ଚୀନ ବିରୁଦ୍ଧରେ କାର୍ଟୁନ କରିବା ଉପରେ ଟ୍ୱିଟରର ଆପତି, ବ୍ଲକ କଲା ଅମୂଲର ଆକାଉଂଟ
ଅମୂଲ ଇଣ୍ଡିଆର ଯେତିକି ଚର୍ଚ୍ଚା ତାର ପ୍ରଡକ୍ଟକୁ ନେଇ ହୋଇଥାଏ ତାହାଠାରୁ ଅଧିକ ଚର୍ଚ୍ଚା ତାର କାର୍ଟୁନକୁ ନେଇ ହୋଇଥାଏ । ଅମୂଲ ଇଣ୍ଡିଆ ଦେଶ-ଦୁନିଆର ପ୍ରସଙ୍ଗଗୁଡ଼ିକ ଉପରେ କାର୍ଟୁନ ପ୍ରସ୍ତୁତ କରିଥାଏ । ଏବେ ଏକ କାର୍ଟୁନକୁ ନେଇ ଅମୂଲର ଟ୍ୱିଟର ଆକାଉଂଟକୁ ବ୍ଲକ କରିଦିଆଯାଇଥିଲା, ଏମିତିରେ କିଛି ସମୟ ପରେ ପୁଣି ଏହାର ଆକାଉଂଟକୁ ଓପନ କରିଦିଆଯାଇଥିଲା ।
#Amul Topical: About the boycott of Chinese products… pic.twitter.com/ZITa0tOb1h
— Amul.coop (@Amul_Coop) June 3, 2020
ଜଣାଇଦେଉଛୁ ଯେ ଅମୂଲ ଇଣ୍ଡିଆ ଚୀନ ବିରୁଦ୍ଧରେ ଲଗାତର ଅଭିଯାନ ଜାରି ରଖିଥିଲା ଯାହାପରେ ଏକ କାର୍ଟୁନକୁ ନେଇ ଟ୍ୱିଟର ଏହାର ଆକାଉଂଟକୁ ବ୍ଲକ କରିଦେଇଥିଲା । ଏଠାରେ ଧ୍ୟାନ ଦେବାର କଥା ହେଉଛି ଯେ ଆକାଉଂଟ ବ୍ଲକ କରିବା ପୂର୍ବରୁ ଟ୍ୱିଟର ପକ୍ଷରୁ ଅମୂଲକୁ କୌଣସି ସୂଚନା ଦିଆଯାଇନଥିଲା । ଆକାଉଂଟ ବ୍ଲକ କରିବା ପରେ ଟ୍ୱିଟର ଉପରେ ହଙ୍ଗାମା ସୃଷ୍ଟିହୋଇଗଲା ଏବଂ #ଅମୂଲ ଟ୍ରେଣ୍ଡ କରିବାରେ ଲାଗିଲା ।
#BowDownChina
Wtf is this @jack @TwitterIndia ,@Twitter
Just became amul supported made in India?? pic.twitter.com/87beZwViQS— 🇮🇳🇮🇳Hindu Sanatan Aditya🇮🇳🇮🇳 (@Aditya79654415) June 5, 2020
ଅମୂଲ ନୀକଟରେ କ୍ରିଏଟିଭ କ୍ୟାମ୍ପେନ ‘ଏକ୍ସିଟ ଦ ଡ୍ରାଗନ’ ଚଳାଇଥିଲା ଯାହାକି ଭାରତରେ ଚାଇନିଜ ଉତ୍ପାଦଗୁଡ଼ିକର ପରିତ୍ୟାଗକୁ ନେଇ ଥିଲା । ନୂଆ କାର୍ଟୁନରେ ରେଡ ଏବଂ ହ୍ୱାଇଟ ଡ୍ରେସ ପିନ୍ଧିଥିବା ଅମୂଲ ଗର୍ଲ ଦେଶକୁ ଡ୍ରାଗନରୁ ବଂଚାଉଥିବାର ଦେଖାଯାଇଥିଲା । ଯାହାପରେ ଟ୍ୱିଟର ଅମୂଲର ଆକାଉଂଟକୁ ବ୍ଲକ କରିଦେଇଥିଲା । ଏମିତିରେ ଟ୍ୱିଟର ଏପର୍ଯ୍ୟନ୍ତ ଆକାଉଂଟ ବ୍ଲକ କରିବାର କାରଣ ସ୍ପଷ୍ଟ କରିନାହିଁ ।
Comments are closed.