କେବଳ ଗୋଟିଏ ଦିନରେ ଲେଖାଯାଇଥିଲା ସଇତାନଙ୍କର ଏହି ରହସ୍ୟମୟୀ ପୁସ୍ତକ, ବୈଜ୍ଞାନିକଙ୍କ ପାଇଁ ହୋଇ ରହିଛି ରହସ୍ୟ
ଦୁନିଆରେ ପ୍ରତ୍ୟେକ ଧର୍ମର ଧର୍ମଗ୍ରନ୍ଥ ରହିବା ଭଳି ସଇତାନମାନଙ୍କର ମଧ୍ୟ ଏକ ବାଇବେଲ ରହିଛି ଯାହା ‘ଡେବିଲ୍ସ ବାଇବେଲ’ ଅର୍ଥାତ ‘ସଇତାନଙ୍କ ବାଇବେଲ’ ଭାବେ ଜଣାଶୁଣା । ଏହାକୁୁ ଦୁନିଆର ସବୁଠାରୁ ରହସ୍ୟମୟୀ ପୁସ୍ତକଭାବେ ଗ୍ରହଣ କରାଯାଏ । କାରଣ ଏହି ପୁସ୍ତକର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ କେବଳ ସଇତାନଙ୍କ ଛବି ହିଁ ଦେଖିବାକୁ ମିଳିଥାଏ ।
ଏହି ରହସ୍ୟମୟ ପୁସ୍ତକକୁ ‘କୋଡେକ୍ସ ଗିଗାକ୍ସ’ ନାମରେ ମଧ୍ୟ ଚିହ୍ନାଯାଇଥାଏ । ଆଜିଯାଏଁ ଜଣାପଡ଼ିନାହିଁ ଯେ ଏହି ପୁସ୍ତକୁ କିଏ ଲେଖିଥିଲା ଏବଂ କାହିିଁକ ଲେଖିଥିଲା । ବର୍ତମାନ ଏହି ପୁସ୍ତକ ସ୍ୱିଡେନର ପୁସ୍ତକାଳୟରେ ସୁରକ୍ଷିତ ଭାବେ ରଖାଯାଇଛି । ଏହା ମଣିଷ ମନରେ ଏଥିପାଇଁ କୌତୁହଳ ଜନ୍ମାଉଛି କାରଣ ଏହା କାଗଜ ଫର୍ଦ୍ଦରେ ନୁହେଁ ବରଂ ଚମଡ଼ା ଫର୍ଦ୍ଦରେ ଲେଖାଯାଇଛି । ମୋଟ ୧୬୦ଫର୍ଦ୍ଦ ବିଶିଷ୍ଟ ଏହି ପୁସ୍ତକ ବେଶ ଓଜନିଆ ଅଟେ । ଏହାକୁ ଉଠାଇବା ପାଇଁ ଅତିକମରେ ଦୁଇଜଣ ଲୋକଙ୍କ ଦରକାର ପଡ଼ିଥାଏ ।
କୁହାଯାଇଥାଏ ଏହି ପୁସ୍ତକକୁ ଗୋଟିଏ ରାତି ମଧ୍ୟରେ ଲେଖାଯାଇଥିଲା । ଏହା ପଛରେ ଏହି କାହାଣୀ ପ୍ରଚଳିତ ରହିଛି ଯେ ୧୩ତମ ଶତକରେ ଜଣେ ସନ୍ନ୍ୟାସୀ ନିଜର ମଠବାସୀ ପ୍ରତିଜ୍ଞାକୁ ଭାଙ୍ଗିଦେଇଥିଲା, ଯାହାପରେ ତାଙ୍କୁ ବାଡ଼ରେ ଜିଅନ୍ତା ପୋତିଦିଆଯିବାର ଦଣ୍ଡ ଶୁଣାଯାଇଥିଲା । ଏହି କଠୋର ଦଣ୍ଡରୁ ରକ୍ଷାପାଇବା ପାଇଁ ସେ ଗୋଟିଏ ରାତି ମଧ୍ୟରେ ଏଭଳି ପୁସ୍ତକ ଲେଖିବାର ଦାବି କଲା ଯାହା ସମସ୍ତ ମାନବ ଜ୍ଞାନ ସହିତ ମଠକୁ ସବୁଦିନ ପାଇଁ ଗୌରବାନ୍ୱିତ କରିବ । ତାକୁ ଏଥିପାଇଁ ଅନୁମତି ମିଳିଗଲା, କିନ୍ତୁ ଶୁଣିବାକୁ ମିଳିଥାଏ ଯେତେବେଳେ ସେ ଅଧାରାତିରେ ଦେଖିଲା ଯେ ସେ ପୁରା ପୁସ୍ତକ ଏକା ଲେଖିପାରିବନାହିଁ, ସେତେବେଳେ ସେ ଏକ ବିଶେଷ ପ୍ରାର୍ଥନା କରି ସଇତାନକୁ ଡାକିଲା । ସେ ଏହି ସଇତାନଠାରୁ ସେ ନିଜ ଆତ୍ମା ବଦଳରେ ପୁସ୍ତକକୁ ପୁରା କରିବାର ସାହାଯ୍ୟ ମାଗିଲା । ସଇତାନ ଏଥିପାଇଁ ରାଜି ହୋଇଗଲା ଏବଂ ସେ ରାତିକ ଭିତରେ ହିଁ ପୁରା ପୁସ୍ତକଟିକୁ ଲେଖିଦେଲା ।
କିନ୍ତୁ ବୈଜ୍ଞାନିକଙ୍କ ଅନୁଯାୟୀ ପ୍ରାଚୀନ ସମୟରେ ଚମଡ଼ାର ଫର୍ଦ୍ଦରେ ଏଭଳି ପୁସ୍ତକକୁ ଗୋଟିଏ ଦିନରେ ଲେଖିବା ଅସମ୍ଭବ ଅଟେ । ଯଦି ଦିନରାତି ଏହାକୁ ଲେଖାଯାଏ ତେବେ ଏହାକୁ ପୁରା କରିବାକୁ ପାଖାପାଖି ୨୦ ବର୍ଷ ସମୟ ଲାଗିପାରେ । ଅନେକ ବିଶେଷଜ୍ଞ ଏହି ତର୍କକୁ ଭୁଲ ଦର୍ଶାଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଯେଉଁଭଳି ଏହି ପୁସ୍ତକକୁ ଗୋଟିଏ ପ୍ରକାରର ଲେଖାରେ ହିଁ ଲେଖାଯାଇଛି, ଏଥିରୁ ଏତିକି ତ ସ୍ପଷ୍ଟ ଜଣାପଡ଼ୁଛି ଯେ ଏହାକୁ ୨୦ କିମ୍ବା ୨୫ ବର୍ଷରେ ଲେଖାଯାଇନାହିଁ ।
Comments are closed.