ଭାରତକୁ ଭେଂଟିଲେଟର ଦେବାର ଘୋଷଣା କଲେ ଟ୍ରମ୍ପ, କହିଲେ ଭାରତ ସହ ମିଶି ଏହି ମହାମାରୀକୁ ହରାଇବୁ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ-୧୯ ବିରୁଦ୍ଧରେ ଲଢ଼ିବାରେ ସାହାଯ୍ୟ କରିବା ପାଇଁ ଭାରତକୁ ଭେଂଟିଲେଟର ପଠାଇବାର ଘୋଷଣା କରିଛନ୍ତି । ଶନିବାର ଦିନ ଟ୍ରମ୍ପ ଟ୍ୱିଟ କରି କହିଛନ୍ତି ଯେ, “ମୋତେ ଏହା ଘୋଷଣା କରି ଗର୍ବ ଅନୁଭବ ହେଉଛି ଯେ ଆମେରିକା ଭାରତରେ ଆମର ବନ୍ଧୁଙ୍କୁ ଭେଂଟିଲେଟର ଦାନ କରିବ । ଆମେ ଏହି ମହାମାରୀ ସମୟରେ ଭାରତ ଏବଂ ପିଏମ ନରେନ୍ଦ୍ର ମୋଦୀଙ୍କ ସହ ଠିଆ ହୋଇଛୁ । ଆମେ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ମଧ୍ୟ ସହଯୋଗ କରୁଛୁ । ଆମେ ସାଥିହୋଇ ଏହି ଅଦୃଶ୍ୟ ଶତ୍ରୁ ସହ ଳଢ଼ିବୁ ।”
ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା ରେ କହିଛନ୍ତି ଯେ, “ଭାରତ ବହୁତ ମହାନ ଦେଶ ଅଟେ ଏବଂ ପ୍ରଧାନବନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ଜଣେ ଭଲ ମିତ୍ର ଅଟନ୍ତି ।” ରାଷ୍ଟ୍ରପତି ଟ୍ରମ୍ପ ନିଜ ବୟାନରେ ନୂଆ ଦିଲ୍ଲୀ, ଅହମ୍ମଦାବାଦ ଏବଂ ଆଗ୍ରା ଭ୍ରମଣର ଉଲ୍ଲେଖ କରିଛନ୍ତି । ଏମିତିରେ ଭାରତକୁ କେତେ ଭେଂଟିଲେଟର ପ୍ରଦାନ କରାଯିବ ସେ ବିଷୟରେ ହ୍ୱାଇଟ ହାଉସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
#WATCH "We are sending a lot of ventilators to India, I spoke to Prime Minister Modi. We are sending quite a few ventilators to India. We have a tremendous supply of ventilators" says US President Donald Trump. pic.twitter.com/pnvx3C1D3r
— ANI (@ANI) May 16, 2020
ଟ୍ରମ୍ପ ନିଜ ଟ୍ୱିଟରେ ଏହା ମଧ୍ୟ କହିଛନ୍ତି ଯେ ଭ୍ୟାକ୍ସିନ ବିକଶିତ କରିବାରେ ଉଭୟ ଦେଶ ଏକାଠି କାମ କରୁଛନ୍ତି । ତାଙ୍କର ଆଶା ରହିଛି ଯେ ଦୁଇଦେଶ ମିଶିକରି ଏହି ଅଦୃଶ୍ୟ ଶତ୍ରୁକୁ ହରାଇଦେବେ । ଟ୍ରମ୍ପ ଭାରତୀୟ-ଆମେରୀକିୟ ବୈଜ୍ଞାନିକ ଏବଂ ଗବେଷକମାନଙ୍କୁ ଏହି ମହାମାରୀ ପାଇଁ ଔଷଧ ବିକଶିତ କରିବାରେ ସେମାନଙ୍କର ପ୍ରୟାସର ପ୍ରଶଂସା ମଧ୍ୟ କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଆମେରିକା ମହାମାରୀ ସହ ଳଢ଼ିବା ପାଇଁ ଭାରତ ସହ ମିଶି କାମ କରୁଛି । ଏହା ପୂର୍ବରୁ ଭାରତ କୋଭିଡ-୧୯ ସହ ଳଢ଼ିବାରେ ସାହାଯ୍ୟ କରିବା ପାଇଁ ଆମେରିକାକୁ ହାଇଡ୍ରୋକ୍ଲାରୋକୁଇନ ଔଷଧ ପଠାଇଥିଲା ।
Comments are closed.