ବିନା ଖାଦ୍ୟ ଓ ଜଳରେ ଅନେକ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରେ ଏହି ଅଦ୍ଭୂତ ଜୀବ ..

Share It

ଦୁନିଆର ପ୍ରତ୍ୟେକ ଜୀବ ପାଖରେ କିଛି ଖାସ ବିଶେଷତ୍ୱ ରହିଥାଏ । ଆପଣ ଟିକିଏ ଚିନ୍ତା କରି କୁହଁନ୍ତୁ ଯେ ଆପଣ ବିନା ପାଣିରେ କେତେ ଦିନ ବଂଚିପାରିବେ । ଏକଥା ଭାବିଲେ ବି ଡରଲାଗିଥାଏ ନା ? ଯେଉଁଠି ପ୍ରାଣୀ ହେଉ କିମ୍ବା ଉଦ୍ଭିଦ କିମ୍ବା ମନୂଷ୍ୟ ହେଉ ଏ ପୃଥିବୀରେ କୌଣସୀ ଜୀବସତା ମଧ୍ୟ ଖାଦ୍ୟ ଓ ପାଣି ବିନା ଗୋଟିଏ ଦିନ ବଂଚି ପାନେନାହିଁ, ସେଭଳି ସ୍ଥଳେ ଏଭଳି ଏକ ଜୀବ ରହିଛି ଯେ ବିନା କିଛି ଖାଇ ଅନେକ ବର୍ଷ ବଂଚିପାରେ । ସାଲାମାଣ୍ଡର ନାମକ ଏହି ଜୀବ ଦକ୍ଷୀଣ ପୂର୍ବ ୟୂରୋପୀୟ ଦେଶର ବୋସ୍ନିଆ ଏବଂ ହର୍ଜଗୋବିନାରେ ପାଣି ମଧ୍ୟରେ ଥିବା ଗୁମ୍ଫାରୁ ମିଳିଛନ୍ତି ।

ପାଖାପାଖି ୭ ବର୍ଷରୁ ଅଧିକ ସମୟ ହେବା ସତ୍ୱେ ମଧ୍ୟ ସାଲାମାଣ୍ଡର ନିଜ ସ୍ଥାନରୁ ଟିକିଏ ବି ହଲିନାହିଁ । ବେଜ୍ଞାନିକଙ୍କ ଅନୁସାରେ ଏହି ଜୀବର ତ୍ୱଚା ଏବଂ ଅବିକଶିତ ଆଖି ଏମାନଙ୍କୁ ଅନ୍ଧ କରିଥାଏ । ବୋଧହୁଏ ଏହି କାରଣରୁ ଏହି ଜୀବମାନେ ନିଜ ସ୍ଥାନରୁ ଘୁଂଚୁନାହାନ୍ତି । କୌଣସି ଜୀବର ନିଜ ସ୍ଥାନରୁ ନ ହଲିବା ଅସାମାନ୍ୟ କଥା ନୁହେଁ ।
ସାଲାମାଣ୍ଡର ନିଜର ପୂରା ଜୀବନ ପାଣି ମଧ୍ୟରେ ବିତାଇଥାଏ ଏବଂ ଏହାର ଆୟୁ ୧୦୦ ବର୍ଷର ହୋଇଥାଏ । ଏହାର ଆବାସ ସ୍ଲୋଭେନିଆରୁ ଆରମ୍ଭ କରି କ୍ରୋଏସିଆ ଭଳି ବାଲକନ୍ ଦେଶଗୁଡ଼ିକରେ ମଧ୍ୟ ରହିଛି । ସାଲାମାଣ୍ଡର ନିଜ ସ୍ଥାନରୁ ୧୨ ବର୍ଷ ପରେ ହଲିଥାଏ ଯେତେବେଳେ ତାକୁ ସାଥୀର ସନ୍ଧାନ ଥାଏ ।

ହଂଙ୍ଗେରିୟନ ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମର ଜ୍ୟୁଡିଟ ବୋରସଙ୍କ ଅନୁସାରେ, ‘ଏହା ପୂର୍ବରୁ ଏଭଳି ଜୀବଙ୍କର କଳ୍ପନା କରାଯାଇଥିଲା । ଏଠାରେ ଭାରୀ ବର୍ଷା ଯୋଗୁଁ ଏହି ଜୀବ ବୋହିକରି ବାହାରକୁ ଆସିବା ପରେ ଆମେ ଏମାନଙ୍କୁ ଦେଖିପାରିଲୁ । ଅନ୍ୟଥା ଏମାନଙ୍କୁ ଦେଖିବା ପାଇଁ ଆମକୁ ଡାଇଭ କରି ଗୁମ୍ଫା ମଧ୍ୟକୁ ଯିବାକୁ ପଡ଼ିଥାଏ । ଅବଶ୍ୟ ଏବେ ଆମେ ଗୁମ୍ଫାର ପାଣିରେ ଉପସ୍ଥିତ ଥିବା ଅଂଶକୁ ଦେଖି ଏହା କହିପାରିବୁ ଯେ ସେଗୁଡ଼ିକ ସେଠାରେ ଅଛନ୍ତି ନା ନାହିଁ ।’
ସାଲାମାଣ୍ଡର ଯେଉଁ ଗୁମ୍ଫାଗୁଡ଼ିକରେ ରହିଥାନ୍ତି,ସେଠାରେ ଭୋଜନ ମିଳିବା ସହଜ ନୁହେଁ । ଏହି ଜୀବ ବିନା କିଛି ଖାଇପିଇ ଅନେକ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରେ । ଏମିତିରେ ଯେତେବେଳେ ସେମାନେ ସକ୍ଷମ ହୋଇଥାନ୍ତି ସେତେବେଳେ ଛୋଟଛୋଟ ପୋକଜୋକ, ଗେଣ୍ଡା ଖାଇଥାନ୍ତି ।


Share It

Comments are closed.