କରୋନା ମଧ୍ୟରେ କରୁଣ ଦୃଶ୍ୟ : ଭିଟାମାଟିରେ ପହଂଚିବା ପାଇଁ ବଳଦ ସହ ଜୋତି ହୋଇ ଜଣେ ବ୍ୟକ୍ତି ଗାଡ଼ି ଟାଣୁଥିବାର ଭିଡିଓ ଭାଇରାଲ

Share It

କରୋନା ଭାଇରସ କାରଣରୁ ଚାଳିଥିବା ଦେଶବ୍ୟାପି ଲକଡାଉନ ମଧ୍ୟରେ ଅନେକ ହୃଦୟ ବିଦାରକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି । ଠିକ ସେହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ମନ ଓ ମସ୍ତିଷ୍କ ଦୋହଲିଯିବ ।
ସୋସିଆଲ ମିଡିଆ ଦାବି ଅନୁଯାୟୀ ଏହି ଭିଡିଓ ଇନ୍ଦୋର ଜିଲ୍ଲା ରୁ ହୋଇ ଗୁଜୁରାତର ରାଷ୍ଟ୍ରିୟ ମାର୍ଗ ନମ୍ବର-୩(ଆଗ୍ରା-ମୁମ୍ବଇ ରାଜମାର୍ଗ)ର ବୋଲି କୁହାଯାଇଛି । ଏହି ଭିଡିଓରେ ରାଜମାର୍ଗରେ ଏକ ବଳଦଗାଡ଼ି ମନ୍ଥର ଗତିରେ ଚାଲୁଛି ଯେଉଁଥିରେ ଗୋଟିଏ ବଳଦ ଓ ଜଣେ ବ୍ୟକ୍ତି ଏକାସାଙ୍ଗରେ ଜୋତି ହୋଇଥିବା ନଜର ଆସୁଛନ୍ତି ।
ଘରକରଣାର କିଛି ସାମଗ୍ରୀରେ ଲଦା ହୋଇଥିବା ଏକ ବଳଦଗାଡ଼ିରେ ଜଣେ ମହିଳା ଓ ଜଣେ ଯୁବକ ବସିଥିବାର ଦେଖିବାକୁ ମିଳୁଛି । ବଳଦ ସହିତ ଗାଡ଼ିକୁ ଟାଣୁଥିବା ବ୍ୟକ୍ତିଜଣକ ଭିଡିଓରେ ନିଜ ନାମ ରାହୁଲ ବୋଲି କହୁଛନ୍ତି ଏବଂ ତାଙ୍କର ବୟସ ୪୦ ବର୍ଷ ପାଖାପାଖି ହୋଇଥିବା ଜଣାପଡ଼ୁଛି ।
ଏହି ଭିଡିଓରେ ବ୍ୟକ୍ତିଜଣକ କହୁଥିବା ଜଣାପଡ଼ୁଛି ଯେ(ଇନ୍ଦୋର ସହର ପାଖରେ ସ୍ଥିତ) ମୁଁ ପଥରମୁଣ୍ଡା ଗାଁର ବାସିନ୍ଦା । ଗ।।ଡ଼ିରେ ମୋର ଭାଉଜ ଏବଂ ମୋର ଛୋଟ ଭାଇ ବସିଛନ୍ତି । ଆମେ ଦେହାତୋଁ ଗାଁ ଅଭିମୁଖେ ଯାଉଅଛୁ । ଆମ ପରିବାର ବହୁତ ଗରିବ । ରାହୁଲ କହିଛନ୍ତି ଯେ ମୋ ପରିବାର ଗାଁ ଗାଁ ବୁଲି ବଳଦ କିଣା ବିକା କରିଥାଉ । ଆମେ କଣ କରିବୁ?ମୋ ପାଖରେ ଦୁଇଟି ବଳଦ ଥିଲା । କିନ୍ତୁ ମୋ ଘରେ ଅଟା ଅନ୍ୟ ରୋଷେଇ ସାମଗ୍ରୀ ଶେଷ ହୋଇଗଲା । ଏହି କାରଣରୁ ମୁଁ ୧୫,୦୦୦ ଟଙ୍କା ମୂଲ୍ୟର ଗୋଟିଏ ବଳଦକୁ ମାତ୍ର ୫,୦୦୦ଟଙ୍କାରେ ୧୫ ଦିନ ଆଗରୁ ବିକିଦେଇଛି, ଯାହାଦ୍ୱାରା ମୁଁ ମୋର ଘର ଖର୍ଚ ଚଳାଇପାରିବି ।


ଏହା ମଧ୍ୟରେ ପ୍ରଶାସନ ଏହି ଭାଇରାଲ ଭିଡିଓର ତଦନ୍ତ କରିଛନ୍ତି । ଅନୁବିଭାଗୀୟ ମାଜିଷ୍ଟ୍ରେଟ(ଏସଡିଏମ) ପ୍ରତୂଲ ସିହ୍ନା ବୁଧବାରଦିନ ଜଣାଇଛନ୍ତି ଯେ ମୁଁ ମହୁର ଜନପଦ ପଂଚାୟତର ମୁଖ୍ୟ କାର୍ଯ୍ୟକର୍ତା ଅଧିକାରୀଙ୍କୁ (ସିଇଓ)ଘଟଣାର ସମ୍ପୂର୍ଣ୍ଣ ସତ୍ୟତା ଖୋଜିବାହାର କରିବାର ନିର୍ଦ୍ଦେଶ ଦିଆଯାଇଛି । ସିହ୍ନା କହିଛନ୍ତି ଯେ ଭିଡିଓରେ ବଳଦଗାଡ଼ି ସହ ଜୋତି ହୋଇଥିବା ବ୍ୟକ୍ତିଙ୍କର ସନ୍ଧାନ କରାଯାଉଛି ଏବଂ ସମ୍ବନ୍ଧିତ ସରକାରୀ ଯୋଜନା ଅନୁଯାୟୀ ତାଙ୍କ ପରିବାରକୁ ପ୍ରତ୍ୟେକ ସମ୍ଭବ ସାହାଯ୍ୟ ଯୋଗାଇଦିଆଯିବ ।


Share It

Comments are closed.