ତୈଳଯୁକ୍ତ ଖାଦ୍ୟ ଖାଇବା ପରେ କଣ କରିବା ଉଚିତ, ଜାଣନ୍ତୁ
ମୌସୁମୀ ଋତୁ ପାଖେଇ ଆସୁଛି । ଏହି ସମୟରେ ଲୋକମାନେ ତେଲ ଏବଂ ମସଲାଯୁକ୍ତ ଜିନିଷ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । କିନ୍ତୁ ଏହି ଜିନିଷକୁ ବହୁ ପରିମାଣରେ ଖାଇବା ଦ୍ୱାରା ଶରୀରରେ ଚର୍ବି ଜମା ହେବା ଆରମ୍ଭ କରିଥାଏ । ଏହି କାରଣରୁ, ମୋଟାପଣ ସହିତ ରୋଗରେ ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ବଢିଥାଏ । ତେଣୁ କିଛି ବିଶେଷ ଟିପ୍ସ ସାହାଯ୍ୟରେ ଆପଣ ବିନା କୌଣସି ଅସୁବିଧାରେ ଆପଣଙ୍କ ପ୍ରିୟ ଜିନିଷ ଖାଇ ପାରିବେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ତୈଳାଯୁକ୍ତ ଖାଦ୍ୟ ଆପଣଙ୍କ ପାଇଁ ଉପଯୋଗୀ । ଏଭଳି ଖାଦ୍ୟକୁ ନିଜଠୁ ଯଥା ସମ୍ଭବ ଦୂରେଇ ରଖିବା ସର୍ବଦା ଭଲ ହୋଇଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ …
ଉଷୁମ ପାଣି ପିଇବା:
ଏଥିପାଇଁ ତେଲିଆ ଖାଦ୍ୟ ଖାଇବା ପରେ ୧୫-୨୦ ମିନିଟ୍ ପରେ ୧ ଗ୍ଲାସ୍ ଉଷୁମ ପାଣି ପିଅନ୍ତୁ । ଏହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ତେଲିଆ ଖାଦ୍ୟ ସହଜରେ ହଜମ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଶରୀର ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରାକୃତିକ ଭାବରେ ଡିଟକ୍ସିଫାଇ ହୋଇଥାଏ । ଏହା ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଡିଟକ୍ସ ଡ୍ରିଙ୍କ୍ ପିଇବା:
ଶରୀରକୁ ଫିଟ୍ ଏବଂ ଫାଇନ୍ ରଖିବା ପାଇଁ ଆପଣ ଡିଟକ୍ସ ଡ୍ରିଙ୍କ୍ ପିଇପାରିବେ । ଏହା ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି ଏବଂ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଖାଇବା ପରେ ୧୦-୧୫ ମିନିଟ୍ ଏକ ଗ୍ଲାସ୍ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଆପଣ ଅନ୍ୟ କିଛି ଡିଟକ୍ସ ଡ୍ରିଙ୍କ୍ ମଧ୍ୟ ପିଇପାରିବେ ।
ସତେଜ ଫଳ ଏବଂ ପନିପରିବା ଖାଇବା:
ଯଦି ଆପଣ ତେଲିଆ ଖାଦ୍ୟ ଖାଉଛନ୍ତି ତେବେ ଏହାକୁ ଖାଇବା ପରେ, ଦିନସାରା ଅନ୍ୟ କିଛି ଖାଇବା ପରିବର୍ତ୍ତେ କେବଳ ସବୁଜ ପନିପରିବା ଏବଂ ଫଳ ଖାଆନ୍ତୁ । ଏହା ତେଲିଆ ଖାଦ୍ୟ ଖାଇବା ଦ୍ୱାରା ହୋଇଥିବା କ୍ଷତିକୁ ହ୍ରାସ କରିଥାଏ । ଏହା ବ୍ୟତୀତ ପ୍ରୋବାୟୋଟିକ୍ ଖାଦ୍ୟ ମଧ୍ୟ ଖାଆନ୍ତୁ । ଏଥିପାଇଁ ଦହି କିମ୍ବା ଗ୍ରୀକ୍ ୟୋଗର୍ଟ ଖାଇବା ଲାଭଦାୟକ ହେବ । ଏହାଦ୍ୱାରା ହଜମ ଭଲ ହେବା ସହିତ ଓଜନ ବୃଦ୍ଧି ସମସ୍ୟାରୁ ମୁକ୍ତି ମିଳିଥାଏ ।
Comments are closed.