଥା ପୁରୁଣା। କିନ୍ତୁ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ କଣ ଚନ୍ଦ୍ରରେ ଏବେ ମଧ୍ୟ ଏଲିଏନ୍ ଅଛନ୍ତି। ସମଗ୍ର ବିଶ୍ୱରେ ବୈଜ୍ଞାନିକମାନଙ୍କ ପାଖରେ ଏହି ବିଷୟରେ ଅନେକ ଥିଓରି ରହିଛି କିନ୍ତୁ ଏଯାବତ ଏହାର କୌଣସି ସ୍ପଷ୍ଟିକରଣ ମିଳିପାରିନାହିଁ | କିନ୍ତୁ ଟ୍ୱିଟରରେ ଏକ ଭିଡିଓ ଭାଇରାଲ ହେବା ପରେ ଏଭଳି ପ୍ରତିତ ହେଉଛି ଯେ ଏଲିଏନ୍ସ ଚନ୍ଦ୍ରରେ ଅଛନ୍ତି ….
ଏହି ଭିଡିଓ ଟୁଇଟରରେ ଫିଜିକ୍ସ-ଆଷ୍ଟ୍ରୋନୋମି @Physicastrono9 ନାମକ ଏକ ଟୁଇଟର ହ୍ୟାଣ୍ଡେଲର୍ ଦ୍ୱାରା ପୋଷ୍ଟ କରାଯାଇଛି | କୁହାଯାଇଛି ଯେ ଚନ୍ଦ୍ରର ଏହି ୫୯ ସେକେଣ୍ଡର ଭିଡିଓକୁ କ୍ୟୁବିକ ସହରର ଜଣେ ଉତ୍ସାହୀ ବିଜ୍ଞାନ ଫଟୋଗ୍ରାଫରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏପର୍ଯ୍ୟନ୍ତ ୪୫୦୦ ରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି। ଏହି ଭିଡିଓଟିରେ ଚନ୍ଦ୍ରର ଉତ୍ତର-ପୂର୍ବରୁ ଦୁଇଟି ଅଜ୍ଞାତ ବସ୍ତୁ ବାହାରୁଥିବାର ଦେଖିବାକୁ ମିଳୁଛି ।
ଯେତେବେଳେ ସେମାନେ ଆଲୋକରୁ ବାହାରି ଅନ୍ଧକାର ଆଡକୁ ଆସନ୍ତି, ସେତେବେଳେ ସେମାନଙ୍କ ମଧ୍ୟରୁ ଗୋଟିଏର ଛାଇ ଭୂପୃଷ୍ଠରେ ପଡ଼ିଥିବାର ଦେଖାଯାଏ | ଯେତେବେଳେ କି, ଅନ୍ୟଟିର ଛାଇ ଦେଖାଯାଉନାହିଁ । ତା’ପରେ ଯେତେବେଳେ ଏହି ଦୁଇଟି ଅଜ୍ଞାତ ବସ୍ତୁ ଅନ୍ଧକାର ଆଡକୁ ଆସେ, ସେତେବେଳେ ସେଗୁଡ଼ିକ ଉଜ୍ଜ୍ୱଳ ଧଳା ଦେଖାଯାଏ |
🌒 ( amateur footage, Quebec 26/03/20 ) pic.twitter.com/Fi5Aoyxo1Z
— Physics-astronomy (@Physicsastrono9) August 3, 2020
କେବଳ ଏତିକି ନୁହେଁ, ଏହିପରି ତିନୋଟି ଉଡ଼ନ୍ତା ବସ୍ତୁ ସେମାନଙ୍କ ପଛରୁ ଆସୁଥିବା ଦେଖାଯାଉଛି | କିନ୍ତୁ କେବଳ ଦୁଇଟି ଜିନିଷ ହିଁ ଦେଖିବାକୁ ମିଳୁଛି | କିନ୍ତୁ ଯେତେ ଶୀଘ୍ର ଏହି ଅଜ୍ଞାତ ଜିନିଷ ଅନ୍ଧକାର ଆଡକୁ ଆସେ, ସେତେବେଳେ ଜଣାପଡେ ଯେ ଏଗୁଡ଼ିକ ତିନୋଟି | ଏହା ପରେ, ତିନିଟିଯାକ ବସ୍ତୁ ଅନ୍ଧାରରେ ଅଦୃଶ୍ୟ ହୋଇଯାଆନ୍ତି |
Comments are closed.