ଦେବୀ ପାର୍ବତୀ ଭଗବାନ ଶିବଙ୍କ ପତ୍ନୀ ଅଟନ୍ତି ଏବଂ ସେମାନଙ୍କ ର ସମ୍ପର୍କ ଅନେକ ଜୀବନ ପୁରାତନ । ପୁରାଣରେ ସେମାନଙ୍କ ବିବାହ କୁ ନେଇ ଅନେକ କାହାଣୀ ଦେଖିବାକୁ ମିଳେ । ଲୋକକଥା ଅନୁଯାୟୀ ଭଗବାନ ଶିବ ହିମାଳୟର ତ୍ରିୟୁଗିନାରାୟଣ ଅଞ୍ଚଳରେ ପାର୍ବତୀଙ୍କୁ ବିବାହ କରିଥିଲେ, ଯେଉଁଠାରେ ଲୋକମାନେ କୁହନ୍ତି ଯେ ଆଜି ବି ଏକ ଅନନ୍ତ ଜ୍ୟୋତି ଜଳୁଛି । ସେହି ଆଲୋକ କେବେ ବି ଲିଭେ ନାହିଁ । କୁହାଯାଏ ଯେ ଶିବ ଓ ପାର୍ବତୀଙ୍କ ବିବାହ ଏହି ଆଲୋକ ସମ୍ମୁଖରେ ହୋଇଥିଲା ।
ଯେଉଁ ସ୍ଥାନରେ ମା’ ପାର୍ବତୀ ତପସ୍ୟା କରୁଥିଲେ ସେହି ସ୍ଥାନକୁ ଏବେ ଗୌରୀ କୁଣ୍ଡ କୁହାଯାଏ । ସମୟ ଆସିବା ପରେ ଭଗବାନ ଶିବ ଗୁପ୍ତକାଶୀରେ ପାର୍ବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହାପରେ ତ୍ରିଯୁଗୀନାରାୟଣ ଗ୍ରାମରେ ମନ୍ଦାକିନୀ ସୋନ ଓ ଗଙ୍ଗାଙ୍କ ସଙ୍ଗମସ୍ଥଳରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା।
ପୌରାଣିକ କାହାଣୀ ରହିଛି ଯେ ଶିବ ଓ ପାର୍ବତୀଙ୍କ ବିବାହ ସମୟରେ ଭଗବାନ ବିଷ୍ଣୁ ନିଜେ ପାର୍ବତୀଙ୍କ ଭାଇ ଭୂମିକା ଗ୍ରହଣ କରିଥିଲେ ଏବଂ ଭଗବାନ ବ୍ରହ୍ମା ସେହି ବିବାହରେ ପୂଜକ ଭାବରେ କାର୍ଯ୍ୟ କରିଥିଲେ। ସେହି ସମୟରେ ସମସ୍ତ ଦେବଦେବୀ, ଋଷି ଓ ସାଧୁ, ଭଗବାନ ଶିବ, ରାକ୍ଷସ ଓ ଭୂତ ପ୍ରେତ ସମସ୍ତେ ଏହି ସମାରୋହରେ ଯୋଗ ଦେଇଥିଲେ। ଶିବ ଏବଂ ପାର୍ବତୀଙ୍କ ବିବାହ ପୂର୍ବରୁ ଦେବତାମାନେ ଏକ ପବିତ୍ର ସ୍ଥାନରେ ସ୍ନାନ କରିଥିଲେ, ଯେଉଁଠାରେ ରୁଦ୍ର କୁଣ୍ଡ, ବିଷ୍ଣୁ କୁଣ୍ଡ ଏବଂ ବ୍ରହ୍ମ କୁଣ୍ଡ ନାମରେ ତିନୋଟି ପୋଖରୀ ସୃଷ୍ଟି କରାଯାଇଥିଲା । ଏହି ତିନୋଟି ପୋଖରୀର ପାଣି ସରସ୍ୱତୀ କୁଣ୍ଡରୁ ଆସିଥାଏ।
ତ୍ରିଯୁଗୀନାରାୟଣ କୁ ଯାଉଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଗୌରୀକୁଣ୍ଡ ଦର୍ଶନ କରନ୍ତି । ଏଠାରେ ପହଞ୍ଚିବା ପାଇଁ ଆପଣଙ୍କୁ ପ୍ରଥମେ କେଦାରନାଥ ଧାମକୁ ଆସିବାକୁ ପଡିବ । ସେଠାରୁ ସୋନପ୍ରୟାଗଠାରୁ ୧୯ କିଲୋମିଟର ପୂର୍ବରୁ ବୁଢାକେଦର ନିକଟ ଗଙ୍ଗୋତ୍ରୀ ନିକଟରେ ତ୍ରିୟୁଗିନାରାୟଣ ମନ୍ଦିର ଅବସ୍ଥିତ ।
Comments are closed.