ଆମେରିକାରେ କରୋନା ମୃତକଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରିୟ ଧ୍ୱଜାକୁ ଅର୍ଦ୍ଧନମିତ କରିବାର ଆଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ସମଗ୍ର ଦୁନିଆ ଏହି ଭୟଙ୍କର କରୋନା ଭାଇରସ ମହାମାରୀ ସହ ନିଜ ଲଢ଼େଇରେ ଲାଗି ରହିଛନ୍ତି । ଏହି ଭାଇରସରେ ସମଗ୍ର ପୃଥିବୀରେ ବର୍ତମାନ ମୃତକଙ୍କ ସଂଖ୍ୟା ୩,୩୪,୦୦୦ରୁ ଉର୍ଦ୍ଧ୍ୱରେ ପହଂଚିଛି ଏବଂ ଏବେ ସୁଦ୍ଧା ପାଖାପାଖି ୫୨ଲକ୍ଷ ଲୋକ ଏଇ ଭାଇରସରେ ଆକ୍ରାନ୍ତ ହୋଇସାରିଲେଣି । କିନ୍ତୁ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆମେରିକା, ଯେଉଁଠାରେ ମୃତକଙ୍କ ସଂଖ୍ୟା ୯୬,୦୦୦ ଅତିକ୍ରମ କରିସାରିଛି ଏବଂ ପାଖାପାଖି ୧୬ ଲକ୍ଷ ୨୦ ହଜାର ଲୋକ ଆକ୍ରାନ୍ତ ହୋଇସାରିଛନ୍ତି ।
ଯେହେତୁ ଦେଶରେ ବର୍ତମାନ କରୋନା ମୃତକଙ୍କ ସଂଖ୍ୟା ୧୦୦,୦୦୦ ପାଖାପାଖି ପହଂଚିଗଲାଣି ତେଣୁ ଏହି ମୃତକମାନଙ୍କ ଉଦ୍ଦେଶ୍ୟରେ ଶୋକ ଦିବସ ପାଳନ କରିବା ପାଇଁ ଡେମୋକ୍ରାଟିକ ନେତାମାନେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦେଶର ସମସ୍ତ ସର୍ବସାଧାରଣ ଅଟାଳିକାରେ ୟୁଏସ୍ ପତକାକୁ ଅର୍ଦ୍ଧନମିତ କରିବା ପାଇଁ ଅନୁରୋଧ କରିଛନ୍ତି । ହାଉସ୍ ସ୍ପିକର ନାନ୍ସି ପେଲୋସି ଏବଂ ସିନେଟ ମାଇନୋରିଟି ଶ୍ଚ୍ୟୁମର ଗୁରୁବାର ଦିନ ଏହା ବିଷୟରେ ଚିଠି ମାଧ୍ୟମରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜଣାଇଥିଲେ ।
ଏହି ଅନୁରୋଧକୁ ରକ୍ଷା କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ କରୋନା ଭାଇରସ ମହାମାରୀ କାରଣରୁ ଦେଶରେ ୯୬,୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଦ୍ଃୁଖରେ ଆମେରିକା ରାଷ୍ଟ୍ରିୟ ପତାକା ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଅର୍ଦ୍ଧନମିତ ରହିବ । ଟ୍ରମ୍ପ ଗୁରୁବାର ଦିନ ଟ୍ୱିଟ କରି କହିଛନ୍ତି ଯେ ମୁଁ କରୋନା ଭାଇରସ କାରଣରୁ ଜୀବନ ହରାଇସାରିଥିବା ଆମେରିକୀୟମାନଙ୍କ ସ୍ୱୁୃତିରେ ସମସ୍ତ ସଂଘୀୟ ଅଟାଳିକା ଏବଂ ରାଷ୍ଟ୍ରିୟ ସ୍ମାରକରେ ତିନି ଦିନ ପର୍ଯ୍ୟନ୍ତ ଧ୍ୱଜାକୁ ଅର୍ଦ୍ଧନମିତ କରି ରଖିବାର ଆଦେଶ ଦେଉଛି ।
ସ୍ମୃତି ଦିବସ ପାଳନ ଉଦ୍ଦେଶ୍ୟରେ ଏହି ପତାକା ସୋମବାର ଦିନ ଅର୍ଦ୍ଧନମିତ କରାଯିବ । ଏହା ସୂର୍ଯ୍ୟେଦୟଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଅର୍ଦ୍ଧନମିତ ରହିବ ଏବଂ ପରେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଶୀଘ୍ର ଉପରକୁ ଉଠାଇନିଆଯିବ ବୋଲି ଡିପାର୍ଟମେଂଟ ଅଫ ଭେଟରାନ୍ସ ଆଫେୟାରସ୍କ ପକ୍ଷରୁ ସୂଚନା ମିଳିଛି । ଏହି ପଦକ୍ଷେପ ଆନୁଷ୍ଠାନିକ ଭାବେ ୧୯୫୪ ମସିହାରେ ରାଷ୍ଟ୍ରପତି ଡ୍ୱାଇଟ ଆଇଜେନେହାୱାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିଲା ।
Comments are closed.