ଘରେ କରୁନାହାଁନ୍ତି ତ ଏହିସବୁ କାର୍ଯ୍ୟ ? ସାବଧାନ ହୋଇଯିବେ କାଙ୍ଗାଳ

Share It

ଅନେକ ସମୟରେ ଆମେ ଘରେ ଅଯଥାରେ ଅଶାନ୍ତି ଲାଗିରହିଥିବା ଦେଖିଥାଉ। ଅର୍ଥର ସଙ୍କଟ ମଧ୍ୟ ଦେଖାଦେଇଥାଏ । ଆମେ ଭାବିଥାଉ ଏହା ଘରର ବାସ୍ତୁ ଦୋଷ ପାଇଁ ହେଉଛି । ମାତ୍ର ଏହା କେବଳ ଘରର ବାସ୍ତୁ ଦୋଷରୁ ହୋଇନଥାଏ । ଘରର ସଦସ୍ୟ ମାନଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଯୋଗୁଁ ମଧ୍ୟ ଘରେ ଏଭଳି ଅଶାନ୍ତି ଲାଗିରହିଥାଏ । ତେଣୁ ଘରେ ଅଶାନ୍ତି ନହେବା ପାଇଁ ଏଭଳି ଅଶୁଭ କାମ ସବୁ କେବେ କରନ୍ତୁ ନାହିଁ ।

ଘରେ କେବେ ହେଲେ ବି ଖଟ ଉପରେ ବସି ଖାଆନ୍ତୁନାହିଁ । ଏଭଳି କରିବା ଦ୍ବାରା ଘରେ ସବୁବେଳେ ଅଶାନ୍ତି ବୃଦ୍ଧି ପାଇଥାଏ । ଘରଲୋକଙ୍କ ପାଖରେ କେବେ ହେଲେ ବି ଅର୍ଥ ରହେନାହିଁ । ଘରର ମୁଖ୍ୟ ଦ୍ବାରରେ କେବେ ହେଲେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ ।
ଏଭଳି କରିବା ଦ୍ବାରା ପଡୋଶୀମାନେ ଶତ୍ରୁ ହୋଇଯିବେ ।

ରାତିରେ ଅଇଁଠା ବାସନ ରଖନ୍ତୁ ନାହିଁ । ବାସନକୁ ଧୋଇକରି ରଖନ୍ତୁ । ରାତିରେ ଅଇଁଠା ବାସନ ରଖିବା ଦ୍ବାରା ଅର୍ଥହାନି ହୋଇଥାଏ ।
ଘରେ କେବେ ହେଲେ ଝାଡୁକୁ ଛିଡା କରି ରଖନ୍ତୁନାହିଁ । ଝାଡୁରେ କେବେହେଲେ ଗୋଡ ଲଗାନ୍ତୁନାହିଁ । ଘରେ ଝାଡୁକୁ ସବୁବେଳେ ଲୁଚାଇ ରଖନ୍ତୁ । ନଚେତ୍ ଘରେ ଦାରିଦ୍ର୍ୟ ଦେଖାଦେବ । କେବେ ଆରତୀ, ଦୀପ, ହୋମ ଅଗ୍ନିକୁ ମୁହଁରେ ଫୁଙ୍କି ଲିଭାନ୍ତୁ ନାହିଁ ।


Share It

Comments are closed.