କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କରୋନାରେ ଆକ୍ରାନ୍ତ
କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। କେନ୍ଦ୍ର ମନ୍ତ୍ରୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ବିଷୟରେ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଗତକାଲି ରାତିରେ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି, ମଙ୍ଗଳବାର ଦିନ ଯେଉଁମାନେ ମୋତେ ଭେଟିଥିଲେ ସେମାନେ ସତର୍କ ହେବା ଉଚିତ୍। ସୂଚନାଯୋଗ୍ୟ, ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରୀ କରୋନା ସଂକ୍ରମିତ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ରାମ ମେଘୱାଲ, ଗଜେନ୍ଦ୍ର ସିଂହ ଶେଖାୱାତ କରୋନା ସଂକ୍ରମିତ ହୋଇଥିଲେ। ଯଦିଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ରୋଗରୁ ଆରୋଗ୍ୟ ହୋଇଛନ୍ତି ତେବେ ଅନ୍ୟାନ୍ୟ ଅସୁସ୍ଥତା କାରଣରୁ ପରେ ତାଙ୍କର ଚିକିତ୍ସା ଚାଲିଛି।
Comments are closed.