ପୁରୀ ଠାରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦଶମ ପରାମର୍ଶଦାତା କମିଟି ବୈଠକ

• କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ


ଆସନ୍ତାକାଲି(ଶନିବାର) ପୁରୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ‘ଦଶମ ପରାମର୍ଶଦାତା କମିଟି’ ବୈଠକ ଅନୁଷ୍ଠିତ ହେବ ।
ଏହି ବୈଠକରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ଡ. ରାଜୀବ ଚନ୍ଦ୍ରଶେଖରଙ୍କ ସମେତ ଦେଶର ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ର ସହ ଜଡ଼ିତ ବିଷୟରେ ବିଚାରବିମର୍ଷ କରାଯିବ ।


Share It

Comments are closed.